କିଟ‌୍‍ରେ ଇଫ‌୍‍ତାର ପାଳିତ

କିଟ‌୍‍ରେ ଇଫ‌୍‍ତାର ପାଳିତ

Share :

  ପ୍ରତିବର୍ଷ ପରି ପବିତ୍ର ରମ‌୍‍ଜାନ ଅବସରରେ କିଟ‌୍‍ ପରିସରରେ ପାଳିତ ହୋଇଯାଇଛି ଇଫ‌୍‍ତାର ପର୍ବ। ରମ‌୍‍ଜାନ ମାସର ଶେଷ ଶୁକ୍ରବାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିଟ‌୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ‌୍‍ ଓ କିସ‌୍‍ର ସଂପାଦକ ଆର.ଏନ‌୍‍ ଦାଶ, କିଟ‌୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. ପି. ମାଥୁର, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ଓ ପ୍ରଫେସର ଏମ‌୍‍.କ୍ୟୁ.ଖାନ‌୍‍  ପ୍ରମୁଖ ଯୋଗ ଦେଇ ଇଫତାର ଓ ରମ‌୍‍ଜାନ ପାଳନର ବିଶେଷତ୍ୱ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ କିଟ‌୍‍ରେ ଶିକ୍ଷାରତ ଓଡ଼ିଶା, ଭାରତ ତଥା ଆଫଗାନୀସ୍ଥାନର ଶତାଧିକ ମୁସଲମାନ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇ ଶ୍ରୀ ସାମନ୍ତ କହିଲେ କିଟ‌୍‍ ସବୁ ବର୍ଗ ଓ ସବୁ ଧର୍ମର ଛାତ୍ରଛାତ୍ରୀଙ୍କୁ ସମାନ ଗୁରୁତ୍ୱ ଦେଇଥାଏ। ଏହି ଅବସରରେ ସମୂହ ନମାଜ ପାଠର ବ୍ୟବସ୍ଥା କରାଯାଇଥିଲା।

Share :