ଅନିୟନ୍ତ୍ରିତ ଡାଇବେଟିସ‌୍‍ ଅଛି କି ?

ଅନିୟନ୍ତ୍ରିତ ଡାଇବେଟିସ‌୍‍ ଅଛି କି ?

Share :

ଡଃ ସ୍ୱରୂପ କୁମାର ଭଞ୍ଜ   ଡାଇବେଟିସ‌୍‍ର ପ୍ରାଥମିକ ପର୍ଯ୍ୟାୟରେ ଲୋକେ ତାଙ୍କର ରକ୍ତ ଶର୍କରା ସ୍ତରକୁ ଯଥାସମ୍ଭବ ସାଧାରଣ ସ୍ତର ମଧ୍ୟରେ ସୀମିତ ରଖିବା ପାଇଁ ପ୍ରୟାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗବେଷଣାରୁ ଜଣାପଡିଛି ଯେ ଡାଇବେଟିସ‌୍‍ ଅଗ୍ରଗତି କରିଥିବା ବ୍ୟକ୍ତିଙ୍କଠାରେ ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ଯେ, ସେମାନଙ୍କର ରକ୍ତଶର୍କରା ସ୍ତରକୁ ସାଧାରଣ ସ୍ତର ପାଖାପାଖି ରଖିବା ପାଇଁ ସେମାନଙ୍କର ବୀରତ୍ୱପୂର୍ଣ୍ଣ ପ୍ରୟାସ।   ନିୟମିତ ଡାଇବେଟିସ‌୍‍ ଯାଂଚ    ନିମ୍ନଲିଖିତ ପରୀକ୍ଷା ଆପଣ ନିୟମିତ କରାଇବା ଦ୍ୱାରା ଆପଣଙ୍କୁ ଶର୍କରା ଜନିତ ସମସ୍ୟାଗୁଡିକୁ ପ୍ରାଥମିକ ଅବସ୍ଥା ଧରିପାରିବାରେ ସାହାଯ୍ୟ କରିଥାଏ : କ.         ରକ୍ତଚାପ ଖ.         ଏଚବିଏସି ସହିତ ରକ୍ତ ଶର୍କରା ସ୍ତର ଗ.         କୋଲେଷ୍ଟ୍ରଲ‌୍‍ ଏବଂ ଟ୍ରାଇଗ୍ଲିସୋରୋଇଡ‌୍‍ ଘ.         ବୃକକ କାର୍ଯ୍ୟକାରିତା ଙ.         ଚକ୍ଷୁ ଚ.         ପାଦ ଛ.         ଦାନ୍ତ ଏବଂ ମାଢି   ରକ୍ତଚାପ ଯାଂଚ   ଆପଣ ପ୍ରତି ଥର ଡାକ୍ତରଙ୍କୁ କରିବା ସମୟରେ ଆପଣଙ୍କ ରକ୍ତଚାପ ଯାଂଚ କରାଇନିଅନ୍ତୁ। ଆପଣଙ୍କ ରକ୍ତଚାପ ୧୨୦/୮୦ ରହିବା ଆବଶ୍ୟକ ଅଟେ। ରକ୍ତଚାପ ନିୟନ୍ତ୍ରଣ ମଧ୍ୟ ରକ୍ତ ଶର୍କରା ନିୟନ୍ତ୍ରଣ କରି ଡାଇବେଟିସ‌୍‍ର ଜଟିଳତା ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ।   