ସ୍ବପ୍ନ

ସ୍ବପ୍ନ

Share :

ଡାକ୍ତର ସମ୍ରାଟ କର ସ୍ବପ୍ନର ସୃଷ୍ଟି ମଧ୍ୟ ମସ୍ତିଷ୍କରୁ| ସ୍ବେଚ୍ଛାକୃତ ସ୍ନାୟୁ ଅଞ୍ଚଳରୁ ଖାଦ୍ୟ ଢ଼ୋକିଲା ପରେ ନିଜ ଇଚ୍ଛରେ ପାକକ୍ରିୟା ହୋଇ ମଳଦ୍ବାର ପର୍ଯ୍ଯନ୍ତ ଗତି କଲାପରି ଭାବନା, ଚିନ୍ତା, ବୁଦ୍ଧି, ସ୍ମରଣଶକ୍ତି ଓ ଜ୍ଞାନ ଇତ୍ଯାଦି ସ୍ବେଚ୍ଛାକୃତ ଭାବେ ମସ୍ତିଷ୍କରେ ଚାଲିଥାଏ| ଏହା କାହିଁକି ହୁଏ ? ଜୀବନରେ ସମସ୍ତ ଆଶା ଓ ଇଚ୍ଛା ବା ଅଭିଳାଷ ଅନେକ ସମୟରେ ଆମ ମାନସପଟରେ ଚିନ୍ତାରେ ଆସେ ଓ ଏହା ମନରେ ଭାବବିହ୍ବଳତା ସୃଷ୍ଟି କରେ| ଗୋଟିଏ କାମ କରୁଥିବା ବେଳେ ବା ଗୋଟିଏ କଥା ଶୁଣୁଥିବା ବେଳେ ମଧ୍ୟ ଅନ୍ତର୍ଭାବନା ଓ ଚିନ୍ତା ଏକା ଓ ବହୁ ପ୍ରକାରର ହୋଇପାରେ| ଏହି ଭାବନାଗୁଡ଼ିକ ପରିପୂରଣ ହେବା ସଙ୍ଗେ ସଙ୍ଗେ ସମ୍ଭବ ନହେଲେ ଏଗୁଡ଼ିକ ସ୍ବପ୍ନ ରୂପରେ ନିଦ୍ରିତ ଅବସ୍ଥାରେ ଉପଭୋଗ କଲାପରି ଲାଗେ| ଏହା କିପରି ଅନୁଭବ ହୁଏ?  ଯେଉଁ ଇଚ୍ଛା ମନରେ ଥାଏ ତାହା ଇପ୍ସିତ ଭାବନା ହୋଇ ରହେ| ଭଲ ଭାବନାଗୁଡ଼ିକ ହେଲା ସ୍ନେହ, ପ୍ରେମ, ଭଲପାଇବା, ନିଜ ପ୍ରତି, ପରିବାର ପ୍ରତି, ପାଠପଢ଼ାରେ, ସମାଜପ୍ରତି ଓ ନିଜ ଚାକିରି ବୃତ୍ତି ବା ବ୍ଯବସାୟ ବୃଦ୍ଧିରେ କିଛି ଉନ୍ନତିର ଭାବନା| ଉଦାହରଣ - ମଉଜ ମଜଲିସ୍, ଘର କରିବା, ବଡ଼ଲୋକ ହେବା, ଦେଶସେବା କରିବା ଇତ୍ଯାଦି| ଖରାପ ଭାବନା ହେଲା - ଘୃଣା, ଈର୍ଷା, ବିଦ୍ବେଷର ଭାବନା| ନିଜ କୁ-କର୍ମର ଅନ୍ତରାୟର ଭାବନା, ଅନ୍ଯମାନଙ୍କ ପ୍ରତି ଦମନ, ଅନ୍ଯକୁ ସହି ନପାରିବାର ଭାବନା, ଦୁଃଖର ଭାବନା, ଆତ୍ମହତ୍ଯା ବା ଅନ୍ଯକୁ ମାରିଦେବାର ଭାବନା ବା ରୋଗର ଭାବନା ଦୁର୍ଘଟଣାର ଭାବନା ଇତ୍ଯାଦି| ନିଦ୍ରା ବିଧିର ସ୍ବପ୍ନ  * ଗାଢ଼ ନିଦ୍ରା, ଯାହାକି ନିଦ୍ରିତ ଅବସ୍ଥାରେ ପ୍ରତି 20/25 ମିନିଟ୍ରେ 20/25 ମିନିଟ୍ ପର୍ଯ୍ଯନ୍ତ ହୁଏ| ଏହା  ଇଲେକ୍ଟ୍ରୋନେସେଫାଷଳାଗ୍ରାମ୍ରେ ରେକର୍ଡ଼ କରାଯାଇ ଦେଖା ଯାଇଛି| ଏହା ପ୍ରକୃତ ନିଦ, ଯେଉଁଥିରେ ବଡ଼ ବଡ଼ ଧୀର ତରଙ୍ଗ ଆସେ ଓ ମଝିରେ ମଝିରେ ଲାଗି ଲାଗି ନିଦ୍ରାଗୁଚ୍ଛ ରେକର୍ଡ଼ ହୁଏ| ଏଥିରେ ସ୍ବପ୍ନ ହୁଏନା| ଏହି ସମୟରେ ଡୋଳା ଧୀରେ ଧୀରେ ଏପଟ ସେପଟ ହୁଏ| * ପତଳା ନିଦ, ଯାହାକି ନିଦ୍ରିତ ଅବସ୍ଥାରେ ବେଶି ସମୟ ଧରି 60/80 ମିନିଟ୍ ବ୍ଯବଧାନରେ 20ରୁ 25 ମିନିଟ୍ ପର୍ଯ୍ଯନ୍ତ ହେଉଥାଏ| ଏହି ସମୟରେ ନିଦ୍ରିତ ଲୋକର ଆଖିଡୋଳା ଥର ଥର ହୋଇ ପେଣ୍ଡୁଲମ୍ ପରି ଖୁବ୍ ଜୋରରେ ଏପଟ ସେପଟ ହେଉଥାଏ, ଯାହାକି ପତା ଉପରୁ ମଧ୍ୟ ଲକ୍ଷ୍ୟ କରାଯାଇପାରିବ| ଏହା ହିଁ ସ୍ବପ୍ନର ସମୟ| ନିଦ୍ରାର ହିତକାରିତା  ସ୍ବପ୍ନ ଆମ ଶରୀର ପାଇଁ ହିତକାରୀ - ଏହା ଭାବନା ପରିପ୍ରକାଶର ଉପାୟ ଓ ଏହାଦ୍ବାରା ସମସ୍ତ ବିହ୍ବଳତା ରୋଗ ଦୂର ହୁଏ| ଏହା ଶରୀରର ଏକ ସ୍ବେଚ୍ଛାକୃତ ପ୍ରତିରକ୍ଷା| ଏହା ଆବାଳବୃଦ୍ଧବନିତା, ଶିଶୁଠାରୁ ବୁଢ଼ା ହେବା ପର୍ଯ୍ଯନ୍ତ ସମସ୍ତେ ଦେଖିଥାଆନ୍ତି| ଯେଉଁମାନେ କହନ୍ତି ଯେ ସେ ସ୍ବପ୍ନ ଦେଖି ନାହାନ୍ତି, ପ୍ରକୃତରେ ସେମାନେ ଭୁଲିଯାଆନ୍ତି| ମୋ : 9132433333

Share :