ବିଜୁ କେବିକେ ପାଣ୍ଠି ହଡ଼ପ

ବିଜୁ କେବିକେ ପାଣ୍ଠି ହଡ଼ପ

Share :

  କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟୃ ପଂଚାୟତ ଅଧୀନସ୍ଥ ଖଙ୍ଗାରଗୁଡା ଗ୍ରାମଠାରୁ କଦଳୀମୁଣ୍ଡା ରାସ୍ତା ମଧ୍ୟରେ ପୋଲ କାମରେ ଦୁର୍ନୀତି ନେଇ ବିଜେପି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ବିଜୁ କେ.ବି.କେ. ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପୋଲ ନିର୍ମାଣ କରାଯାଇଛି। ଉକ୍ତ ସୂଚନା ଫଳକରେ ଥିବା ସୂଚନା ଅନୁସାରେ ସି.ଡି. କାମ ସହିତ ଗାର୍ଡ଼ ୱାଲ‌୍‍ ଫର୍ମ ଖଙ୍ଗାରଗୁଡାଠାରୁ କଦଳୀମୁଣ୍ଡା ରାସ୍ତାରେ ଉକ୍ତ ଟଙ୍କା ବିନିଯୋଗ ହେବା କଥା। କିନ୍ତୁ ବିଭାଗୀୟ କର୍ମଚାରୀମାନେ ଚଂଚକତା ପୂର୍ବକ ଉକ୍ତ କାର୍ଯ୍ୟରେ ମିଥ୍ୟା ବିଲ‌୍‍ କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ସଂପୂର୍ଣ୍ଣ ହୋଇଥିବା ଉକ୍ତ କାର୍ଯ୍ୟ ବର୍ତମାନ ଭଗ୍ନ ଅବସ୍ଥାରେ ପହଂଚିଥିବା ବେଳେ ସେଠାରେ ଥିବା ସୂଚନା ଫଳକରେ ସଂପୂର୍ଣ୍ଣ ତଥ୍ୟ ଦେବାକୁ ବିଭାଗ ଅଣଦେଖା କରିଛି।   ଉକ୍ତ କାର୍ଯ୍ୟ ବିଭାଗୀୟ ଅନୁସାରେ ସଂପାଦିତ କରାଯାଇଥିବା ବେଳେ ଆର୍ଥିକ ବର୍ଷର ସୂଚନା ପ୍ରଦାନ କରାଯାଇନାହିଁ। ଏଠାରେ ସି.ଡି. କାମ ସହ ଗାର୍ଡ ୱାଲ୍ ହେବା କଥା। କିନ୍ତୁ ଗାର୍ଡ଼ ୱାଲର ଚିହ୍ନବର୍ଣ୍ଣ ନାହିଁ। ଯେଉଁଠାରେ ଏହି ୫ ଲକ୍ଷ ଟଙ୍କା ବିନିଯୋଗ ହୋଇଛି ସେଠାରେ ଚାଷୀଙ୍କ ବ୍ୟତୀତ କୌଣସି ଜନସାଧାରଣଙ୍କ ପ୍ରାୟତଃ ଗମନାଗମନ ହୁଏ ନାହିଁ। ଯେଉଁ ସ୍ଥାନରେ କାର୍ଯ୍ୟ ହୋଇଛି ସେଠାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ସାମାନ୍ୟ ବର୍ଷାରେ ଧୋଇଯାଇଥିବାବେଳେ ବି.ଜେ.ପି. କର୍ମକର୍ତ୍ତାମାନେ ବିଭାଗୀୟ କର୍ମକର୍ତ୍ତାଙ୍କ ଉପରେ ଅଙ୍ଗୁଳି ନିର୍ଦେଶ କରିଛନ୍ତି।   ଗ୍ରାମବାସୀଙ୍କ ଅଭିଯୋଗ ଆଧାର କରି ବି.ଜେ.ପି. ଜିଲ୍ଲା ଉପସଭାପତି ରବୀନ୍ଦ୍ର ପଟ୍ଟଯୋଷୀ, ଜିଲ୍ଲା ଉପସଭାପତି ତଥା କଲମପୁର ବି.ଜେ.ପି. ପ୍ରଭାରୀ ଭବସିନ୍ଧୁ ମଙ୍ଗରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟୀକରଣ ପାଇଁ ବିଭିନ୍ନ ସ୍ଥାନରେ ଶାସକ ଦଳ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଭଳି ଯୋଜନା ପାଣ୍ଠି ହଡ଼ପ କରାଯାଇଛି।

Share :