ରକ୍ତ ଶର୍କରା ଯାଂଚ   ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ଅନୁମୋଦିତ ପରିସର ମଧ୍ୟରେ ରଖିବା ପାଇଁ କେତେକ ପରୀକ୍ଷା - ତଥା – ଏଫବିଏସ, ପିପିବିଏସ ଏବଂ ୩ - ମାସକୁ ଥରେ ଏଚବିଏ୧ସି କରାଇ ଦୀର୍ଘକାଳୀନ ଡାଇବେଟିସ‌୍‍ଜନିତ ଜଟିଳତା ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ। ନିୟମିତ ଭାବରେ ଆପଣଙ୍କ ରକ୍ତ ଶର୍କରା ସ୍ତର ମାପିବା ଆପଣଙ୍କୁ କିପରି ଭାବରେ ଖାଦ୍ୟ, ବ୍ୟାୟାମ, ଔଷଧ, ଅସୁସ୍ଥତା ଏବଂ ଚାପ ଆପଣଙ୍କ ଡାଇବେଟିସକୁ ପ୍ରଭାବିତ କରିଥାଏ ସେ ବିଷୟରେ ସୂଚନା ଦେଇଥାଏ।   କୋଲେଷ୍ଟ୍ରଲ‌୍‍ ଏବଂ ଟ୍ରାଇଗ୍ଲିସେରାଇଡ‌୍‍ ପରୀକ୍ଷା   ବର୍ଷରେ ଅତି କମ‌୍‍ରେ ଥରେ କୋଲେଷ୍ଟ୍ରଲ‌୍‍ ଓ ଟାଇଗ୍ଲିସେରାଇଡ‌୍‍ ପରୀକ୍ଷା କରାଇବା ଆବଶ୍ୟକ ଅଟେ।   ବୃକକ‌୍‍ କାର୍ଯ୍ୟକାରିତା   ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ବୃକକ‌୍‍ର କ୍ଷୁଦ୍ର ରକ୍ତବାହୀ ନଳୀରେ ପରିବର୍ତ୍ତନ ଯୋଗୁଁ ବୃକକ‌୍‍ ରୋଗ (ନେଫ୍ରୋପାଥି)ର ଆଶଙ୍କା ରହିଥାଏ। ଏହି ରୋଗ ପ୍ରଥମତଃ ଯନ୍ତ୍ରଣାଶୂନ୍ୟ ହୋଇଥାଏ ଏବଂ ଏହା କ୍ରମଶଃ ଅଗ୍ରଗତି କରି କିଡନି ଉପରେ ଚାପ ପକାଇଥାଏ।   ତେଣୁ ଡାଏବେଟିସ୍ ରୋଗୀଙ୍କ ପାଇଁ ପ୍ରତି ୬ ମାସ ବ୍ୟବଧାନରେ କିଡନି ଫକ୍ସସନ ଟେଷ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ବୃକକ‌୍‍ ହାନୀ ମୁତ୍ରରେ ଆଲ‌୍‍ବୁମିନ‌୍‍ (ଏକ ପ୍ରକାରର ପ୍ରୋଟିନ‌୍‍) ଠାବ‌୍‍ କରିବା ଦ୍ୱାରା ଆଗୁଆ ଚିହ୍ନଟ ହୋଇଥାଏ। ମଧୁମେହରେ ଆକ୍ରାନ୍ତ ପ୍ରତ୍ୟେକ ବ୍ୟକ୍ତି ବର୍ଷରେ ଅତି କମ‌୍‍ରେ ଥରେ ମୁତ୍ରରେ ଆଲ‌୍‍ବୁମିନ‌୍‍ ଚିହ୍ନଟ ପରୀକ୍ଷା କରିବା ଉଚିତ। ଆପଣଙ୍କ ବୃକକ‌୍‍ କାର୍ଯ୍ୟକାରିତା ସହିତ ଏଷ୍ଟିମେଟେଡ‌୍‍ ଗ୍ଲୋମେରୁଲାର ଫିଲଟ୍ରେସନ ରେଟ‌୍‍ (ଇ - ଜିଏଫଆର) ସହିତ ଏକ ରକ୍ତ ପରୀକ୍ଷା ତତ୍ତ୍ୱାବଧାନ କରାଯାଇଥାଏ।   