ଓଡ଼ିଶାର ଶାନ୍ ରବି କୁମାର

ଓଡ଼ିଶାର ଶାନ୍ ରବି କୁମାର

Share :

ହେମାଙ୍ଗ ରାଉଳ   ଗଂଜାମ‌୍‍ ଜିଲ୍ଲା ଯୁଗଯୁଗ ଧରି ଏହାର ସ୍ୱତନ୍ତ୍ର କଳା, ସଂସ୍କୁୃତି, ପରମ୍ପରା ଏବଂ ଖେଳକୁଦ, ବକ୍ସିଂ, ବଡ଼ିବିଲ‌୍‍ଡ଼ିଙ୍ଗ ପ୍ରଭୃତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରି ଆସିଛି। ବହୁ ପ୍ରତିଭା ଏହିମାଟି ଏବଂ ପାଣିପବନରେ ବଡ଼ହୋଇ ସମଗ୍ର ବିଶ୍ୱରେ ନିଜକୁ ପ୍ରତିପାଦିତ କରିବାର ନଜିର ରହିଛି। ଠିକ ସେହିଭଳି ଏହି ମାଟିର ଆଉ ଜଣେ ଅନନ୍ୟ ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଗେଟ‌୍‍ବଜାର‌୍‍ ଗୋଲାପଲ୍ଲୀ ସାହିର କେ. ରବି କୁମାର। ଜଣେ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ରବି କୁମାର ଜଣେ ବଡିବିଲ‌୍‍ଡ଼ର‌୍‍‌୍‍ରୁ ନିଜ ଯାତ୍ରା ଆରମ୍ଭ କରି ଅନ୍ତର୍ଜାତୀୟ ଭାରୋତ୍ତଳନକାରୀ ଭାବେ କମନ‌୍‍େୱଲ‌୍‍ଥ‌୍‍ ଗେମ‌୍‍ ଏବଂ ଏସିଆନ‌୍‍ ଗେମ‌୍‍ରେ ଭାଗନେଇ ଏକଲବ୍ୟ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ବିଜୟୀ ହୋଇ ବ୍ରହ୍ମପୁର ସହର, ଗଂଜାମ ଜିଲ୍ଲା ଏବଂ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଏବଂ ଗୌରବ ଅର୍ଜନ କରିଥିଲେ। କିନ୍ତୁ ଗତ ୨୦୧୦ ମସିହାରେ ନୁଆଦିଲ୍ଲୀଠାରେ ଅନୁଷ୍ଠିତ ଊନ୍ନବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୯ କେଜି ବର୍ଗ ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣପଦକ ହାସଲ କରି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ତେବେ ବ୍ରହ୍ମପୁର ବୀର ହନୁମାନ କ୍ଲବ‌୍‍ରୁ ଅନ୍ତର୍ଜାତୀୟ ଭାରୋତ୍ତଳନକାରୀ ଏବଂ ବର୍ତ୍ତମାନ ପ୍ରଥମ ଖେଳାଳୀ ଭାବେ ଡ଼ିଏସ‌୍‍ପି ପାାହ୍ୟାରେ ନିଯୁକ୍ତି ପର୍ଯ୍ୟନ୍ତ କେ. ରବିକୁମାରଙ୍କ ଲମ୍ୱା ଯାତ୍ରା କିଭଳି ଥିଲା ସେ ସଂପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।   ଭାରୋତ୍ତଳନକାରୀ ଭାବେ କ୍ୟାରିୟର‌୍‍ ବ୍ରହ୍ମପୁର ସହରରେ ଏକ ଜିମ‌୍‍ନାସିୟମ‌୍‍ ରହିଥିବା ବେଳେ ରବି କୁମାର ପ୍ରଥମେ ସେଠାରେ ବଡ଼ି ବିଲ‌୍‍ଡ଼ିଙ୍ଗ‌୍‍ କରୁଥିଲେ। ପରବର୍ତ୍ତି ସମୟରେ ବ୍ରହ୍ମପୁରର ବୀର ହନୁମାନ କ୍ଲବ‌୍‍ ପକ୍ଷରୁ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଶିବିରରେ ଅଂଶଗ୍ରହଣ କରିଥିଲେ। ତେବେ ସେଠାରେ ରବି କୁମାରଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିପାରଥିଲେ ବୀର ହନୁମାନ କ୍ଲବ‌୍‍ର କୋଚ‌୍‍ମାନେ। ରବି କୁମାରଙ୍କୁ ଭାରୋତ୍ତଳନକାରୀ ଭାବେ କ୍ୟାରିୟର ଗଢ଼ିବା ପାଇଁ ଉତ୍ସାହିତ କରିଥିଲେ ଏଠାକାର କୋଚ‌୍‍ମାନେ। ତା’ପରେ ୨୦୦୩ ମସିହାରୁ ଆରମ୍ଭ ହେଲା ଭାରୋତ୍ତଳନକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସଂଘର୍ଷ। ଏହାପରେ ପଛକୁ ଫେରି ଚାହିଁ ନଥିଲେ ରବି କୁମାର। ବୀର ହନୁମାନ କ୍ଲବ‌୍‍ର କୋଚ‌୍‍ମାନଙ୍କ ସହାୟତାରେ ରବି କୁମାର‌୍‍ଙ୍କ ଅଭ୍ୟାସ‌୍‍ ଜାରି ରହିଲା। ଏହାପରେ ୨୦୦୫ ମସିହାରେ ଢ଼େଙ୍କାନାଳ ସ୍ଥିତ ସ୍ପୋର୍ଟସ‌୍‍ ଅଥରିଟି ଅଫ‌୍‍ ଇଣ୍ଡିଆରେ ୨ ବର୍ଷ ପାଇଁ ପ୍ରଶିକ୍ଷଣ ନେଲେ। ଏହାପରେ  ୨୦୦୭ ମସିହା ଏପ୍ରିଲ‌୍‍ ମାସ ୮ ତାରିଖରେ ସିଭିଲ‌୍‍ ବୟ ଭାବେ ପୁନେ ସ୍ଥିତ ଆର‌୍‍ମି ସ୍ପୋର୍ଟସ‌୍‍ ଇନ୍ସ‌୍‍ଷ୍ଟିଟ୍ୟୁଟ‌୍‍ରେ ନାମ ଲେଖାଇ ପ୍ରଶିକ୍ଷଣ ନେଇଥିଲେ।   ପରବର୍ତ୍ତି ସମୟରେ ୨୦୦୮ ମସିହା ଫେବୃୟାରୀ ମାସ ୭ ତାରିଖରେ ଭାରତୀୟ ସ୍ଥଳ ବାହିନୀ(ଇଣ୍ଡିଆନ‌୍‍ ଆର‌୍‍ମି)ରେ ହାବିଲ‌୍‍ଦାର‌୍‍ ଭାବେ ଯୋଗ ଦେଇଥିଲେ। ରବି କୁମାର‌୍‍ଙ୍କ ସଫଳତା ପାଇଁ ୨୦୦୯ ମସିହାରେ ତାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଗୋଟିଏ ପରେ ଗୋଟିଏ ସଫଳତା ତାଙ୍କ ପାଦ ଚୁମିବାରେ ଲାଗିଥିଲା। ୨୦୧୧ ମସିହା ଅଗଷ୍ଟ ମାସ ୨୯ ତାରିଖରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ଦେବୀସିଂ ପାଟିଲ‌୍‍ ରବି କୁମାରଙ୍କୁ ତାଙ୍କ ସଫଳତା ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରିଥିଲେ। ୨୦୧୨ ମସିହା ଅଗଷ୍ଟ ୧୫ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ରବି କୁମାରଙ୍କୁ ବିଶିଷ୍ଟ ସେବା ମେଡ଼ାଲ‌୍‍ ସମ୍ମାନରେ ସମ୍ମାନୀତ କରିଥିଲେ। ସେହିଭଳି ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ‌୍‍ ପଟ୍ଟନାୟକ ତାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସମ୍ମାନରେ ସମ୍ମାନୀତ କରିଥିଲେ।   ଜାତୀୟ ପ୍ରତିଯୋଗିତାରେ ସଫଳତା ୨୦୦୫ ମସିହାରେ ଭିଲାଇଠାରେ ଅନୁଷ୍ଠିତ ସବ‌୍‍ ଜୁନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୨ କେଜି ବର୍ଗରେ ୪ର୍ଥ ସ୍ଥାନ ଅଧିକାର କରିଥିଲେ। ୨୦୦୭ ମସିହାରେ ଚେନ୍ନାଇରେ ଅନୁଷ୍ଠିତ ଜୁନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପୟନ‌୍‍ସିପ‌୍‍ରେ ୭୭ କେ.