ଶିକ୍ଷାର ଲକ୍ଷ୍ୟ

ଶିକ୍ଷାର ଲକ୍ଷ୍ୟ

Share :

ଜାତିର ପିତା ମହାତ୍ମାଗାନ୍ଧୀ ଶିକ୍ଷାକୁ ଏକ ଏପରି ମାଧ୍ୟମ ରୂପେ ଦେଖିଥିଲେ ଯାହାକି ସାମାଜିକ ବ୍ଯବସ୍ଥାରେ ବ୍ଯାପି ରହିଥିବା ଅନ୍ଯାୟ, ହିଂସା ଏବଂ ଅସମାନତା ପ୍ରତି ରାଷ୍ଟ୍ରର ଅନ୍ତରାତ୍ମାକୁ ଜାଗ୍ରତ କରିପାରିବ| ବାପୁଙ୍କ ଦ୍ବାରା ପ୍ରଣୀତ ନୟୀ ତାଲିମ ଆତ୍ମନିର୍ଭରତା ଏବଂ ବ୍ଯକ୍ତିର ଆତ୍ମସମ୍ମାନ ପ୍ରତି ଗୁରୁତ୍ବ ଦେଇଥିଲା ଯାହାକି ସାମାଜିକ ସମ୍ବନ୍ଧର ଆଧାର ତିଆରି କରିପାରିବ| ଯେଉଁ ଆଧାର କି ସମାଜ ଭିତରେ ଓ ବାହାରେ ଅହିଂସା ଉପରେ ପର୍ଯ୍ଯବସିତ| ଗାନ୍ଧିଜୀଙ୍କ ପରାମର୍ଶ ଥିଲା ଶିଶୁମାନଙ୍କୁ ରୂପାନ୍ତରିତ ସମାଜର ଏକ ପରିଦୃଶ୍ଯ ଅଙ୍ଗଭାବେ ତିଆରି କରିବା ଲାଗି ଶିଶୁର ଆଖପାଖ ମାତୃଭାଷା ଓ କର୍ମ ପରିବେଶକୁ ସମୂଳରୂପେ ବ୍ଯବହାର କରାଯିବ|  ସେ ଏମିତି ଏକ ଭାରତର ସ୍ବପ୍ନ ଦେଖିଥିଲେ ଯେଉଁଥିରେ ପ୍ରତ୍ଯେକ ବ୍ଯକ୍ତି ନିଜର ଦକ୍ଷତାକୁ ଆବିଷ୍କାର କରିପାରିବ ଓ ତାହାର ସଫଳ ଉପଯୋଗ କରିପାରିବ ତଥା ଅନ୍ଯ ସହିତ ମିଶି ଏମିତି ଏ ବିଶ୍ବର ପୁନର୍ନିର୍ମାଣ କରିବ ଯେଉଁଠି ଦେଶ ଦେଶ ମଧ୍ୟରେ, ସମାଜ ସମାଜ ଭିତରେ ଏବଂ ମାନବିକତା ଓ ପ୍ରକୃତି ଭିତରେ ଦ୍ବନ୍ଦ ଲାଗି ରହିଛି | ସ୍ବାଧୀନତା ସଂଗ୍ରାମ ସମୟରେ ଶିକ୍ଷାର ଲକ୍ଷ୍ୟ ସମ୍ବନ୍ଧରେ ଯାହା ବ୍ଯକ୍ତ କରାଯାଇଥିଲା ତାହା ସ୍ବାଧୀନତା ପରେ ଜାତୀୟ ଆୟୋଗମାନଙ୍କ ଦ୍ବାରା ପରିମାଜିର୍ତ ହେଲା| ଏହି ଜାତୀୟ ଆୟୋଗମାନେ ଥିଲେ ମାଧ୍ୟମିକ ଶିକ୍ଷା କମିଶନ (1952-53) ଏବଂ ଶିକ୍ଷା କମିଶନ୍ (1964-66) | ପରିବତ୍ତିର୍ତ ସାମାଜିକ ଓ ରାଜନୈତିକ ପୃଷ୍ଠଭୂମିରେ ଦେଶର ବିକାଶକୁ ଦୃଷ୍ଟିରେ ରଖି ଉଭୟ କମିଶନ୍ ଗାନ୍ଧିଜୀଙ୍କ ଶିକ୍ଷା ଦର୍ଶନରୁ ଉଦ୍ଭବ ସାରମର୍ମକୁ ଫୁଙ୍ଖାନୁପୁଙ୍ଖଭାବେ ତର୍ଜମା କରିଥିଲେ | 1976 ମସିହା