ରଜ ମଉଜରେ ଓଲିଉଡ଼

ରଜ ମଉଜରେ ଓଲିଉଡ଼

Share :

  ଅଗସ୍ତ୍ୟ ରଜ ଅବସରରେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ମଧ୍ୟରେ ‘ଅଗସ୍ତ୍ୟ’ ଅନ୍ୟତମ। ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଦେଇଛନ୍ତି କେ. ମୁରଲୀକୃଷ୍ଣ। ପୁରାଣରେ କ୍ରୋଧୀ ଋଷି ଅଗସ୍ତ୍ୟଙ୍କୁ ନାୟକ ଚରିତ୍ରରେ ପ୍ରତୀକାତ୍ମକ ଭାବେ ଚିତ୍ରଣ କରାଯାଇ ପ୍ରସ୍ତୁତ କରାଯାଇଛି ଚଳଚ୍ଚିତ୍ର ‘ଅଗସ୍ତ୍ୟ’ର କାହାଣୀ। କ୍ରୋଧୀ ନାୟକ କିପରି କ୍ରୋଧକୁ ଭୟହୀନତାରେ ରୂପାନ୍ତର କରୁଛି, ତାହାକୁ ନେଇ ଏହାର କାହାଣୀ। ଏଥିରେ ନାୟକ ଭାବେ ଅନୁଭବ ମହାନ୍ତି ଅଭିନୟ କରିଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ଝିଲିକ୍। ଅନ୍ୟତମ ନାୟକ ଭାବେ ଅଭିନେତା ଆକାଶ ଦାସ ନାୟକ ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ପ୍ରିୟଙ୍କା, ମୀନକେତନ, ମନୋଜ ମିଶ୍ର, ସଲିଳ ମିତ୍ର ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ପ୍ରେମ‍୍‌ ଆନନ୍ଦ ଏହାର ସଙ୍ଗୀତ ନିଦ୍ଦେର୍ଶକ ଥିବାବେଳେ ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ଓ ସୁବ୍ରତ ସ୍ୱାଇଁ। ତପୁ ମିଶ୍ର, ହ୍ୟୁମାନ ସାଗର, ଶ୍ରୀଚରଣ, ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି। ସଂଳାପ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ଇତିମଧ୍ୟରେ ଚଳଚ୍ଚିତ୍ରର ଅଡ଼ିଓ ମୁକ୍ତିଲାଭ କରିସାରିଛି।   ପ୍ରେମରେ ପ୍ରେମରେ ମୁକ୍ତି ପ୍ରତୀକ୍ଷାରେ ରହିଛି ଚଳଚ୍ଚିତ୍ର ‘ପ୍ରେମରେ ପ୍ରେମରେ’। ସାର୍ଥକ ବ୍ୟାନର‍୍‌ର ଏହି ଅଠରତମ ଚଳଚ୍ଚିତ୍ର ପୂର୍ବ ଚଳଚ୍ଚିତ୍ରଗୁଡ଼ିକ ଭଳି ନିରୁତା ପ୍ରେମ କାହାଣୀକୁ ଆଧାର କରିଛି। ସୀତାରାମ ଅଗ୍ରୱାଲ‍୍‌ଙ୍କ ପ୍ରଯୋଜିତ ତଥା ପ୍ରଦ୍ୟୁମ୍ନ ଲେଙ୍କାଙ୍କ କାର୍ଯ୍ୟକାରୀ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନାୟକ ଭୂମିକାରେ ଅରିନ୍ଦମ‍୍‌ ଓ ନାୟିକା ଭୂମିକାରେ ଶୀତଲ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ଅପରାଜିତା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ସାତ୍ୟକୀ ମିଶ୍ର, ପ୍ରଜ୍ଞା ପ୍ରମୁଖ ଅଭିନୟ କରିଛନ୍ତି। ପ୍ରେମ କାହାଣୀ ସହ ସଙ୍ଗୀତକୁ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱ ଦିଆଯାଇଛି। ବିକାଶ ଦାସ ଏହାର ସଙ୍ଗୀତ ନିଦ୍ଦେର୍ଶକ। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ବାପୁ ଗୋସ୍ୱାମୀ ପ୍ରମୁଖ ଏବଂ କଣ୍ଠଦାନ କରିଛନ୍ତି ନିବେଦିତା, ସୌରୀନ‍୍‌, ଦିବ୍ୟା ପ୍ରମୁଖ। ସୁଧାଂଶୁମୋହନ ସାହୁ ଏହାର ନିଦ୍ଦେର୍ଶକ ଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରଣଜିତ୍ ପଟ୍ଟନାୟକ। ମଇ ୨୦ ତାରିଖରେ ‘ପ୍ରେମରେ ପ୍ରେମରେ’ର ଅଡ଼ିଓ ମୁକ୍ତିଲାଭ କରିଛି। ରଜ ଅବସରରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।   ଲଭ୍ ଷ୍ଟେସନ‍୍‌ ତରଙ୍ଗ ସିନେ ପ୍ରଡ଼କ୍ସନ‍୍‌ର ପଞ୍ଚମ ଚଳଚ୍ଚିତ୍ର ‘ଲଭ୍ ଷ୍ଟେସନ‍୍‌’ ଏବେ ମୁକ୍ତି ପ୍ରତୀକ୍ଷାରେ। ଜାଗୀମଙ୍ଗତ ପଣ୍ଡାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଦେଇଛନ୍ତି ଅଶୋକ ପତି। ନିରୁତା ପ୍ରେମ କାହାଣୀକୁ ଆଧାର କରିଥିବା ଏହି ଚଳଚ୍ଚିତ୍ରରେ ବାବୁସାନ‍୍‌ ଓ ଏଲିନା ନାୟକ-ନାୟିକା ଭୂମିକାରେ ଅଭିନୟ କରିଥିବାବେଳେ ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ମିହିର ଦାସ, ପପୁ ପମ‍୍‌ପମ‍୍‌ ପ୍ରମୁଖ। କାହାଣୀ ଭଳି ସଙ୍ଗୀତ ଉପରେ ମଧ୍ୟ ଏଥିରେ ଧ୍ୟାନ ଦିଆଯାଇଛି। ଅଭିଜିତ ମଜୁମ‍୍‌ଦାର ଏଥିରେ ସଙ୍ଗୀତ ନିଦ୍ଦେର୍ଶନା ଦେଇଥିବାବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ଚଳଚ୍ଚିତ୍ରଟି ରଜ ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।   ବୋବାଲ‍୍‌ ଟୋକା ଶାନ୍ତି ସୁଧାକର ପ୍ରଡ଼କ୍ସନ ନିବେଦିତ ଚଳଚ୍ଚିତ୍ର ‘ବୋବାଲ‍୍‌ ଟୋକା’ର ସୁଟିଂ ପରବର୍ତ୍ତୀ କାର୍ଯ୍ୟ ଏବେ ଆଗେଇ ଚାଲିଛି। ସୁଧାକର ବସନ୍ତଙ୍କ ନିଦ୍ଦେର୍ଶିତ ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ପ୍ରଦୀପ ଦତ୍ତ ‘କିଏ ଦେବ ଟକÑର’ ଫେମ‍୍‌ ଅଭିନୟ କରିଥିିବାବେଳେ ନାୟିକା ଭୂମିକାରେ ଅଛନ୍ତି ତପସ୍ୟା।  ଅନ୍ୟମାନଙ୍କ ମଧ୍ୟରେ ପ୍ରତିଭା ପଣ୍ଡା, ପ୍ରଜ୍ଞା, ଜୀବନ ପଣ୍ଡା, ପପି ସନ୍ତୁକା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ଗୌରୀଶଙ୍କର ଏହାର ସଙ୍ଗୀତ ନିଦ୍ଦେର୍ଶକ।   ଜଷ୍ଟ ମୋହବତ୍ ମଇ ୯ରେ ନୂଆ ଚଳଚ୍ଚିତ୍ର ‘ଜଷ୍ଟ ମୋହବତ୍’ର ମହୁରତ ଅନୁଷ୍ଠିତ ହୋଇଯାଇଛି। ଏକ୍ଲିକ୍ସର ଏଣ୍ଟର‍୍‌ଟେନ‍୍‌ ନିବେଦିତ ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନାରେ ଅଛନ୍ତି ଏସ‍୍‌.କେ ମୁରଲୀଧରନ‍୍‌। କଲ୍ୟାଣ ସୁନ୍ଦର ଛୋଟରାୟ ଓ ରମେଶ ବାରିକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିଦ୍ଦେର୍ଶନା ଦେଉଛନ୍ତି ଅଭିଜିତ ମଜୁମ‍୍‌ଦାର। ଏଥିରେ ନାୟକ-ନାୟିକା ଭୂମିକାରେ ଆକାଶ ଓ ଅର୍ଚ୍ଚିତା ଅଭିନୟ କରିବେ।   ମୁଁ କରିବି ଲଭ୍ ମ୍ୟାରେଜ୍‌ ମଇ ୧୨ରେ ‘ମୁଁ କରିବି ଲଭ୍ ମ୍ୟାରେଜ୍‌’ର ମହୁରତ ଅନୁଷ୍ଠିତ ହୋଇଯାଇଛି। ଦେବାଶିଷ ଖଟୁଆଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଦେବେ ଜଗତ ରଂଜନ ମହାକୁଡ଼ ଏବଂ ସଙ୍ଗୀତ ନିଦ୍ଦେର୍ଶନା ଅଗ୍ନିରାଜ କିଶୋର।

Share :