ଜି ବର୍ଗରେ ଅଂଶଗ୍ରହଣ କରି ୭ମ ସ୍ଥାନ ଅଧିକାର କରିଥିଲେ। ୨୦୦୭ ମସିହାରେ ମଣିପୁର ଠାରେ ଅନୁଷ୍ଠିତ ଜୁନିୟର ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧବକାର କରିବା ସହ ଶ୍ରେଷ୍ଠ ଭାରୋତ୍ତଳନକାରୀ ଭାବେ ୫ଟି ନୂଆ ରେକର୍ଡ଼ ସ୍ଥାପନ କରିଥିଲେ। ୨୦୦୭ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ସିନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ୨ୟ ସ୍ଥାନ ଅଧିକାର କରିଥିଲେ। ୨୦୦୮ ମସିହାରେ ନୋଏଡ଼ାଠାରେ ଅନୁଷ୍ଠିତ ଜୁନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ୨ଟି ନୂଆ ରେକର୍ଡ଼ ସୃଷ୍ଠି କରିଥିଲେ। ୨୦୦୯ ମସିହରେ ପୁନେରେ ଅନୁଷ୍ଠିତ ସିନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଶ୍ରେଷ୍ଠ ଭାରୋତ୍ତଳନକାରୀ ଭାବେ ୨ ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟପଦକ ହାସଲ କରିଥିଲେ।   ୨୦୧୦ ମସିହାରେ ଉଦୟପୁରରେ ଅନୁଷ୍ଠିତ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଶ୍ରେଷ୍ଠ ଭାରୋତ୍ତଳନକାରୀ ବିବେଚିତ ହେବା ସହ ୨ ଟି ନୂଆ ରେକର୍ଡ଼ ସୃଷ୍ଠି କରିଥିଲେ। ୨୦୧୧ ମସିହାରେ ଟାଟାନଗର ଠାରେ ଅନୁଷ୍ଠିତ ୩୪ ତମ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ନୂଆ ରେକର୍ଡ଼ ସୃଷ୍ଟି କରିଥିଲେ। ୨୦୧୧ ମସିହାରେ ବାଙ୍ଗାଲୋର‌୍‍ ଠାରେ ଅନୁଷ୍ଠିତ ସିନିୟର‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୭୭ କେ.ଜି ବର୍ଗରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ବର୍ଷର ଶ୍ରେଷ୍ଠ ଭାରୋତ୍ତଳନକାରୀ ଭାବେ ବିବେଚିତ ହୋଇଥିଲେ। ୨୦୧୪ ମସିହାରେ ନାଗପୁରଠାରେ ଅନୁଷ୍ଠିତ ସିନିୟର‌୍‍ ନ୍ୟାସ‌୍‍ନାଲ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୭୭ କେ.ଜି ବର୍ଗରେ ଅଂଶଗ୍ରହଣ କରି ୨ୟ ସ୍ଥାନ ଅଧିକାର କରିଥିଲେ।   ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ୨୦୦୭ ମସିହାରେ ଜୋର‌୍‍ଡ଼ାନ ଠାରେ ଅନୁଷ୍ଠିତ  ଜୁନିୟର‌୍‍ ଏସିଆନ‌୍‍ ଚାମ୍ପିୟପ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ଅଂଶଗ୍ରହଣ କରି ୨ୟ ସ୍ଥାନ ଅଧିକାର କରିବା ସହ ୨ ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ‌୍‍ ପଦକ ହାସଲ କରିଥିଲେ। ୨୦୦୮ ମସିହାରେ ଜାପାନ‌୍‍ ଠାରେ ଅନୁଷ୍ଠିତ ସିନିୟର‌୍‍ ଏସିଆନ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ୧୦ମ ସ୍ଥାନ ଅଧିକାର କରିଥିଲେ। ୨୦୦୯ ମସିହାରେ କାଜାକାସ୍ଥାନ‌୍‍ ଠାରେ ଅନୁଷ୍ଠିତ ସିନିୟର‌୍‍ ଏସିଆନ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ। ୨୦୦୯  ମସିହାରେ ମାଲେସିଆ ଠାରେ ଅନୁଷ୍ଠିତ ସିନିୟର‌୍‍ କମନ‌୍‍େୱଲ‌୍‍ଥ‌୍‍ ଗେମ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୦ ମସିହାରେ ଦିଲ୍ଲୀ ଠାରେ ଅନୁଷ୍ଠିତ ୧୯ ତମ କମନ‌୍‍େୱଲ‌୍‍ଥ‌୍‍ ଗେମ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ୫ ଟି ନୂଆ ରେକର୍ଡ଼ ସୃଷ୍ଠି କରିଥିଲେ। ୨୦୧୦ ମସିହାରେ ଚାଇନା ଠାରେ ଅନୁଷ୍ଠିତ ଏସିଆନ‌୍‍ ଗେମ‌୍‍ରେ ୫ମ ସ୍ଥାନ ଅଧିକାର କରିଥିଲେ।   ୨୦୧୧ ମସିହାରେ ମାଲେସିଆ ଠାରେ ଅନୁଷ୍ଠିତ ୱାର୍ଲଡ଼‌୍‍ ଗ୍ରାଣ୍ଡ‌୍‍ ପ୍ରିକ୍ସ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଗୋଟିଏ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ୨୦୧୧ ମସିହାରେ ଚାଇନାରେ ଅନୁଷ୍ଠିତ ସିନିୟର‌୍‍ ଏସିଆନ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯ କେ.ଜି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିବା ସହ ୩ଟି ବ୍ରୋଞ୍ଜ‌୍‍ପଦନ ହାସଲ କରିଥିଲେ। ୨୦୧୨ ମସିହାରେ କୋରିଆ ଠାରେ ଅନୁଷ୍ଠିତ ସିନିୟର‌୍‍ ଏସିଆନ‌୍‍ ଚାମ୍ପିୟନ‌୍‍ସିପ‌୍‍ରେ ୬୯କେ.ଜି ବର୍ଗରେ ୪ର୍ଥ ସ୍ଥାନ ଅଧିକାର କରିଥିଲେ। ୨୦୧୨ ମସିହାରେ ଲଣ୍ଡନରେ ଅନୁଷ୍ଠିତ ଅଲିମ୍ପିକ‌୍‍ ଗେମ‌୍‍ରେ ୬୯ କେ.ଜି ବର୍ଗରେ ଅଂଶଗ୍ରହଣ କରି ୧୫ଶ ସ୍ଥାନ ଅଧିକାର କରିଥିଲେ। ୨୦୧୪ ମସିହାରେ ସ୍କଙ୍କଲ୍ୟାଣ୍ଡ‌୍‍ ଦେଶର ଗ୍ଲାସ‌୍‍ଗୋରେ ଅନୁଷ୍ଠିତ ୨୦ଶ କମନ‌୍‍େୱଲ‌୍‍ଥ‌୍‍ ଗେମ‌୍‍ରେ ୭୭ କେ.ଜି ବର୍ଗରେ ଭାଗନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି ୨୦୧୪ ମସିହାରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ‌୍‍ ଗେମ‌୍‍ରେ ୭୭ କେ.ଜି ବର୍ଗରେ ଅଂଶଗ୍ରହଣ କରି ଅଂଶଗ୍ରହଣ କରି ୧୦ମ ସ୍ଥାନ ଅଧିକାର କରିଥିଲେ।   