ପର୍ଯ୍ଯନ୍ତ ଭାରତୀୟ ସମ୍ବିଧାନ ରାଜ୍ଯମାନଙ୍କୁ ସେମାନଙ୍କ ପରିସରରେ ପାଠ୍ଯକ୍ରମ ଆଦି ପ୍ରସ୍ତୁତି ସହିତ ଶିକ୍ଷା  ସମ୍ବନ୍ଧରେ ସମସ୍ତ ନିଷ୍ପତ୍ତି ନେବାକୁ ଅନୁମତି ଦେଇଥିଲା| ନୀତି ନିର୍ଦ୍ଧାରଣ ବେଳେ କେନ୍ଦ୍ର କେବଳ ରାଜ୍ଯମାନଙ୍କୁ ବିଭିନ୍ନ ବିଷୟରେ ମାର୍ଗଦର୍ଶନ କରୁଥିଲା | ଏହିଭଳି ସ୍ଥିତି ଥିବାବେଳେ 1968 ମସିହାରେ ଜାତୀୟ ଶିକ୍ଷାନୀତି ଓ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ.ସି.ଇ.ଅାର.ଟି) ଦ୍ବାରା 1975ରେ ପାଠ୍ଯକ୍ରମର ରୂପରେଖ ପ୍ରଣୟନ କରାଗଲା | 1976ରେ ଶିକ୍ଷାକୁ ଯୁଗ୍ମ ତାଲିକାରେ ଆଣିବା ଲାଗି ସମ୍ବିଧାନ ସଂଶୋଧନ କରାଗଲା ଏବଂ 1986 ମସିହାରେ ପ୍ରଥମଥର ଲାଗି ସମଗ୍ର ଦେଶ ନିମନ୍ତେ ଏକ ସାଧାରଣ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଗଲା | 1986ର ଜାତୀୟ ଶିକ୍ଷାନୀତି ସମଗ୍ର ଦେଶର ବିଦ୍ୟାଳୟ ପାଠ୍ଯକ୍ରମ ରେ ଅଭିନ୍ନତା ରହିବା ନିମନ୍ତେ ସୁପାରିଶ କଲା | ନୀତି ମଧ୍ୟ ଜାତୀୟ ପାଠ୍ଯକ୍ରମର ରୂପରେଖ ପ୍ରସ୍ତୁତ କରିବା ଓ ନିୟମିତ ଅନ୍ତରରେ ତାକୁ ସମୀକ୍ଷା କରି ସଂଶୋଧନ କରିବା ନିମନ୍ତେ ଏନସିଇଆରଟିକୁ ଦାୟିତ୍ବ ନ୍ଯସ୍ତ କଲା | 1975 ମସିହା ପରେ ପାଠ୍ଯକ୍ରମ ସମ୍ବନ୍ଧୀୟ କାର୍ଯ୍ୟ ଚାଲୁରଖିଥିବା ଅବସରରେ କେତେକ କ୍ଷେତ୍ରରେ ଏହା ତାହାର ଅଧ୍ୟୟନ ଓ ଗବେଷଣା ଜାରି ରଖିଥିଲା ଏବଂ 1984 ମସିହାରେ ତାହାର କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଜାତୀୟ ପାଠ୍ଯକ୍ରମର ରୂପରେଖର ଏକ ଖସଡା ପ୍ରକାଶ କରିଥିଲା | ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ଯଥିଲା ଗୁଣାତ୍ମକ ଦୃଷ୍ଟିରୁ ସମଗ୍ର ଦେଶରେ ଏକାପ୍ରକାରର ବିଦ୍ୟାଳୟ ଶିକ୍ଷାର ପ୍ରଚଳନ କରିବା ଓ ଦେଶର ବିବିଧତା ସତ୍ତ୍ବେ ଶିକ୍ଷା ମାଧ୍ୟମରେ ଜାତୀୟ ଏକତା ଆଣିବା | ଏହି ଅନୁଭୂତିକୁ ଆଧାର କରି ପରିଷଦ ବିଦ୍ୟାଳୟ ନିମନ୍ତେ ଜାତୀୟ ପାଠ୍ଯକ୍ରମର ରୂପରେଖ 1988 ମସିହାରେ ପ୍ରସ୍ତୁତ କଲା | ତେବେ ଖୁବ୍ କ୍ଷିପ୍ରଗତିରେ ବିକାଶ ଲାଭ କରୁଥିବା ସହ ପରିବବତ୍ତିର୍ତ ପରିସ୍ଥିତିରେ ପାଠ୍ଯକ୍ରମ ଓ ପାଠ୍ଯପୁସ୍ତକକୁ ଗୁରୁତ୍ବ ଦେଉଥିବା ଏହି ଜାତୀୟପାଠ୍ଯକ୍ରମର ରୂପରେଖ ପିଲାଙ୍କ ଉପରେ ପାଠର ବୋଝ ଲଦି ଦେଲା ଏବଂ ପିଲାମାନଙ୍କ ଶୈଶବ ଏବଂ କିଶୋରାବସ୍ଥାରେ ଶିକ୍ଷାକୁ ସେମାନଙ୍କ ଲାଗି କ୍ଳାନ୍ତିଦାୟକ କରିତୋଳିଲା | 1993 ମସିହାରେ ପ୍ରଫେସର ଯଶପାଲଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ରିପୋର୍ଟ ଯାହାର ଶୀର୍ଷକ ଥିଲା ଲଣ୍ଣିର୍ଂ ଉଇଦାଉଟ୍ ବର୍ଡନ (ବୋଝମୁକ୍ତ ଶିକ୍ଷଣ) ଏହି ବିଷୟଟିକୁ ସ୍ପଷ୍ଟ ଓ ସୁସଙ୍ଗତଭାବେ ଉପସ୍ଥାପିତ କରିଥିଲା | ଆମେ ସେହିସବୁ ବ୍ଯବସ୍ଥାଗତ ପ୍ରସଙ୍ଗ ଉପରେ ଧ୍ୟାନଦେବା ଆବଶ୍ଯକ ଯାହାକି ଅତୀତରେ ଉଲ୍ଲେଖ କରିଥିବା ଅନେକ ଗୁଡିଏ ଉତ୍ତମ ଚିନ୍ତାଧାରାକୁ ପ୍ରୟୋଗ କରିବା ଲାଗି ସମର୍ଥ କରିବ | ସେଗୁଡିକ ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା - - ଜ୍ଞାନକୁ ବିଦ୍ୟାଳୟର ବାହାର ଜୀବନ ସହିତ ସଂପର୍କୀତ କରିବା - ପାଠ ପଢା ଘୋଷା ପଦ୍ଧତିରୁ ମୁକ୍ତ ହୋଇଛି ବୋଲି ସୁନିଶ୍ଚିତ କରିବା  - ପାଠ୍ଯକ୍ରମର ଏପରି ସଂଶୋଧନ ଓ ପରିବର୍ଦ୍ଧନ କରାଇବା ଯାହା କେବଳ ପାଠ୍ଯପୁସ୍ତକ କୈନ୍ଦ୍ରିକ ନହୋଇ ପିଲାମାନଙ୍କର ସାମଗ୍ରିକ ବିକାଶ କରାଇବ - ପରୀକ୍ଷା ସହଜ ଓ ନମନୀୟ କରାଇବା ଓ ଏହାକୁ ଶ୍ରେଣୀଗୃହର କାର୍ଯ୍ୟକ୍ରମ ସହିତ ଯୋଡିବା  - ପିଲାମାନଙ୍କର ଏମିତି ଏକ ପରିଚୟ ତିଆରି କରିବା ଯାହାକି ଗଣତନ୍ତ୍ର ଦେଶରେ ଜାତୀୟ ଏକତାର ପ୍ରତୀକ ହେବ| ବର୍ତ୍ତମାନ ପରିସ୍ଥିତିରେ କେତେକ ନୂଆ ପରିବର୍ତ୍ତନ ଓ ନୂତନ ପ୍ରସଙ୍ଗ ଉତ୍ଥାପିତ ହୋଇଛି ଯାହାକୁ କି ପାଠ୍ଯକ୍ରମ ସହ ସମ୍ବନ୍ଧିତ କରିବା ଆବଶ୍ଯକ| ଏହା ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ପ୍ରବେଶ କରାଇବା ଓ ସେଠାରେ ସେମାନଙ୍କୁ ନିୟମିତ କରାଇବା | ପ୍ରତ୍ଯେକଟି ପିଲାକୁ ତାହାର ଦକ୍ଷତା ପ୍ରତି ସଚେତନ କରାଇବା, ଶିକ୍ଷା ପ୍ରତି ସମସ୍ତଙ୍କର ମନରେ ସମ୍ମାନବୋଧ ଓ ଶିଖିବାର ଆସ୍ଥା ସୃଷ୍ଟିକରାଇବା | ପାଠ୍ଯକ୍ରମର ଆଧାରରେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତାକୁ ମଧ୍ୟ ଦୃଷ୍ଟିଦେବାକୁ ହେବ | କେବଳ ସାଂସ୍କୃତିକ ବିଭିନ୍ନତା ନୁହେଁ  ବରଂ ବିଭିନ୍ନ ସାମାଜିକ, ଆର୍ଥିକ ପୃଷ୍ଠଭୂମିରୁ ଆସିଥିବା ତଥା ବିଭିନ୍ନ ଶାରୀରିକ, ମାନସିକ ଓ ବେଦ୍ଧିକ ବିଶେଷତା ଥିବା ପିଲାମାନେ ଯେପରି ବିଦ୍ୟାଳୟରେ ସମାନଭାବେ ସଫଳତାର ସହ ଶିକ୍ଷାଲାଭ କରିବେ ସେଥିପ୍ରତି ଧ୍ୟାନ ଦେବାକୁ ହେବ | ଏହି ପରିପ୍ରେକ୍ଷୀରେ ଜାତି, ଧର୍ମ, ଲିଙ୍ଗ, ଭାଷା, ସଂସ୍କୃତି ଅଥବା ଅସମର୍ଥତାରୁ ଜାତ ଅସମାନତାର ପରିଣାମସ୍ବରୂପ ଶିକ୍ଷାରେ ଆସୁଥିବା ପ୍ରତିବନ୍ଧକକୁ ସିଧାସଳଖ ସାମ୍ନା କରିବାର ଆବଶ୍ଯକତା ରହିଛି, ନୀତି ବା ସ୍କିମର ଆଧାରରେ ନୁହେଁ ବରଂ ପିଲାବେଳୁ ପରମ୍ପରାଗତ ପାଠ୍ଯ ଅଭ୍ଯାସ, ପାଠ୍ଯର ଚୟନ ଓ ସଂରଚନା ଆଦି ଜରିଆରେ ସେସବୁ ପ୍ରତିବନ୍ଧକକୁ ଦୂର କରାଯାଇପାରେ | ସାର୍ବବଜନୀନ ପ୍ରାଥମିକ ଶିକ୍ଷା ଆମକୁ ଏହି କଥା ସମ୍ବନ୍ଧରେ ସଚେତନ କରୁଛି ଯେ ପାଠ୍ଯକ୍ରମକୁ ସଂପ୍ରସାରଣ କରି ସେଥିରେ ଜ୍ଞାନ ସହିତ କର୍ମ ଓ ବିଭିନ୍ନ ପରମ୍ପରାଗତ କୌଳିକ ବୃତ୍ତି ଭିତ୍ତିକ ଶିକ୍ଷା ସାମିଲ କରିବା ଆବଶ୍ଯକ| ସାମ୍ପ୍ରତିକ ବିଶ୍ବର ଅର୍ଥନୈତିକ ବ୍ଯବସ୍ଥା ଓ ଉଦାରୀକରଣ ପରିପ୍ରେକ୍ଷୀରେ କେତେକ କୌଳିକ ପରମ୍ପରା ବର୍ତ୍ତମାନ ନିଜର