ପିପିଏଲ ସାର କାରଖାନା ଅଚଳ!

ପିପିଏଲ ସାର କାରଖାନା ଅଚଳ!

Share :

  ଜୁଲାଇ ୨୧ ତାରିଖ ଜେନେରାଲ ସିଫ୍ଟରୁ ପାରାଦୀପ ଫସଫେଟ୍‌ସ ଲିମିଟେଡ଼ ବା ପିପିଏଲ ସାର କାରଖାନା ଏକରକମ ଅଚଳ ହୋଇଯାଇଛି। କାରଖାନାର ୧୫ ଗୋଟି ବିଭାଗର କର୍ମଚାରୀ ଓ ଶ୍ରମିକମାନେ ସେହି ଦିନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା ଏବଂ ନୂଆ ଚୁକ୍ତିନାମା ପାଇଁ ଦରମା ନିର୍ଦ୍ଧାରଣ ସମେ ନନ‌୍‍ ପଞ୍ଚିଂ ଶ୍ରମିକଙ୍କର ଦରମା ନିର୍ଦ୍ଧାରଣ, ଗେଟ‌୍‍ ପାସ, କାରଖାନା କ୍ୟାଣ୍ଟନିରେ ଖାଇବା ସୁବିଧା ଏବଂ ସୁରକ୍ଷା ପୋଷାକ ଆଦି ଦାବିରେ ଏହି ଆନ୍ଦୋଳନ ଚାଲିଛି।   ପାରାଦୀପ ଫସଫେଟ୍‌ସ ଲିମିଟେଡ଼ ସାର କାରଖାନାର ଏସ‌୍‍.ଏ.ପି, ଡିଏପି, କ୍ୟାଣ୍ଟିନ‌୍‍, ରେଳବାଇ, ଅଫିସ, ବ୍ୟାଙ୍ଗି ପ୍ଳାଣ୍ଟ, ଲାବରଟୋରୀ, ଜେନେରାଲ ଷ୍ଟୋର, ୱାଟର ଟ୍ରିଟ‌୍‍ମେଣ୍ଟ ପ୍ଲାଣ୍ଟର ଅନ୍ୟୁନ ୧୦୦୦ କର୍ମଚାରୀ ଓ ଶ୍ରମିକ କାରଖାନା କର୍ତ୍ତୃପକ୍ଷଙ୍କ ଅସହଯୋଗ ଓ ଜିଦଖୋର ମନୋଭାବର ପଅତିବାଦରେ କାର୍ଯ୍ୟରେ ଯୋଗଦେଇ କାମ କରୁନାହାନ୍ତି। ମିଳିଥିବା ସୂଚନା ଅନୁସାରେ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ନେତୃତ୍ୱରେ ପାରାଦୀପ ଫସପେଟ‌୍‍ ମଜଦୁର ୟୁନିଅନର ଅନ୍ୟୁନ ୫୫୦ ଜଣ ଓ ବାପି ସର୍ଖେଲଙ୍କ ନେତୃତ୍ୱରେ ପରିଚାଳିତ ପାରଦୀପ ଏରସମା ଇଣ୍ଡଷ୍ଟ୍ରିଆଲ ୱାକର୍ସ ୟୁନିଅନର ଅନ୍ୟୁନ ୪୫୦ ଜଣ ଆଜକୁ ଅନ୍ତତଃ ଏକ ମାସ ହେଲାଣୀ ପିପିଏଲ କର୍ତ୍ତୃପକ୍ଷଙ୍କ ସହିତ ମୂଲଚାଲ ଚଳାଇବା ସଙ୍ଗେ ସଙ୍ଗେ କାରଖାନା ଫାଟକ ସମ୍ମୁଖରେ ପ୍ରତିବାଦ ସଭା କରିଆସୁଥିଲେ। କିନ୍ତୁ କାରଖାନା କତ୍ତୃର୍ପକ୍ଷଙ୍କ ଅସହଯୋଗ ଏବଂ ଜିଦଖୋର ମନୋବୃତ୍ତି ଯୋଗଁୁ ଶ୍ରମିକମାନେ ନିଜ ନିଜ କାର୍ଡ ପଞ୍ଚିଂ କରି କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ପ୍ରତିବାଦମୂଳକ କାର୍ଯ୍ୟବନ୍ଦ ଅବ୍ୟାହତ ରଖିଛନ୍ତି।   ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା ଏବଂ ନୂଆ ଚୁକ୍ତିନାମା ପାଇଁ ଦରମା ନିର୍ଦ୍ଧାରଣ ସମେ ନନ‌୍‍ ପଞ୍ଚିଂ ଶ୍ରମିକଙ୍କର ଦରମା ନିର୍ଦ୍ଧାରଣ, ଗେଟ‌୍‍ ପାସ, କାରଖାନା କ୍ୟାଣ୍ଟନିରେ ଖାଇବା ସୁବିଧା ଏବଂ ସୁରକ୍ଷା ପୋଷାକ ପତ୍ର ଆଦି ଦାବିରେ ଶ୍ରମିକମାନ ଅଟଳ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କାରଖାନା କର୍ତ୍ତୃପକ୍ଷ ଏଦୁଇ ୟୁନିୟନ ସହିତ ଆଲୋଚନା କରିବା ପାଇଁ କୌଣସି ମସୁଧା କରିନାହାନ୍ତି।   ପିପିଏଲ କାରଖାନାରେ ଏହି ପ୍ରକାର ଧର୍ମଘଟକୁ କାରଖାନାର ପୂର୍ବତନ ଜେନେରାଲ ମ୍ୟାନେଜର ପିକେ ପଣ୍ଡା ସମାଧାନ ବାଟ ବାହାର କରୁଥିଲେ। କିନ୍ତୁ ବର୍ତ୍ତମାନର କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଧୀରେ ଧୀରେ କାରଖାନା ପରିସରରେ ଉତ୍ତେଜନା ବଢି ବଢି ଚାଲୁଛି। ପାରାଦୀପ ଫସପେଟ‌୍‍ ମଜଦୁର ୟୁନିୟନର ଉପସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଅନନ୍ତ କୁମାର ଦାସ ପିପିଏଲ କର୍ତ୍ତୃପକ୍ଷ ତୁରନ୍ତ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି।   ଅପରପକ୍ଷରେ ଯେ ପର୍ଯ୍ୟନ୍ତ ପିପିଏଲ କତ୍ତୃର୍ପକ୍ଷ ଶ୍ରମିକ ଓ କର୍ମଚାରୀ ମାନଙ୍କ ମୌଳିକ ସମସ୍ୟା ସମାଧାନ କରି ନାହାନ୍ତି ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ମଜଦୁର ୟୁନିୟନର ଦୁଇ ଶ୍ରମିକ ନେତା ଅଜୟ କୁମାର ସ୍ୱାଇଁ ଏବଂ ପ୍ରଫୁଲ କୁମାର ଖଟୁଆ ଚେତାବନୀ ଦେଇଛନ୍ତି।   ସୂଚନାଯୋଗ୍ୟ ଯେ ସରକାରଙ୍କ ଦୁର୍ନୀତି ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହି ସରକାରୀ କାରଖାନା ଏବେ ଘରୋଇ ମାଲିକଙ୍କ କବ୍ଜାକୁ ଚାଲି ଯାଇଛି। କାରଖାନାରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ କାରସାଦି ଚଳି ଆସୁଛି। ହେଲେ ସେ କେତେବେଳେ ଡାହାଣୀ ହୋଇ ଲାଗୁଛନ୍ତି ଓ କେତେବେଳେ ଗୁଣିଆ ହୋଇ ଝାଡ଼ୁଛନ୍ତି ତାହା କାରଖାନା କର୍ତ୍ତୃପକ୍ଷ କି ଶ୍ରମିକ କର୍ମଚାରୀ ଗୋଷ୍ଠୀ ବୁଝିପାରୁ ନାହାନ୍ତି।

Share :