ଚକ୍ଷୁ   ମଧୁମେହରେ ଆକ୍ରାନ୍ତ ପ୍ରତ୍ୟେକ ବ୍ୟକ୍ତି ପ୍ରଥମ ଥର ପାଇଁ ଡାଇବେଟିସ‌୍‍ ଚିହ୍ନଟ ହେବା ପରେ ଜଣେ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ କିମ୍ୱା ଅପ୍ଟୋମେଟ୍ରିଷ୍ଟଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଇନେବା ଓ ତାହା ପରେ ଅତି କମ‌୍‍ରେ ଦୁଇ ବର୍ଷରେ ଥରେ ଚକ୍ଷୁ ପରୀକ୍ଷା କରାଇବା ଉଚିତ। ଆପଣ ଚକ୍ଷୁ ପରୀକ୍ଷା କରୁଥିବା ବ୍ୟକ୍ତିଙ୍କୁ ଆପଣଙ୍କର ଡାଇବେଟିସ୍ ଅଛି ବୋଲି କହନ୍ତୁ।   ପାଦ   ଡାଇବେଟିସ‌୍‍ରେ ଆକ୍ରାନ୍ତ ବ୍ୟକ୍ତିଙ୍କର ପାଦରେ କ୍ଷତର ଆଶଙ୍କା ରହିଥାଏ। ସ୍ନାୟୁ କ୍ଷତିଗ୍ରସ୍ତ ହେବା (ପେରିଫେରାଲ‌୍‍ ନ୍ୟୁରୋପାଥୀ) ବହୁ ସମୟରେ ଦେଖାଦେଇଥାଏ। ଉଦାହରଣ ସ୍ୱରୂପ କ୍ଲଟ‌୍‍ ଟୋଜ‌୍‍ ହେବାର ଆଶଙ୍କା ଥାଏ।   ରକ୍ତ ଯୋଗାଣ ହ୍ରାସ ପାଇବା ଏବଂ ସ୍ନାୟୁ କାର୍ଯ୍ୟକାରିତା ହ୍ରାସ ପାଇବା ଯୋଗୁଁ ଉପଶମ ଲାଭ କରିବା ବିଳମ୍ୱିତ ହୋଇଥାଏ; ସଂକ୍ରମଣର ଆଶଙ୍କା ବଢିଯାଏ, ପାଦର ଅନୁଭବ କରିବା କ୍ଷମତା ହ୍ରାସପାଏ ଏବଂ କ୍ଷତ ଓ ଗଠନ ସଂକ୍ରାନ୍ତ ପାଦ ସମସ୍ୟା ଦେଖାଦେଇପାରେ।   ତେଣୁ କରି ଆପଣଙ୍କ ପାଦର ଯନି ନେବାକୁ ପଡିବ :   କ.         ଅତି କମ‌୍‍ରେ ବର୍ଷରେ ଥରେ ଜଣେ ସ୍ନ୍ୟାୟୁ ବିଶେଷଜ୍ଞଙ୍କୁ ସାକ୍ଷାତ କରନ୍ତୁ। ସେମାନେ ଆପଣଙ୍କ ପାଦକୁ ରକ୍ତ ଯୋଗାଣ, ସ୍ନାୟୁ କାର୍ଯ୍ୟକାରିତା ଓ ପାଦ ଗଠନରେ ପରିବର୍ତ୍ତନ ପରୀକ୍ଷା କରି ଆପଣଙ୍କ ପାଦର ସୁସ୍ଥତା ବିଶ୍ଳେଷଣ କରିବେ। ଖ.         