କିଟ‌୍‍, କିସ‌୍‍ରେ ଯୋଗ ଦିବସ

କିଟ‌୍‍, କିସ‌୍‍ରେ ଯୋଗ ଦିବସ

Share :

  କିଟ‌୍‍ ଓ କିସ‌୍‍ ପକ୍ଷରୁ ଜୁନ ୨୧ ତାରିଖ ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ୬ଟା ୪୫ ମିନିଟ‌୍‍ରେ କିଟ‌୍‍, କିସ‌୍‍ ଓ କିମ‍୍‌ସର ହଜାର ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ କିଟ‍୍‌ ପରିସରରେ ଏକାଠି ହୋଇଥିଲେ। ସକାଳ ୭ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଣ୍ଡିଗଡ଼ରେ ଯୋଗାଭ୍ୟାସ ଚାଲିଥିବାବେଳେ ସମଗ୍ର ଭାରତର ବିଭିନ୍ନ ସ୍ଥାନ ସମେତ କିଟ‌୍‍ ଓ କିସ‌୍‍ରେ ମଧ୍ୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା।   କାର୍ଯ୍ୟକ୍ରମକୁ ଉଦ‌୍‍ଘାଟନ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଯୋଗ ଦ୍ୱାରା ମଣିଷ ଶାରୀରିକ ଓ ମାନସିକ ଶାନ୍ତି ଲାଭ କରିଥାଏ। ଯୋଗାସନ ଓ ପ୍ରାଣାୟାମ ଦ୍ୱାରା ଅନେକ ରୋଗର ଉପଶମ ହୋଇଥାଏ। ଯୋଗ କଲେ ଉଭୟ ଶରୀର ଓ ମନ ପ୍ରଫୁଲ୍ଲ ରହିଥାଏ। ଏଥିପାଇଁ କିସ‌୍‍ରେ ସ୍ୱତନ୍ତ୍ର ଭାବେ ଯୋଗ ବିଭାଗ ଖୋଲାଯାଇ ନିୟମିତ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ଦିଆଯାଉଛି। ଖୁସିର ବିଷୟ କିସ‌୍‍ର ଛାତ୍ରଛାତ୍ରୀ ଅନେକ ବାର ଜାତୀୟସ୍ତରରେ ହେଉଥିବା ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେମାନଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି। କାର୍ଯ୍ୟକ୍ରମରେ କିଟ‌୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି ପି ମାଥୁର, କୁଳସଚିବ ଡ. ସସ୍ମିତା ସାମନ୍ତଙ୍କ ସମେତ ସମସ୍ତ ସ୍କୁଲ‌୍‍ ଓ ବିଭାଗୀୟ ଡିନ‌୍‍ ଓ ନିଦ୍ଦେର୍ଶକମାନେ ମଧ୍ୟ ଉପସ୍ଥିତ ରହି ଯୋଗାଭ୍ୟାସ କରୁଥିବା ପରିଲକ୍ଷିତ ହୋଇଥିଲା।   ସୂଚନାଯୋଗ୍ୟ, ଜାତିସଂଘ ପକ୍ଷରୁ ଜୁନ‍୍‌ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଘୋଷଣା କରାଯାଇଛି।

Share :