୧୦ ହଜାର ଲିଟର କ୍ଷୀରରେ ଶିବପୂଜା

୧୦ ହଜାର ଲିଟର କ୍ଷୀରରେ ଶିବପୂଜା

Share :

  କୋଣାର୍କ ଏନଏସି ଅନ୍ତର୍ଗତ ମାଧିପୁର ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ବାବା ତ୍ରିବେଣୀଶ୍ୱର ମହାଦେବଙ୍କ ଦ୍ୱିତୀୟ ବାର୍ଷିକ କ୍ଷୀରସାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜୁନ ୧୯ ତାରିଖ ରବିବାର ପ୍ରତ୍ୟୁଷରେ ବାବା ତ୍ରିବେଣୀଶ୍ୱର ମହାଦେବଙ୍କ ସେବାୟତମାନେ ପାରମ୍ପାରିକ ରୀତିନିତିରେ ପୂଜାର୍ଚ୍ଚନା କରିବା ସହ ବାବାଙ୍କୁ କ୍ଷୀରରେ ସ୍ନାନ କରାଇଥିଲେ। ଏହି କ୍ଷୀରସାଗର ସ୍ନାନ ମେଳାରେ ପୁରୀ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ସମବେତ ହୋଇ ଶିବଲିଙ୍ଗ ଉପରେ କ୍ଷୀର ଢାଳିଥିଲେ।   ଏହି କ୍ଷୀରସାଗର ମେଳାରେ ପ୍ରାୟ  ୧୦ ହଜାର ଲିଟରରୁ ଅଧିକ କ୍ଷୀରରେ ବାବା ତ୍ରିବେଣୀଶ୍ୱର ମହାଦେଙ୍କୁ ସ୍ନାନ କରାଯିବାପରେ ସେହି ସ୍ନାନ କ୍ଷୀରରେ ପ୍ରସାଦ (ଖିରି) ତିଆରି କରାଯାଇ  ସମବେତ ଶୈବ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଅଷ୍ଟମ ପ୍ରହର ଓଁ ନମଃ ଶିବାୟ ନାମ ଯଜ୍ଞ, ଘୃତଯଜ୍ଞ, ଭଜନ, କୀର୍ତ୍ତନ, ଲଉଡି ନୃତ୍ୟ ଓ ସଂସ୍କୃତି ରକ୍ଷାକାରୀ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବାବା ତ୍ରିବେଣୀଶ୍ୱରଙ୍କ ସେବାୟତମାନେ କ୍ଷୀରସ୍ନାନ ଓ ପୂଜା ନୀତି ସଂପାଦନ କରିଥିବା ବେଳେ ଶ୍ରଦ୍ଧାଳୁମାନେ ଧାଡି ଦର୍ଶନ କରିଥିଲେ।   ୨୦୧୫ ମସିହା ମେ ମାସ ୪ ତାରିଖରେ ପ୍ରଥମ କରି ବାବା ତ୍ରିବେଣୀଶ୍ୱରଙ୍କ ପୀଠରେ  କ୍ଷୀରସାଗର ମେଳା ଅନୁଷ୍ଠିତ ହୋଇଥିଲା।

Share :