ପ୍ରତିଦିନ ଆପଣଙ୍କ ପାଦ ଯାଂଚ କରନ୍ତୁ କିମ୍ୱା କାଟି ହୋଇଥିବା ସ୍ଥାନ ଫୋଟକା, କାଲସ‌୍‍ ବା ବିଣ୍ଡି, କର୍ନ, ଟିନିଆ ବିଶେଷ କରି ପାଦ ଆଙ୍ଗୁଠି ସନ୍ଧିରେ ସଂକ୍ରମଣକୁ ସାଙ୍ଗେ ସାଙ୍ଗେ ୁପଚାର କରାଇ ନିଅନ୍ତୁ। ଗ.         ଏକ ମଏଶ୍ଚରାଇଜର ବ୍ୟବହାର କରି (ବିଶେଷ କରି ଯଦି ଆପଣଙ୍କର ପାଦ ଓ ଗୋଇଠି ଶୁଷ୍କ ହୋଇଥାଏ, ଖଦଡା କିମ୍ୱା ଚର୍ମ ଫାଟିଯାଇଥାଏ) ତେବେ ଏହା ଆପଣଙ୍କ ପାଦକୁ ସୁସ୍ଥ, ସୁକ୍ଷ୍ମ ଏବଂ ଚିକଣ ରଖିବାରେ ସହାୟକ ହୋଇପାରେ। ଘ.         ସେହିପରି ଆପଣଙ୍କ ପାଦକୁ ଫିଟ‌୍‍ ହେଉଥିବା ବା ଆରାମଦାୟକ, ସପୋଟିଭ‌୍‍ ଜୋତା ପିନ୍ଧିବା ଦରକାର ଅଟେ।   ଦାନ୍ତ ଏବଂ ମାଢି ସମସ୍ୟା   ଦୁର୍ବଳ ଭାବରେ ପରିଚାଳିତ ମଧୁମେହ କ୍ଷେତ୍ରରେ ଦନ୍ତକ୍ଷୟ ଓ ମାଢି ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। ଏହା ମାଢି ଓ ଦାନ୍ତକୁ ରକ୍ତ ଯୋଗାଇ ଦେଉଥିବା କ୍ଷୁଦ୍ର ରକ୍ତବାହୀ ନଳୀ କ୍ଷତିଗ୍ରସ୍ତ ହେବା ଯୋଗୁଁ ଦେଖାଦେଇଥାଏ। ଦାନ୍ତ ଓ ମାଢି ସଂକ୍ରମଣ ଯୋଗୁଁ ଉଚ୍ଚ ରକ୍ତ ଶର୍କରା ଦେଖାଦେଇପାରେ। ପରିଶେଷରେ ଏହା ହୃଦ‌୍‍ରୋଗ କରାଇବାରେ ସାହାର୍ଯ୍ୟ କରିଥାଏ।   ଆପଣଙ୍କ ଦାନ୍ତ ଓ ମାଢିର ଯନି ନ ନେବା ଯୋଗୁଁ ମାଢିରେ ଫୁଲା ଦେଖାଦେଇପାରେ ଏବଂ ଦାନ୍ତ ଢିଲା ହୋଇଯାଇପାରେ। ଦାନ୍ତର ଉଚିତ ଯତ୍ନ ନ ନେଲେ ସହିତ ହୃଦରୋଗର ଆଶଙ୍କା ଦେଖାଦେଇଥାଏ ।   ଦାନ୍ତ ଓ ମାଢି ସମସ୍ୟାରେ ବିପଦର ଆଶଙ୍କା ହ୍ରାସ କରିବା ପାଇଁ :   କ.         ଦାନ୍ତ ଚେକ୍ ଅପ‌୍‍ ପାଇଁ ଅତିକମ‌୍‍ରେ ଛଅ ମାସରେ ଥରେ ଜଣେ ଡେଣ୍ଟିଷ୍ଟଙ୍କୁ ଭେଟନ୍ତୁ। ଖ.         ଦିନରେ ଅତି କମ‌୍‍ରେ ଦୁଇ ଥର ଦାନ୍ତ ଘଷନ୍ତୁ (ସାଧାରଣତଃ ନରମ ବ୍ରସ‌୍‍ ବ୍ୟବହାର କରି) ଏବଂ ଦିନରେ ଥରେ ଫ୍ଲସ‌୍‍ କରନ୍ତୁ। ଗ.         