ଅସ୍ତିତ୍ବ ରକ୍ଷା କରିବା ଲାଗି ସଂଗ୍ରାମ କରୁଛନ୍ତି | ଆତ୍ମସମ୍ମାନ ଓ ନୈତିକତାର ବିକାଶ ସହିତ ପିଲାମାନଙ୍କ ସୃଜନଶୀଳତାର ପରିପୋଷଣକୁ ପ୍ରାଥମିକତା ଦିଆାଯିବା ଆବଶ୍ଯକ | କ୍ଷୀପ୍ର ପରିବର୍ତ୍ତନଶୀଳ ଓ ପ୍ରତିଯୋଗିତାମୂଳକ ବିଶ୍ବ ଅର୍ଥବ୍ଯବସ୍ଥା ପରିପ୍ରେକ୍ଷୀରେ ପିଲାମାନଙ୍କର ନିଜସ୍ବ ପ୍ରଜ୍ଞା ଓ କଳ୍ପନାପ୍ରବଣତାକୁ ପ୍ରୋତ୍ସାହନ ଦିଆଯିବା ଏକାନ୍ତ ଆବଶ୍ଯକ | ସଂପ୍ରତି ଶିକ୍ଷାବ୍ଯବସ୍ଥାରେ ହୋଇଥିବା କେତୋଟି ବ୍ଯବସ୍ଥାଗତ ସୁଧାରର ପ୍ରମୁଖ ଉଦାହରଣ ହେଲା ବିକେନ୍ଦ୍ରୀକରଣ ଏବଂ ପଞ୍ଚାୟତିରାଜ ବ୍ଯବସ୍ଥାର ଭୂମିକା ଉପରେ ଗୁରୁତ୍ବପ୍ରଦାନ | ପଞ୍ଚାୟତିରାଜ ବ୍ଯବସ୍ଥା ଶିକ୍ଷାବ୍ଯବସ୍ଥାରେ ଅଫିସରମାନଙ୍କ ପ୍ରଭାବକୁ କମ୍ ଗୁରୁତ୍ବ ପ୍ରଦାନ କରିଛି, ଶିକ୍ଷକମାନଙ୍କୁ ଅଧିକ ଦାୟିତ୍ବସଂପନ୍ନ କରିଛି ଏବଂ ବିଦ୍ୟାଳୟକୁ ପିଲାମାନଙ୍କ ଆବଶ୍ଯକତା ପୂରଣ ଦିଗରେ ଅଧିକ ସ୍ବୟଂଶାସିତ କରିପାରିଛି | ଏ ସମସ୍ତ ପଦକ୍ଷେପ ସହିତ ସ୍ଥାନୀୟ ପରିବେଶ, ଜୀବନ ଓ ପ୍ରକୃତି ଭିତରେ ସାମଞ୍ଜସ୍ଯ ରକ୍ଷା କରିବାର ମଧ୍ୟ ଆବଶ୍ଯକତା ରହିଛି | ପିଲାମାନେ ନିଜର ପରିବେଶରେ ବଡ ହେବା ଭିତରେ ଅନେକ କିଛି ଶିଖି ଥାଆନ୍ତି | ସେମାନେ ନିଜର ଆଖପାଖ ପରିବେଶ ଉପରେ ମଧ୍ୟ ନଜର ରଖିଥାନ୍ତି | ଯେତେବେଳେ ସେମାନେ ଏହି ସବୁ ଅନୁଭୂତି ନେଇ ଶ୍ରେଣୀଗୃହକୁ ଆସନ୍ତି ସେତେବେଳେ ସେମାନଙ୍କର ପ୍ରଶ୍ନ ଓ ନାନା ଜିନିଷ ଜାଣିବାର ଇଚ୍ଛାରେ ପାଠ୍ଯକ୍ରମ ଅଧିକ ସମୃଦ୍ଧ ଓ ରଚନାତ୍ମକ ହୋଇଥାଏ | ଏ ପ୍ରକାରର  ପଦକ୍ଷେପ ପିଲାମାନଙ୍କ ନିମନ୍ତେ ଥିବା ‘ଜ୍ଞାତ ବସ୍ତୁରୁ ଅଜ୍ଞାତ ବସ୍ତୁକୁ ଜାଣିବା’, ‘ବାସ୍ତବରୁ ଅବାସ୍ତବର ଧାରଣା କରିବା’, ‘ସ୍ଥାନୀୟ ଜ୍ଞାନରୁ ବିଶ୍ବକୁ ଜାଣିବା’ ପରି ବିଷୟକୁ ଆହୁରି ସମୃଦ୍ଧ କରିଥାଏ | ଏହି ଉଦ୍ଦେଶ୍ଯରେ ବିଦ୍ୟାଳୟର