ବଢ଼ିବ କେମିତି ଦିବ୍ୟାଙ୍ଗ ଟିକ‌୍‍ଚନ?

ବଢ଼ିବ କେମିତି ଦିବ୍ୟାଙ୍ଗ ଟିକ‌୍‍ଚନ?

Share :

ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି। ଏଥିପାଇଁ ରାଜକୋଷରୁ ଅଜସ୍ର ଟଙ୍କା ଖର୍ଚ୍ଚ ହୋଇଚାଲିଛି। କୋଣ ଅନୁକୋଣରେ ଥିବା ଦିବ୍ୟାଙ୍ଗମାନେ ଯେମିତ ିସରକାରୀ ସହାୟରରୁ ବଂଚିତ ନ ହୁଅନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ସ୍ତରରେ ଶିବିରମାନ ଆୟୋଜନ କରାଯାଇଛି। କିନ୍ତୁ ପ୍ରଶାସନିକ ଆନ୍ତରିକତାର ଅଭାବ ଫଳରେ ଦିବ୍ୟାଙ୍ଗମାନେ ଦୃଷ୍ଟି ଆଢୁଆଳରେ ରହିଯାଇ ଜୀବନ ସହ ସଂଗ୍ରାମ ଜାରି ରଖିଥିବା ବେଳେ ସେମାନଙ୍କ ପ୍ରତି ରାଜନେତାମାନଙ୍କର ସହୃଦୟତାର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ସରକାର ଭୃଣରୁ ଜନ୍ମ ଓ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରୁଥିବା ବେଳେ ନବମ ଶ୍ରେଣୀ ୧୩ ବର୍ଷିୟା ଛାତ୍ର ଦିବ୍ୟାଙ୍ଗ ଟିକଚନ ପାଖରେ ଏହା ଅପହଂଚ ହୋଇ ରହିଯାଇଛି। ଯେଉଁଥିପାଇଁ ତାର ଆଶୁ ଚିକିତ୍ସା ନେଇ ପରିବାର ସର୍ବସ୍ୱାନ୍ତ ହେଉଥିବା ବେଳେ ସେ ଏବେ ବଂଚିବା ପାଇଁ ରାହା ଖୋଜୁଛି।   କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ଗ୍ରାମ ପଂଚାୟତ ଅଧୀନସ୍ଥ ନୂଆଗାଁର ଧନେଶ୍ୱର ହଂସଙ୍କ ଏକମାତ୍ର ୧୩ ବର୍ଷିଆ ପୁତ୍ର ଟିକ‌୍‍ଚନ ହଂସ। ଟିକଚନ ମଣ୍ଡଳ ବି.ଏନ‌୍‍. ବିଦ୍ୟାପିଠର ନବମ ଶ୍ରେଣୀ ଛାତ୍ର। ତାକୁ ଦେଖିଲେ  କହି ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି ଯେ ନବମ ଶ୍ରେଣୀର ଛାତ୍ର ବୋଲି। ତାର ଶରୀର ଗଠନ ଓ ଉଚ୍ଚତାକୁ ଅନୁମାନ କରି ଯିଏ କେହି ମଧ୍ୟ ସେ ପ୍ରଥମ କି ଦ୍ୱିତୀୟ ଶ୍ରେଣୀର ଛାତ୍ର ବୋଲି। କାରଣ ତାର ବୟସ  ଅନୁପାତରେ ସେ ବଢିପାରୁ ନାହିଁ। ଯଦ୍ୱାରା ସେ ଛୋଟ ଶିଶୁ ଭଳି ଦେଖାଯାଉଛି। ଟିକଚନଙ୍କ ପୂର୍ବରୁ ବାପା ଧନେଶ୍ୱର ହଂସଙ୍କ ୭ଟି ଝିଅ ଜନ୍ମ ନେଇଥିବା ବେଳେ ପୁତ୍ରଟି ପାଇଁ ଧନେଶ୍ୱର ସ୍ତ୍ରୀ ଡାଳିମ୍ୱ ଅନେକ ଉପବାସ ଓ ବ୍ରତ ରଖିଥିଲେ। ଭଗବାନ ସେମାନଙ୍କ ଇଚ୍ଚା ଶେଷରେ ପୂରଣ କଲେ ସତ ହେଲେ ଜନ୍ମ ଦେଲେ ଏକ ଦିବ୍ୟାଙ୍ଗ ପୁତ୍ର ସନ୍ତାନ। ଏହି କାରଣରୁ ହଂସ ଦମ୍ପତି ଚିନ୍ତାଗ୍ରସ୍ତ ହୋଇଥିଲେ ହେଁ ପୁତ୍ର ସନ୍ତାନର ଆଶୁ ଚିକିତ୍ସା ନିମନ୍ତେ ବିଭିନ୍ନ ସ୍ତରର ପରାମର୍ଶ ଅନୁସାରେ ସନ୍ତାନର ସୁସ୍ଥତା ପାଇଁ ଖର୍ଚ୍ଚାନ୍ତକୁ ଭ୍ରୁକ୍ଷେପ କଲେ ନାହିଁ। କିନ୍ତୁ ଭାଗ୍ୟର ବିଡମ୍ୱନା ପୁତ୍ର ସନ୍ତାନର ଚିକିତ୍ସା ଖର୍ଚ୍ଚ ବଢି ଚାଲିଲା ସିନା ପୁତ୍ରର କୌଣସି ପରିବର୍ତନ ହେଲା ନାହିଁ।   ସରକାରଙ୍କ ତରଫରୁ ମାସିକ ଦିବ୍ୟାଙ୍ଗ ଭତ୍ତା ବ୍ୟତୀତ ଅନ୍ୟ କିଛି ସରକାରୀ ସହାୟତା ଟିକଚନ ପାଖରେ ପହଂଚି ପାରିଲା ନାହିଁ। ବୁର୍ଲା ଓ ବିଶାଖାପାଟଣା ଚିକିତ୍ସା ପାଇଁ ନେଇଥିବା ବେଳେ ଟିକଚନର ପିତାକୁ ଡାକ୍ତରମାନେ ଟିକ‌୍‍ଚନକୁ ସିକ‌୍‍ଲିନ‌୍‍ ଓ କିଡନି ସଂକ୍ରମିତ ହୋଇଥିବା ପ୍ରକାଶ କରିଥିଲେ। ସିକିଲିନ ଓ କିଡନି ପାଇଁ ଟିକ‌୍‍ଚନ ର ଉଚ୍ଚତା ନ ବଢିବାକୁ ଲୋକେ ସହଜରେ ଗ୍ରହଣ ପରିପାରିନାହାନ୍ତି। ଏଥିସହ ଟିକ‌୍‍ଚନର ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇତିଲେ। କିନ୍ତୁ ଅର୍ଥ ଅଭାବରୁ ଚିକ‌୍‍ଚନକୁ ଫେରାଇ ଆଣିଥିବା ତାଙ୍କ ମା ଡାଳିମ୍ୱ ପ୍ରକାଶ କରିଛନ୍ତି।   ବିଦ୍ୟାଙ୍ଗମାନଙ୍କୁ ସରକାରୀ ସ୍ତରରେ ବିଭିନ୍ନ ପ୍ରକାରର ସହାୟତା ମିଳୁଥିବା ବେଳେ ଟିକ‌୍‍ଚନଙ୍କ ପରିବାର ପାଖରେ ଏହା ଅପହଂଚ ରହିଯାଇଛି। ମାଟି ଖପର ଘରେ ରହୁଥିବା ପରିବାର ନିକଟରେ ଏପର୍ଯ୍ୟନ୍ତ କୌଣସି ବାସଗୃହ ଯୋଜନାରୁ ଘର ଖଣ୍ଡେ ମିଳି ନଥିବା ବେଳେ ଦିବ୍ୟାଙ୍ଗ ଶିଶୁ ଟିକ‌୍‍ଚନକୁ ବାଟ ଚାଲିବା ପାଇଁ ଆଶା ବାଡି ନଥିବାରୁ ତାଙ୍କୁ ବଦାନ୍ୟ ବ୍ୟକ୍ତିମାନେ ବାଉଁସରେ ରବର ଦେଇ ଆଶାବାଡି ତିଆରି କରି ପ୍ରଦାନ କରିଛନ୍ତ‌୍‍ି। ବାପା ମା ଶିଶୁର ଅଧିକ ଚିକିତ୍ସା ପାଇଁ ଅସମର୍ଥ ଥିବାରୁ ଚିନ୍ତିତ ହୋଇ ବିଭିନ୍ନ ସ୍ତରରେ ଆପତ୍ତି ଅଭିଯୋଗ କରିଆସୁଥିଲେ ହେଁ ଏମାନଙ୍କ ଆଶା କେବେ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା।

Share :