ଯଦି ଆପଣଙ୍କର ଡେଞ୍ଚର ରହିଛି, ସୁନିଶ୍ଚିତ କରନ୍ତୁ ଯେ ଆପଣ ନରମ ବ୍ରସ‌୍‍ରେ ଡେଞ୍ଚର ଏବଂ ମାଢି ବ୍ରସ‌୍‍ କରିବେ।   ଭୋଜନ ଏବଂ ବ୍ୟାୟାମ : ଦୀର୍ଘ ଦିନର ଡାଇବେଟିସ‌୍‍ ପରିଚାଳନାର ମୁଖ୍ୟ ଦିଗଗୁଡିକ   ଡାଇବେଟିସରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତିମାନେ ଉପଯୁକ୍ତ ଆହାର ଯୋଜନା ପାଇଁ ଡାଏଟିସିଆନଙ୍କ ସହିତ ପରାମର୍ଶ କରିବା ଦରକାର।   ଗୁଜ‌୍‍ବେରୀ ବା ଅଁଳା କୋଳି ସର୍ବତ   ଅଁଳା କୋଳି ଭିଟାମିନ‌୍‍ ସି ର ଏକ ସମୃଦ୍ଧ ଉସି ହୋଇଥାଏ। ଅଁଳାରେ ରହିଥିବା ଭିଟାମିନ‌୍‍ ସି ରକ୍ତବାହୀ ନଳୀ ପ୍ରସାରିତ କରିବାରେ ସହାୟକ ହୋଇଥାଏ ଏବଂ ଏହା ଦ୍ୱାରା ରକ୍ତଚାପ ହ୍ରାସ ହୋଇଥାଏ। ଯଦି ଆପଣଙ୍କ ରକ୍ତରେ ଉଚ୍ଚ କୋଲେଷ୍ଟ୍ରଲ‌୍‍ ସ୍ତର ଥାଏ ତେବେ ପ୍ରତିଦିନ ଅଁଳା ସେବନ କରନ୍ତୁ। ଅଁଳା କୋଳିରେ ୮୦ ପ୍ରତିଶତରୁ ଅଧିକ ପାଣି ରହିଛି। ଏଥିରେ ମଧ୍ୟ ପ୍ରୋଟିନ‌୍‍, ଶ୍ୱେତସାର, ତନ୍ତୁ ଜାତୀୟ ଖାଦ୍ୟ, ଖଣିଜ ଲବଣ ଏବଂ ଭିଟାମିନ‌୍‍ ରହିଛି। ଏହା ଡାଇବେଟିକ‌୍‍ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉତ୍ତମ।   ଉପାଦାନ : ଅଁଳା କୋଳି - ୨, ପାଣି - ୨୫୦ ମି.ଲି., ଟିନି -୩-୪ ଟେବୁଲ‌୍‍ ଚାମଚ, ଲୁଣ, ଗୋଲମରିଚ ଗୁଣ୍ଡ, ଚାଟ‌୍‍ ମସଲା, ଭଜା ଜିରାଗୁଣ୍ଡ ଏବଂ କଳା ଲୁଣ - ସ୍ୱାଦ ଅନୁଯାୟୀ   ପଦ୍ଧତି   ୧.          ୧/୨ କପ‌୍‍ ପାଣିରେ ଅଁଳା କୋଳି ଫୁଟାନ୍ତୁ। ୨.          ଏହା ନରମ ହୋଇଯିବା ପରେ, ଚୁଲାରୁ ଓହ୍ଲାଇ ଆଣନ୍ତୁ ଏବଂ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ୩.         