ପ୍ରତ୍ଯେକ ସ୍ତରରେ ପରିବତ୍ତିର୍ତ ଶିକ୍ଷା କୌଶଳ ପ୍ରଚଳନ କରିବାର ଆବଶ୍ଯକତା ରହିଛି ଯେଉଁଥିରେ କି ଶିକ୍ଷକଙ୍କ ଶିକ୍ଷା ମଧ୍ୟ ସାମିଲ | ଉଦାହରଣସ୍ବରୂପ ଉତ୍ପାଦନଭିତ୍ତିକ କାର୍ଯ୍ୟ ଏକ ସଫଳ ଶିକ୍ଷା କୌଶଳ ହୋଇପାରେ, ଯାହାକି କ) ଶ୍ରେଣୀ ଗୃହରେ ପିଲାଏ ପାଉଥିବା ଜ୍ଞାନକୁ ଜୀବନର ଅନୁଭୂତି ସହିତ ଯୋଡି ପାରିବ  ଖ) ସମାଜର ଅଳ୍ପ ରୋଜଗାରକ୍ଷମ ପରିବାରମାନଙ୍କରୁ ଆସିଥିବା ପିଲା ଯେଉଁମାନଙ୍କର କି ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ଦକ୍ଷତା ଏବଂ ଜ୍ଞାନ ଅଛି ସେମାନଙ୍କୁ ସ୍ବଚ୍ଛଳବର୍ଗର ପରିବାରରୁ ଆସିଥିବା ପିଲାମାନଙ୍କଠାରୁ ଆଦର ସମ୍ମାନ ପାଇବାର ସୁଯୋଗ ସୃଷ୍ଟି କରିବ  ଗ) ଦୀର୍ଘ ଦିନରୁ ଉପଲବ୍ଧ ମାନବୀୟ ଅନୁଭୂତି, ଜ୍ଞାନ ଓ ସିଦ୍ଧାନ୍ତ ସବୁକୁ ଏହିଭଳି ଭାବରେ କାମରେ ଲଗାଯାଇ ପାରିବ| ପିଲାମାନଙ୍କୁ ପରିବେଶ ଓ ଏହାର ସଂରକ୍ଷଣ ପ୍ରତି ସମ୍ବେଦନଶୀଳ କରିବା ମଧ୍ୟ ପାଠ୍ଯକ୍ରମର ଅନ୍ଯତମ ଗୁରୁତ୍ବପୂର୍ଣ୍ଣ ଉଦ୍ଦେଶ୍ଯ  ବିଗତ ଶତାବ୍ଦୀରେ ବିକାଶ ଲାଭ କରିଥିବା ନୂତନ ବୈଷୟିକ ଉପଲବ୍ଧି ଏବଂ ଆଧୁନିକ ଜୀବନ ଶୈଳୀ ସଂପ୍ରତି ପରିବେଶର ପ୍ରଭୂତ କ୍ଷତି ସାଧନ କରୁଛି ଏବଂ ଏଥିରୁ ଉପକୃତ ହୋଇଥିବା ଓ ଏହାଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କ ଭିତରେ ବିରାଟ ଅସନ୍ତୁଳନ ଅବସ୍ଥା ସୃଷ୍ଟି କରୁଛି | ପରିବେଶର ସୁରକ୍ଷା କରିବା ତଥା ଏହାକୁ ହାନି ନପହଞ୍ଚାଇବା ଏବେ ଆଗଠାରୁ ଅଧିକ ଅନିବାର୍ଯ୍ୟ ହୋଇପଡିଛି | ଶିକ୍ଷାହିଁ ଏ ଦିଗରେ ଆବଶ୍ଯକ ପଦକ୍ଷେପ ନେବା ଲାଗି ଦିଗ ନିର୍ଦ୍ଦେଶ କରିପାରିବ | ଶିକ୍ଷା ହିଁ ମାନବ ଜୀବନକୁ ପୁଣି ସୁସଂହତ କରିପାରିବ ଯାହାଦ୍ବାରା ପରିବେଶର ରକ୍ଷା ହେବା ସହିତ ସଭ୍ଯତାର ବିକାଶ ମଧ୍ୟ ସମ୍ଭବ ହୋଇପାରିବ |

Share :