ଦୂତୀ ଓ ଶ୍ରାବଣୀଙ୍କ ସଫଳତା କାମନା

ଦୂତୀ ଓ ଶ୍ରାବଣୀଙ୍କ ସଫଳତା କାମନା

Share :

 ଦୁଇ ଓଡିଆ ତାରକା ଧାବିକା ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ରିଓ ଅଲମ୍ପିକିରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ଅବିଭକ୍ତ କଟକ ଜିଲ୍ଳାର ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଙ୍ଘର ପ୍ରତିଷ୍ଠାତା ସଭାପତି ସନ୍ତୋଷ ପଟ୍ଟନାୟକ ଉଭୟଙ୍କୁ ଅଭନନ୍ଦନ ଜ୍ଞାପନ କରିଛନ୍ତି। ଏହି ଅବସରରେ ଶ୍ରମିକ ସଂଘର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସେମାନଙ୍କର ଏହି ସଫଳତା କେବଳ ଓଡିଶା ନୁହେଁ ସମଗ୍ର ଦେଶ ପାଇଁ ଏହି ଗୌରବମୟ ମୁହୁର୍ତ୍ତ ବୋଲି କହିବା ସହ ଆସନ୍ତା ଅଲମ୍ପିକିରେ ଦୁଇ କ୍ରୀଡା ବିତ‌୍‍ଙ୍କର ସଫଳତା କାମନା କରିଛନ୍ତି।

Share :