ହାତରେ ଚାପି ମଞ୍ଜି ବାହାର କରିଦିଅନ୍ତୁ। ଏହାକୁ ଅବଶିଷ୍ଟ ପାଣି, ଚିନି, ଲୁଣ ସହିତ ମିଶାଇ ବ୍ଲେଣ୍ଡରରେ ପକାଇ ଗ୍ରାଇଣ୍ଡ‌୍‍ କରନ୍ତୁ। ୪.          ଛାଣି ଦିଅନ୍ତୁ ଏବଂ ଚାର୍ଟ ମସଲା, ଗୋଲମରିଚ ଗୁଣ୍ଡ, ଜିରାଗୁଣ୍ଡ, ଇତ୍ୟାଦି ସ୍ୱାଦ ଅନୁଯାୟୀ କଳା ଲୁଣ ପକାଇ ଗୋଳେଇ ଦିଅନ୍ତୁ। ୫.          ଭଲ ଭାବରେ ଗୋଳାଇବା ପରେ ଥଣ୍ଡା କରି ୨ ଖଣ୍ଡ ଆଇସ‌୍‍ କ୍ୟୁବ‌୍‍ ପକାଇ ନିଜେ ପରଷନ୍ତୁ।   ବ୍ୟାୟାମ ଆପଣଙ୍କ କାର୍ଯ୍ୟ ମଧ୍ୟରେ ନିଶ୍ଚୟ ରହିବ, କାରଣ ଏହା ଆପଣଙ୍କର ଡାଇବେଟିସ‌୍‍ ସ୍ଥରକୁ ନିୟନ୍ତ୍ରଣ କରିଥାଏ। ଆପଣ ଅତୀତରେ ଭଲ ପାଉଥିବା ବା ଆନନ୍ଦ ନେଉଥିବା ଯେକୌଣସି କାର୍ଯ୍ୟ ଚେଷ୍ଟା କରି ଦେଖିବା ପାଇଁ ଚିନ୍ତା କରନ୍ତୁ। ଖେଳିବା, ନାଚିବା, ଯୋଗ, ଚାଲିବା ଏବଂ ପହଁରିବା ହେଉଛି ତନ୍ମଧ୍ୟରୁ କେତୋଟି। ଯାହାକି ଆପଣଙ୍କର ହୃଦ‌୍‍ସ୍ପନ୍ଦନ ହାର ବୃଦ୍ଧି କରିବାରେ ସାହାଯ୍ୟ ହୋଇଥାଏ ।   ଯଦି ଆପଣ ଜଣେ ବୃଦ୍ଧ ବ୍ୟକ୍ତି ହେବା ସହିତ ଆପଣଙ୍କର ଦୀର୍ଘ ଦିନର ଡାଇବେଟିସ‌୍‍ ରହିଛି, ତେବେ ଆପଣଙ୍କର ମାଂସପେଶୀକୁ ଶକ୍ତିଶାଳୀ ରଖିବା ପାଇଁ ସକ୍ରିୟ ରହନ୍ତୁ, ଗତିଶୀଳତା ବଜାୟ ରଖନ୍ତୁ ଏବଂ ଇନ‌୍‍ସୁଲିନ‌୍‍ ସମ୍ୱେଦନଶୀଳତା ସନ୍ତୁଳନ ରକ୍ଷା କରନ୍ତୁ। ଏହା ମଧ୍ୟ ନିଜସ୍ୱ ଯନି ଜାରି ରଖିବାରେ ସହାୟକ ହୋଇଥାଏ, ମାନସିକ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିପାରେ ଓ ପଡିଯିବା ପ୍ରତିହତ କରିପାରେ।   ବୟସ୍କ ବ୍ୟକ୍ତିଙ୍କ ସହିତ ଯେଉଁମାନେ କମ‌୍‍ ବୟସରେ ଡାଏବେଟିସ‌୍‍ର ଶିକାର ହୋଇଥିବେ ସେମାନଙ୍କ ପାଇଁ ଶାରୀରିକ ବ୍ୟାୟାମ ସାଙ୍ଗକୁ ନିୟନ୍ତ୍ରୀତ ଆହାର ସାହାଯ୍ୟରେ ସେମାନଙ୍କର ରକ୍ତ ଶର୍କରା ଉପରେ ନିୟନ୍ତ୍ରଣ ଜାରି କରିପାରିବେ।    