ଏବେ କେନ୍ଦୁପତ୍ରର ଅଭାବି ବିକ୍ରି!

ଏବେ କେନ୍ଦୁପତ୍ରର ଅଭାବି ବିକ୍ରି!

Share :

ଦିନକୁ ଦିନ ବିଡି ଭଳି ମାଦକ ଦ୍ରବ୍ୟର ଦରଦାମ ବୃଦ୍ଧି ପାଉଥିିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏବେ କେନ୍ଦୁପତ୍ରର ଅଭାବି ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଫଳରେ କେନ୍ଦୁପତ୍ର ପାଇଁ ଉପଯୁକ୍ତ ଦର ନ ପାଇ ଚିନ୍ତାରେ ଅଛନ୍ତି ପତ୍ର ତୋଳାଳୀ।   କଳାହାଣ୍ଡି ଜିଲ୍ଳାର ୧୩ ଗୋଟି ବ୍ଳକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏବେ ଚାଲିଛି କେନ୍ଦୁପତ୍ର ତୋଳା ସାଙ୍ଗକୁ ବିକ୍ରି। ଗୋଲାମୁଣ୍ଡା, କୋକସରା, ଥୁଆମୂଳରାମପୁର, କଲମପୁର, ଜୟପାଟଣା ଆଦି ଅଞ୍ଚଳରେ ଶହଶହ ଶ୍ରମିକ କେନ୍ଦୁପତ୍ର ତୋଳା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ସେମାନଙ୍କୁ ପରିଶ୍ରମ ତୁଳନାରେ ଉପଯୁକ୍ତ ଦର ମିଳୁ ନାହିଁ। ଶହେ ବିଡା ପତ୍ର ପାଇଁ ସେମାନଙ୍କୁ ୬୦ ଟଙ୍କା ମିଲୁଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଏହି ହେତୁ ସେମାନେ ପେଟପାଟଣା କରିପାରୁ ନ ଥିିବା ଅଭିଯୋଗ ହେଉଛି।   ସରକାରୀ ନିୟମ ମୁତାବକ ପ୍ରତି ବର୍ଷ ଏପ୍ରିଲ ମାସରେ ବୁଦା ମରାଯାଏ ଏବଂ ମେ ମାସରେ ପତ୍ର ତୋଳା ଆରମ୍ଭ ହୋଇଥାଏ। ବୁଦା ମାରିବା ସମୟରେ ଶ୍ରମିକଙ୍କୁ କଣ୍ଟା ଦାଉରୁ ରକ୍ଷା ସାଙ୍ଗକୁ ଟାଣ ଖରାରୁ ରକ୍ଷା ପାଇଁ ଚପଲ ଛତା ପ୍ରତି ଦୁଇ ବର୍ଷରେ ପ୍ରଦାନ କରାଯିବା କଥା। ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ବି ଚପଲ ଓ ଛତା ମିଳୁନଥିବା କହିଛନ୍ତି ଶ୍ରମିକ।   ଖାଲି ସେତିକି ନୁହେଁ। ଶ୍ରମିକମାନଙ୍କ ପାଇଁ ଆମ ଆଦମି ବୀମା ଯୋଜନା କରାଯାଇଛି। ବୀମାଧାରୀଙ୍କ ସନ୍ତାନସନ୍ତତିମାନଙ୍କୁ ପ୍ରତି ମାସରେ ୧୦୦ ଟଙ୍କା ହିସାବରେ ୬ ମାସକୁ ୬୦୦ ଟଙ୍କା ବୃତ୍ତି ମିଳିବା କଥା। ବୀମା ବାବଦ ଅର୍ଥ ଭାରତ ସରକାର ଓ ଓଡିଶା ସରକାର ବହନ କରବା ନିୟମ ମଧ୍ୟ ଅଛି। ହେଲେ ଆଜି ଯାଏଁ କେତେ ଶ୍ରମିକ ଏହି ବୀମା ଯୋଜନାରେ ସାମିଲ ହୋଇଛନ୍ତି ତାହା କହି ଜାଣନ୍ତି ନାହିଁ। ଏପରିକି ଶ୍ରମିକମାନେ ମଧ୍ୟ ଏ ବିଷୟରେ ଜାଣି ନାହାନ୍ତି।   ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ ଶ୍ରମିକମାନଙ୍କୁ କାମ ମିଳୁନଥିବା ବେଳେ ଖରା ୨ ମାସ ପତ୍ର ତୋଲି ଦୁଇ ପଇସା ରୋଜଗାର କରିବା ସହ ପରିବାର ପୋଷଣ କରନ୍ତି। ହେଲେ ବର୍ତ୍ତମାନ ସରକାର ୧୮ରୁ ୫୯ ବର୍ଷ ବୟସ ଶ୍ରମିକ ପତ୍ର ତୋଳିବା ଏବଂ ଏକାଉଣ୍ଟ ମାଧ୍ୟମରେ ପଇଠ କରିବା ନିୟମ କରିଥିଲେବି ଠିକ ସମୟରେ ପାଉଣା ନ ମିଳିବା ଯୋଗୁଁ ଶ୍ରମିକଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାର ଲାଗିଛି। ଶ୍ରମିକମାନେ ବାରମ୍ବାର ପାଉଣା ମାଗିଲେ କେତେକ କ୍ଷେତ୍ରରେ ସେମାନଙ୍କୁ କମ୍ ଦରରେ ପାରିଶ୍ରମିକ ପ୍ରଦାନ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

Share :