କୋଣାର୍କରେ ହୁଇଲଚେୟାର ଭଡ଼ା ହଜାରେ!

କୋଣାର୍କରେ ହୁଇଲଚେୟାର ଭଡ଼ା ହଜାରେ!

Share :

ମେ ୪ ତାରିଖ ମଧ୍ୟାହ୍ନରେ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ଦୁଇଜଣ ଦିବ୍ୟାଙ୍ଗ ମହିଳାଙ୍କୁ ଏଏସଆଇ କର୍ମଚାରୀମାନେ ହୁଇଲଚେୟାର ଯୋଗାଇ ନ ଦେବାରୁ ସୋମନଙ୍କ ପରିବାର ସଦସ୍ୟମାନେ ଟେକି ଟେକି ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ବୁଲାଇ ହେଖାଇଥିଲେ। ଭଞ୍ଜନଗର ଅନ୍ତର୍ଗତ ମୁନିଗୁଡା ଗ୍ରାମର ଏହି ଦୁଇ ମହିଳା ଅଭିଯୋଗ କରିଛନ୍ତି ଯେ ସେମାନେ ଏଏସଆଇର କର୍ମଚାରୀଙ୍କୁ ହୁଇଲଚେୟାର ମାଗିଥିଲେ। ଏହି କର୍ମଚାରୀମମାନେ ଆମ ଅନୁରୋଧକୁ କର୍ଣ୍ଣପାତ ନ କରି ଚେୟାର ଖରାପ ଅଛି ବୋଲି କହି ଖସି ଯାଇଥିଲେ। ଅର୍ଥାଭବ ଯୋଗୁଁ ବାହାରୁ ହୁଇଲ ଚେୟାର ନେବା ଆମ ପକ୍ଷେ ସମ୍ଭବ ନଥିଲା। ଏତେଦୂରରୁ ଆସିଥିବାରୁ ଆମ ପିଲାମାନେ ଆମକୁ କାନ୍ଧରେ ଟେକି ସୂର୍ଯ୍ୟମନ୍ଦିର ବୁଲାଇ ଦେଖାଇ ଥିଲେ।   ଏଠାରେ ପ୍ରଶ୍ନ ଉଠୁଛି ଯଦି ଦିବ୍ୟାଙ୍ଗ ବା ଭିନ୍ନକ୍ଷମ ମହିଳାଙ୍କୁ ସୁବିଧା ଥାଇ ମଧ୍ୟ ଦିଆଯାଉ ନାହିଁ ତେବେ କେଉଁ ସ୍ୱାର୍ଥ ସାଧନ ପାଇଁ ପର୍ଯ୍ୟଟକଙ୍କଠାରୁ ସୂର୍ଯ୍ୟମନ୍ଦିର ପ୍ରବେଶ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି? ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୁକ୍ଷ୍ମ କାରୁକାର୍ଯ୍ୟ ବୁଲି ଦେଖିବା ପାଇଁ ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦେବା ପାଇଁ ଭାରତୀୟ ପ୍ରତ୍ନତାତ୍ତତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ମନ୍ଦିର ପ୍ରବେଶ ବାବଦରେ ପର୍ଯ୍ୟଟକଙ୍କ ଠାରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମଧ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ପାଇଁ ନ୍ୟୁନତମ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନଥାଏ।   ଦିବ୍ୟାଙ୍ଗମାନଙ୍କ ପାଇଁ ମନ୍ଦିର ପରିସରକୁ ମୁକ୍ତ ପ୍ରବେଶ ଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଏଏସଆଇ କାର୍ଯ୍ୟାଳୟ ପକ୍ଷରୁ ହୁଇଲଚେୟାର ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ହେଲେ ପ୍ରତ୍ୟହ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ଦିବ୍ୟାଙ୍ଗମାନଙ୍କୁ ସ୍ଥାନୀୟ ଏଏସଆଇ କର୍ମଚାରୀଙ୍କ ପକ୍ଷରୁ ମୁକ୍ତ ପ୍ରବେଶ ପାଇଁ ସୁଯୋଗ ଦିଆଯାଉ ନ ଥିବା ବେଳେ ସେମାନଙ୍କୁ ହୁଇଲଚେୟାର ମଧ୍ୟ ଯୋଗାଇ ଦିଆଯାଇ ନ ଥାଏ। ଏହାର ସୁଯୋଗ ନେଇ କେତେକ ବ୍ୟକ୍ତି ହୁଇଲଚେୟାର ଭନା ଦେଇ ଦିବ୍ୟାଙ୍କ ପର୍ଯ୍ୟଟକଙ୍କଠାରୁ ୨୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଦାୟ କରଥାନ୍ତି।

Share :