ମାନସିକ ସ୍ୱାସ୍ଥ୍ୟ ଓ ଡାଇବେଟିସ‌୍‍   ଯଦି ଆପଣ ମାନସିକ ଚାପ, ବିଷାଦ, କିମ୍ୱା ଉତ୍କଣ୍ଠା ମଧ୍ୟ ଦେଇ ଗତି କରୁଛନ୍ତି ତେବେ ଆପଣଙ୍କ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରି ନିଜର ବ୍ଲଡ‌୍‍ ପ୍ରେସର ଏବଂ ଡାଏବେଟିସ‌୍‍ ସ୍ତରକୁ ମାପି - ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ। ଆପଣଙ୍କ ଡାକ୍ତର ଆପଣଙ୍କୁ ଆବଶ୍ୟକତା ଅନୁଯାୟୀ ଜଣେ ପରାମର୍ଶଦାତା, ସାଇକୋଲୋଜିଷ୍ଟ କିମ୍ୱା ସାଇକାଟ୍ରିଷ୍ଟଙ୍କୁ ଭେଟିବା ପାଇଁ ପଠାଇ ପାରନ୍ତି।   ମନେରଖିବାର ବିଷୟ କ.         ଡାଇବେଟିସ‌୍‍ ସଂପର୍କିତ ଜଟିଳତାଗୁଡିକ ଅନ୍ତଭୁର୍କ୍ତ କରେ ବୃହତ ଓ କ୍ଷୁଦ୍ର ରକ୍ତବାହୀ ନଳୀ କ୍ଷତିଗ୍ରସ୍ତ ହେବା, ଯାହାକି ହୃଦ‌୍‍ଘାତ ଏବଂ ଷ୍ଟ୍ରୋକ‌୍‍ ଏବଂ ବୃକକ‌୍‍, ଚକ୍ଷୁ, ପାଦ ଓ ସ୍ନାୟୁ ସମସ୍ୟାର କାରଣ ହୋଇପାରେ। ଖ.         ନିୟମିତ ବ୍ୟାୟାମ ସାଙ୍ଗକୁ ସନ୍ତୁଳିତ ଆହାର, ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ଅଧିକାଂଶ ମଧୁମେହ ସଂପର୍କିତ ବିପଦର ଆଶଙ୍କା ହ୍ରାସ କରାଯାଇପାରିବ। ଗ.         ଜଟିଳତାଗୁଡିକ ଆଗୁଆ ଠାବ କରିବା ପାଇଁ ନିୟମିତ ସ୍କ୍ରିନିଂ ଏବଂ ଆପଣଙ୍କ ଅଣ୍ଟା ମାପ, ରକ୍ତଚାପ, ରକ୍ତ ଶର୍କରା ସ୍ତର, ଏଚବିଏସି ଏବଂ କୋଲେଷ୍ଟ୍ରଲକୁ ଅନୁମୋଦିତ ପରିସର ମଧ୍ୟରେ ନିୟମିତ ରଖିବ। ଘ.         ଆପଣଙ୍କର ଯଦି ଡାଇବେଟିସ‌୍‍ ରହିଛି, ଆପଣ ଧୂମପାନ ସାଙ୍ଗକୁ ମଦ୍ୟପାନ ନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଏହା ଜଟିଳତାର ଆଶଙ୍କା ବଢାଇ ଦେଇଥାଏ।   ବରିଷ୍ଠ ମେଡିସିନ‌୍‍ ସ୍ପେଷାଲିଷ୍ଟ, ଆଦିତ୍ୟ କେୟାର ହସ୍ପିଟାଲ‌୍‍, ଭୁବନେଶ୍ୱର

Share :