ପ୍ରଥମ ଓଡ଼ିଆ ଖେଳାଳୀ ଭାବେ ଡ଼ିଏସ‌୍‍ପି ବହୁ ଖେଳାଳୀ ଚାକିରୀ ପାଇଛନ୍ତି। କିନ୍ତୁ ନିକଟରେ ରାଜ୍ୟ ସରକାର ରବି କୁମାର‌୍‍ଙ୍କୁ ପ୍ରଥମ ଓଡ଼ିଆ ଖେଳାଳୀ ଭାବେ ଡ଼ିଏସ‌୍‍ପି ପାହ୍ୟାରେ ଚାକିରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ସେ ଭାରତୀୟ ସ୍ଥଳ ବାହିନରେ ଚାକିରୀ କରୁଥିବା ସ୍ଥଳେ ୨ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସେ ସେନା ଚାକିରୀ ଛାଡ଼ି ଆସିଥିଲେ। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ତାଙ୍କୁ ବ୍ରହ୍ମପୁର ନିଯୁକ୍ତି ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଦେଶ ପାଇଁ ଖେଳିବା ନିମନ୍ତେ ରବି କୁମାର ପୁଣି ୨ ବର୍ଷ ପାଇଁ ବାହାରକୁ ଯାଉଥିବା ଜଣାପଡ଼ିଛି। ଏଥିପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ରବି କୁମାର ଡ଼ିଏସ‌୍‍ପି ଭାବେ ନିଯୁକ୍ତି ପାଇବା ପରେ ଗଂଜାମ ଜିଲ୍ଲା ପ୍ରେସ‌୍‍କ୍ଲବ‌୍‍ ସମେତ ବହୁ ସଂଗଠନ ପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହ ଆଗାମୀ ଦିନରେ ଅଧିକ ସଫଳତା ଅର୍ଜନ କରି ଦେଶ ଏବଂ ଅଞ୍ଚଳ ପାଇଁ ଗୌରବ ଆଣିବା ପାଇଁ ଶୁଭେଚ୍ଛା ଜଣାଯାଇଛି।   ଭବିଷ୍ୟତ ଯୋଜନା ବ୍ରହ୍ମପୁର ସହରରେ ଏକ ଭାରୋତ୍ତଳନ ଏକାଡେ଼ମୀ ଖୋଲିବା ଏବଂ ସେଠାରେ ୧୦ରୁ ୧୨ ଜଣ ଭାରୋତ୍ତଳନକାରୀଙ୍କୁ ନିଜେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ଅନ୍ତର୍ଜାତୀୟ ଭାରୋତ୍ତଳନକାରୀ ଭାବେ ପ୍ରସ୍ତୁତ କରିବା ତାଙ୍କ ଜୀବନର ଲକ୍ଷ୍ୟ ବୋଲି ରବି କୁମାର ପ୍ରକାଶ କରିଛନ୍ତି। ଏଠାରେ ପୋଲିସ‌୍‍ କର୍ମଚାରୀମାନଙ୍କୁ ମଧ୍ୟ ସେ ପ୍ରଶିକ୍ଷଣ ଦେବେ ବୋଲି କହିଛନ୍ତି। ତାଙ୍କ ଲକ୍ଷ୍ୟ ଦିଗରେ ଅଗ୍ରସର ହୋଇ ବର୍ତ୍ତମାନ‌୍‍ ବ୍ରହ୍ମପୁର ଷ୍ଟାଡ଼ିୟମ‌୍‍ରେ କିଛି ଭାରୋତ୍ତଳନକାରୀଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିବା କହିଛନ୍ତି।   ସଂକ୍ଷେପରେ- କେ.ରବି କୁମାର‌୍‍(ଅର୍ଜୁନ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ଭାରୋତ୍ତଳନକାରୀ) ମାତା: ଶ୍ରୀମତି କେ.ସୂର୍ଯ୍ୟକାନ୍ତା ପିତା: ସ୍ୱର୍ଗତ କେ.ଧନଞ୍ଜୟ ରାଓ ଜନ୍ମ: ୨୪/୦୪/୧୯୮୮ ଶିକ୍ଷାଗତ ଯୋଗ୍ୟତା: ଙ୍ଘ୨ ଖେଳ: ଭାରୋତ୍ତଳନ ମୋବାଇଲ‌୍‍: ୦୯୩୨୫୧୭୯୫୩୧ ଠିକଣା: ଗୋଲାପଲ୍ଲୀ ସାହି, ଗେଟ‌୍‍ବଜାର‌୍‍, ବ୍ରହ୍ମପୁର‌୍‍, ଗଂଜାମ‌୍‍, ପିନ‌୍‍-୭୬୦୦୦୧ ପସନ୍ଦ- ବାଇକ‌୍‍ ଚଳାଇବା, କ୍ରୀଡ଼ା ପତ୍ରିକା ପଢ଼ିବା

Share :