୩୦ ଜିଲ୍ଲାରେ କିସ୍‌ର ସଫେଇ

୩୦ ଜିଲ୍ଲାରେ କିସ୍‌ର ସଫେଇ

Share :

କଳିଙ୍ଗ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ୍ ସୋସିଆଲ‍୍‌ ସାଇନ‍୍‌ସେସ‍୍‌ (କିସ‍୍‌) ପକ୍ଷରୁ ଜୁନ ୧୯ ତାରିଖ ରବିବାର ରାଜ୍ୟର ୩୦ଟି ଜିଲ୍ଳା ସଦର ମହକୁମାରେ ବିଶାଳ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କିସ‍୍‌ର ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଭିଭାବକମାନେ ସଫେଇ କାର୍ଯ୍ୟକ୍ରମ ପାଇଁ ୪ ଘଣ୍ଟା ଶ୍ରମଦାନ କରିଥିଲେ। ଏହା ଛଡ଼ା ସେମାନେ ପ୍ରତି ସଦର ମହକୁମା ତଥା ସ୍ଥାନୀୟ ଅଞ୍ଚଳରେ ୫୦୦ ବୃକ୍ଷରୋପଣ କରିଥିଲେ।   ଏହି ଅବସରରେ କିସ‍୍‌ର ବିଭିନ୍ନ ସଫଳତା ନେଇ କିସ‍୍‌ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଶୁଭେଚ୍ଛାମାନେ ବିଭିନ୍ନ ସଦର ମହକୁମାରେ କିସ‍୍‌ ସଫଳତା ଉତ୍ସବ ପାଳନ କରିଛନ୍ତି। କିସ‍୍‌ର ବିଭିନ୍ନ ସଫଳତାକୁ ନେଇ ଅଭିଭାବକମାନେ ନିଜସ୍ୱ ଢ଼ଙ୍ଗରେ ଏହି ଉତ୍ସବ ପାଳନ କରିଛନ୍ତି।   ସୂଚନାଯୋଗ୍ୟ, ୧୦ ବର୍ଷ ଧରି କିସ‍୍‌ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଲଗାତାର ଶତ ପ୍ରତିଶତ ହୋଇଆସୁଛି। ଚଳିତବର୍ଷ କିସ‍୍‌ରୁ ୨୨ ଜଣ ବଣ୍ଡା ସଂପ୍ରଦାୟ ଛାତ୍ରଛାତ୍ରୀ ଯୁକ୍ତ ୨ ପାସ‍୍‌ କରି ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ କିସ‍୍‌ର ଛାତ୍ର ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳତା ଅର୍ଜନ କରିବା ସହ ଆଇଆଇଟି କାନ‍୍‌ପୁରରେ ଏମ‍୍‌ଏସ‍୍‌ସି ପଢ଼ିବା ପାଇଁ ମନୋନୀତ ହେବା ତଥା ଏନ‍୍‌ଆଇଟି ପାଇବା ଆଦି କିସ‍୍‌ ତଥା ସମଗ୍ର ଜନଜାତି ବର୍ଗ ପାଇଁ ଗୌରବର ବିଷୟ। ପୂର୍ବରୁ କିସ‍୍‌ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଷୟିକ ଶିକ୍ଷା ପାଇଁ ହେଉଥିବା ଏନ‍୍‌୍ଆଇଟି, ଆଇଆଇଏମ‍୍‌ ଓ ମେଡିକାଲ ଆଦି ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆସୁଛନ୍ତି।   ଏହି ସଫଳତାରେ ଜନଜାତି ଅଭିଭାବକମାନେ ନିଜ ତରଫରୁ ସେମାନଙ୍କ ଜିଲ୍ଲା ସଦର ମହକୁମାରେ କିସ‍୍‌ ସଫଳତା ଉତ୍ସବ ପାଳନ କରିଥିଲେ। ଏହା ବ୍ୟତୀତ ଉକ୍ତ ଅଞ୍ଚଳରେ ଅଧାରୁ ପାଠ ଛାଡ଼ିଥିବା ଏବଂ ସ୍କୁଲ‍୍‌ ଯାଇନଥିବା ପିଲାମାନଙ୍କୁ ସ୍କୁଲ‍୍‌ ଯିବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସଫଳତା ଉତ୍ସବରେ କିସ‍୍‌ର ୨ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ। ବିଭିନ୍ନ ସଦର ମହକୁମାରେ ଅନୁଷ୍ଠିତ କିସ‍୍‌ ସଫଳତା ଉତ୍ସବ ତଥା ସଫେଇ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇ ଉତ୍ସାହିତ କରିଥିଲେ।

Share :