ଓଡିଶାକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ

ଓଡିଶାକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ

Share :

  ଓଡିଶା ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ବିଗତ ବର୍ଷମାନଙ୍କ ତୁଳନାରେ ଯେଉଁ ହାରରେ ବିଦେଶୀ ପର୍ଯ୍ୟଟକ କୋଣାର୍କ ଆସୁଥିଲେ ତାହା ଏବେ ଦେଖିବାକୁ ମିଳୁ ନାହିଁ। ବିଶେଷ କରି ପର୍ଯ୍ୟଟନ ଋତୁ ଓ ଆନ୍ତର୍ଜାତୀୟ ସ୍ତରର ଉତ୍ସବ ସମୟରେ ବିଦେଶୀ ପର୍ଯ୍ୟଟକ ଅଧିକ ସଂଖାରେ ଏଠାକୁ ଆସିଥାନ୍ତି। କିନ୍ତୁ ଏବେ ଆଉ ଆସୁ ନାହାନ୍ତି।   ଏହି ବିଦେଶୀ ପର୍ଯ୍ୟଟକମାନେ ଓଡିଶାର କଳା ସଂକୃତି, ଐତିହ୍ୟ, ନୃତ୍ୟ, ସଂଗୀତ ଓ ଆଦିବାସୀମାନଙ୍କ ଜୀବନ ପ୍ରତି ବେଶ ଆକୃଷ୍ଟ ହୋଇ ଓଡିଶାକୁ ଆସିଥାନ୍ତି। ମୁଖ୍ୟତଃ ବିଦେଶୀ ପର୍ଯ୍ୟଟକମାନେ ସ୍ୱର୍ଣ୍ଣତ୍ରିଭୁଜ (ପୁରୀ-କୋଣାର୍କ-ଭୁବନେଶ୍ୱର)କୁ ହିଁ ପସନ୍ଦ କରିଥାନ୍ତି। ପୁରୀର ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟକୁ ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଏମାନେ ଜଗନ୍ନାଥ ମନ୍ଦିର ଦେଖିବାରୁ ବଞ୍ଚିତ ହୋଇଥାନ୍ତି। କିନ୍ତୁ ପୁରୀର ଶାନ୍ତ ସମୁଦ୍ର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥିବାବେଳେ ସମୁଦ୍ର କୂଳରେ ଥିବା ହୋଟେଲେମାନଙ୍କରେ ଏମାନେ ରହିହି ସମୁଦ୍ର ସ୍ନାନ କରିବା ସହିତ ସାତପଡାର ଡଲଫିନ, ଏସିଆର ବୃହତମ କ୍ଷାରଜଳ ହ୍ରଦ ଚିଲିକା, କୁରୁମ ବୈଦ୍ଧ ପୀଠ ଓ ରଘୁରାଜପୁର ଓ ପିପିଲିର ହସ୍ତକଳା ଦେଖିଥାନ୍ତି। ମନ୍ଦିର ମାଳିନୀ ଭୁବନେଶ୍ୱରରେ ରହି ଶାନ୍ତିସ୍ତୁପ ଧଉଳୀ, ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ ଓ ରାଜାରାଣୀ ମନ୍ଦିର ସମେତ ନିକଟସ୍ଥ ବିଭିନ୍ନ ମନ୍ଦିର ବୁଲି ଓଡିଶାର କଳାଭାସ୍କର୍ଯ୍ୟ ସଂପର୍କରେ ଅବଗତ ହୋଇଥାନ୍ତି।   ଏତଦ ବ୍ୟତିତ ଓଡିଶାର ପ୍ରମୁଖ ଐତିହ୍ୟ ପୀଠମାନଙ୍କ ମଧ୍ୟରୁ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବିଦେଶୀଙ୍କ ପ୍ରଥମ ପସନ୍ଦ ହୋଇଥାଏ। ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ଏହି ବିଦେଶୀ ପର୍ଯ୍ୟଟକମାନଙ୍କଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ମନ୍ଦିର ପ୍ରବେଶ ଶୁଳ୍କË ବାବଦେରେ ଅପ୍ରେଲ ୨ ତାରିଖ ପୂର୍ବରୁ ୨୫୦ ଟଙ୍କା ଆଦାୟ କରାଯାଉଥିବା ବେଳେ ଅପ୍ରେଲ ୨ ତାରିଖଠାରୁ ୫୦୦ ଟଙ୍କା ଆଦାୟ କରାଯାଉଛି। ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଆଳରେ ଏଏସଆଇ ପକ୍ଷରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ଚତୁର୍ପାଶ୍ବ ଲୁହାପାଇପରେ ଆବଦ୍ଧ କରାଯାଇଥିବାରୁ ମନ୍ଦିର ଗାତ୍ରରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିନ ପରି ବିଦେଶୀ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମନ୍ଦିର ପରିସରରେ ବିଦେଶୀ ପର୍ଯ୍ୟଟକ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଅଭିଯୋଗ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠଟିଏ ନାହିଁ। ବର୍ତ୍ତମାନ ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ଅସହ୍ୟ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବା ବେଳେ ମନ୍ଦିର ପରିସରରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ନାହିଁ। ବିଶ୍ରାମାଗାରଟିଏ ନାହିଁ।   ପର୍ଯ୍ୟଟନ ବିଭାଗର ଉଦାସୀନତା ଯୋଗୁଁ କୋଣାର୍କ, ରାମଚଣ୍ଡୀ ଓ ପୁରୀ ବେଳାଭୂମୀର ବିକାଶ ହୋଇପାରୁ ନାହିଁ। ବେଳାଭୂମୀରେ ଆଲୋକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ବିଦେଶୀ ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଏହାଛଡା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏଠାରେ ଅନ୍ତର୍ଜାତୀୟ ସ୍ତରର ହୋଟେଲ ଏବଂ ଅନ୍ୟାନ୍ୟ ସୁବିଧା ନ ଥିବାରୁ ସେମାନେ କୋଣାର୍କ ଆସିବାକୁ ନା ପସନ୍ଦ କରୁଛନ୍ତି।   ପୂର୍ବରୁ ଏହି ବିଦେଶୀ ପର୍ଯ୍ୟଟକମାନେ ଆଦିବାସୀ ଜନଜାତିଙ୍କ ସଂପର୍କରେ ଅଧିକ ଜାଣିବା ପାଇଁ ଘଞ୍ଚଜଙ୍ଗଲ ମଧ୍ୟରେ ଥିବା ସେମାନଙ୍କ ଜନବସତିକୁ ଆସି ନିର୍ଭୟରେ ବୁଲାବୁଲି କରୁଥିଲେ। କିନ୍ତୁ ଏସବୁ ଅଞ୍ଚଳରେ ନକ୍ସଲମାନେ ଆତଙ୍କ ଖେଳାଇଛନ୍ତି। ଏହି ନକ୍ସଲଙ୍କ ଆତଙ୍କ ଯୋଗୁଁ ପୂର୍ବରୁ କେତେକ ବିଦେଶୀ ପର୍ଯ୍ୟଟକ ଆକ୍ରୋଶର ଶିକାର ହୋଇଛନ୍ତି। କନ୍ଧମାଳରେ ଦୁଇଜ ଣଇଟା ଲୀୟପ ର୍ଯ୍ୟଟକ ପାଓଲା ବାସୁସ୍କୋ ଓ କ୍ଲାଉଡିଓ କୋଲାଞ୍ଜେଲୋଙ୍କ ଅପହରଣ ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ସବୁ ଅଞ୍ଚଳରେ ନକ୍ସଲମାନଙ୍କୁ ଦମନ କରିବା ପାଇଁ ସେନା ଓ ପୁଲିସର କାର୍ଯ୍ୟାନୁଷ୍ଠାନ ଜରିରହିଛି। ଏଥିପାଇଁ  ଆଦିବାସୀଙ୍କ ଜନବସତିଙ୍କୁ ନ ଯିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।   ଏହି ସବୁ କାରଣରୁ ବିଦେଶୀଙ୍କ ଆଗମନ ବିଗତ ବର୍ଷମାନଙ୍କ ତୁଳନାରେ ପ୍ରାୟତଃ କମିବାରେ ଲଗିଛି। ୨୦୧୩-୧୪ରେ ୨୨ ଲକ୍ଷ ୩୦ ହଜାର ୬୮୩ ଜଣ ଘରୋଇ ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ଆସିଥିବାବେଳେ ମାତ୍ର ୯ ହଜାର ୧୩୭ ଜଣ ବିଦେଶୀ ପର୍ଯ୍ୟଟକ ଭ୍ରମଣ କରିଥିବା କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟରୁ ଜଣା ପଡିଛି।

Share :