ମୋଦି ବୁଝିଲେ, ଲୋକେ ବୁଝନ୍ତୁ

ମୋଦି ବୁଝିଲେ, ଲୋକେ ବୁଝନ୍ତୁ

Share :

ଗ୍ରାମସଭା ସଂସଦ ପରି ଶକ୍ତିଶାଳୀ   ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାକୁ ଅଧିକ ସକ୍ରୀୟ ଓ ସଶକ୍ତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଛନ୍ତିି। ପଂଚାୟତର ଉନ୍ନତି ପାଇଁ ଭାରତ ସରକାରଙ୍କ ପାଖରେ ପାଣ୍ଠିର ଅଭାବ ନାହିଁି ବୋଲି ସେ କହିଛନ୍ତି। ତେବେ ପଂଚାୟତ ମୁଖିଅା, ନିର୍ବାବାଚିତ ପ୍ରତିନିଧି ଏବଂ ଗ୍ରାମ ସଭାର ସଦସ୍ୟମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।   ଏଗାର ଦିନ ଧରି ଚାଲିଥିବା ‘ଗ୍ରାମୋଦୟରୁ ଭାରତ ଉଦୟ’ ଅଭିଯାନର ପରିସମାପ୍ତି ଅବସରରେ ଝାଡଖଣ୍ଡର ଜାମସେଦପୁରଠାରେ ଅାୟୋଜିତ ଜାତୀୟ ପଂଚାୟତିରାଜ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଅାତ୍ମା। ଗାଁରେ ରହିଛି। ଏଣୁ ଗାଁକୁ ସବୁ ଦିଗରୁ ଉନ୍ନତ ଓ ବିକଶିତ କରିବାକୁ ପଡିବ। ଗାଁ ଓ ସହର ମଧ୍ୟରେ ବଢ଼ୁଥିବା ବିକାଶ ବୈଷମ୍ୟକୁ ଦୂର କରିବା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହଯୋଗରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବେ।   ସେ କହିଥିଲେ ଯେ, ଗ୍ରାମାଂଚଳ ଲୋକମାନଙ୍କୁ ସହରାଂଚଳରେ ମିଳୁଥିବା ସମସ୍ତ ପ୍ରକାର ନାଗରିକ ସୁବିଧା ଯୋଗାଇ ଦିଅାଯିବ। ଭଲ ରାସ୍ତା ତିଅାରି ହେବ। ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରାଯିବ। ଏବେ ତାଙ୍କ ସରକାର ୧୮,୦୦୦ରୁ ଅଧିକ ବିଜୁଳି-ବିହୀନ ଗ୍ରାମକୁ ୧୦୦୦ ଦିନରେ ବିଜୁଳି ସଂଯୋଗ ଦେବା ଲାଗି ସ୍ଥିର କରି କାମ ଅାରମ୍ଭ କରିଦେଇଛନ୍ତି। ଖୁବ ଶୀଘ୍ର ଏହି ଲକ୍ଷ୍ୟ ହାସଲ କରାଯିବ।   ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଥର ବଜେଟରେ ଗ୍ରାମାଂଚଳକୁ ସର୍ବାଧିକ ଗୁରୁତ୍ବ ଦିଅାଯାଇଛି। ଚାଷୀଙ୍କ ପାଇଁ ମଧ୍ୟ ବଜେଟକୁ ଉତ୍ସର୍ଗୀକୃତ କରାଯାଇଛି। ତେଣୁ ପଂଚାୟତର ଜନ ପ୍ରତିନିଧିମାନେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲାଗି ଅାସୁଥିବା ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିନିଯୋଗ କରିବାକୁ ପଡିବ। ପ୍ରତି ପଂଚାୟତରେ ସ୍ଥାୟୀ ସମ୍ପତି ସୃଷ୍ଟି କରିବାକୁ ପଡିବ। ଚାଷୀଙ୍କ ଲାଗି ଗୋଦାମ ଘର, ଜଳ ଅମଳ ପ୍ରକଳ୍ପ, ବୃକ୍ଷ ରୋପଣ, ବୁନ୍ଦା ଜଳ ସେଚନ ଅାଦି କାର୍ଯ୍ୟକ୍ରମ ହାତକୁ ନେବାକୁ ପଡିବ। ସେ କହିଥିଲେ ଯେ, ଜଳର ଅଭାବକୁ ଦୃଷ୍ଟିରେ ରଖି ଦେଶରେ ପ୍ରତି ଟୋପାଏ ପାଣିକୁ ସଦବିନିଯୋଗ କରିବାକୁ ପଡିବ। ଚାଷୀଙ୍କୁ ବୁନ୍ଦା ଜଳସେଚନ ଉପରେ ସଚେତନ କରାଇବାକୁ ପଡିବ। ତା’ଛଡା ପ୍ରତି ପଂଚାୟତରେ ଜଳ ସଂରକ୍ଷଣ ତଥା ସଂଚୟ ପାଇଁ ଗ୍ରାମସଭାରେ ସଂକଳ୍ପ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ସଘନ ଚାଷ ପ୍ରଣାଳୀ ମାଧ୍ୟମରେ ଚାଷୀର ଅାୟକୁ ଦ୍ବିଗୁଣିତ କରାଯାଇପାରିବ। ଚାଷୀଙ୍କୁ ପଶୁ ପାଳନ, କୁକୁଡା ପାଳନ, ମତ୍ସ୍ୟ ଚାଷ, ମହୁ ଚାଷ ଏବଂ ବହୁବିଧ ଚାଷ ପ୍ରଣାଳୀ ସମ୍ପର୍କରେ ବୁଝାଇବାକୁ ପଡିବ। ପ୍ରତି ବର୍ଷ ପଂଚାୟତମାନେ ଗୋଟିଏ ଲେଖାଏଁ ନିଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।   ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ମୋଟ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରୁ 40 ପ୍ରତିଶତ ହେଉଛନ୍ତି ମହିଳା। ଏଣୁ ମହିଳା ପ୍ରତିନିଧିମାନେ ସ୍ଥିର କରିବା ଅାବଶ୍ୟକ ଯେ, ନିଜ ନିଜ ଗାଁରେ ଯେପରି ଝିଅ, ବୋହୂମାନେ ଖୋଲାରେ ମଳତ୍ୟାଗ କରିବେ ନାହିଁ। ପ୍ରତ୍ୟେକଙ୍କ ଘରେ ଶୌଚାଳୟ ହେବ। ଏ ଦିଗରେ ମହିଳା ପ୍ରତିନିଧିମାନେ ଗ୍ରାମସଭାରେ ସଂକଳ୍ପ କରି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଏବଂ ସଚେତନତା ସୃଷ୍ଟି କରିବାକୁ ପଡିବ। ସେ କହିଥିଲେ ଯେ ସ୍ବଚ୍ଛ ଭାରତର ସ୍ବପ୍ନକୁ ସାକାର କରିବା ଦିଗରେ ମହିଳାମାନଙ୍କର ବିଶେଷକରି ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କର ଗୁରୁ ଦାୟିତ୍ବ ରହିଛି।   ମଧ୍ୟହ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳା ପ୍ରତିନିଧିମାନେ ନିଜ ନିଜ ଅଂଚଳର ଅନୁଷ୍ଠାନଗୁଡିକ ନିୟମିତ ଯାଂଚ କରି ଏହି କାର୍ଯ୍ୟକ୍ରମ ବାବଦରେ ମିଳୁଥିବା ପାଣ୍ଠି ଠିକ ଭାବେ ଖର୍ଚ୍ଚ ହେଉଛି କି ନାହିଁ ତାହା ଯାଂଚ କରନ୍ତୁ। ପିଲାଙ୍କୁ ଠିକ ସମୟରେ ଖାଦ୍ୟ ମିଳୁଛି କି ନାହିଁ ନଜର ଦିଅନ୍ତୁ। ସେହିପରି ପ୍ରତି ଗାଁ ରେ ପ୍ରସୂତି ଓ ଗର୍ଭବତୀଙ୍କ ଅାନୁଷ୍ଠାନିକ ପ୍ରସବ ଏବଂ ପୁଷ୍ଟିସାଧନ ଦିଗରେ ମହିଳା ପ୍ରତିନିଧିମାନେ ଧ୍ୟାନ ଦେବାକୁ ପଡିବ। ପ୍ରତି ଗାଁରେ ଅାନୁଷ୍ଠାନିକ ପ୍ରସବକୁ ଗୁରୁତ୍ବ ଦିଅାଗଲେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇବ। ପଂଚାୟତ ମୁଖିଅା, ସଦସ୍ୟ ଓ ପ୍ରତିନିଧିମାନେ ଗାଁ ଗାଁରେ ସାର୍ବଜନୀନ ଟୀକାକରଣ ହେଉଛି କି ନାହିଁ, ଯଦି ହେଉଛି ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହେଉଛି କି ନାହିଁ ତାହା ଯାଂଚ କରିବା ଅାବଶ୍ୟକ। ଏହା ହେଲେ ‘ମିଶନ ଇନ୍ଦ୍ରଧନୁଷ’ର ଲକ୍ଷ୍ୟ ହାସଲ ହୋଇପାରିବ ଏବଂ ଏକ ସୁସ୍ଥ ଓ ସବଳ ଗ୍ରାମ ଗଠନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।   ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନେକ ଗାଁ ରେ ପିଲା ଅଧାରୁ ପାଠ ଛାଡି ଦେଉଛନ୍ତି ା ଏଣୁ ପଂଚାୟତ ମୁଖିଅା, ନିର୍ବାଚିତ ପ୍ରତିନିଧି ଏବଂ ଗ୍ରାମସଭାର ସଭ୍ୟମାନେ ନିଜ ନିଜ ଅଂଚଳର ବିଦ୍ୟାଳୟର ଅବସ୍ଥା ଅନୁଧ୍ୟାନ କରନ୍ତୁ। ଶିକ୍ଷକ ନିୟମିତ ଅାସୁଛନ୍ତି କି ନାହଁି ଦେଖନ୍ତୁ। ପିଲାମାନେ କାହଁିକି ସ୍କୁଲକୁ ଯାଉନାହାନ୍ତି ଅଥବା ଅଧାରୁ ପାଠ ଛାଡୁଛନ୍ତି ତାକୁ ବୁଝନ୍ତୁ। ମୁଖିଅାମାନେ ଅଭିଭାବକମାନଙ୍କୁ ଏ ବିଷୟରେ ସଚେତନ କରାନ୍ତୁ। ଏହାଦ୍ବାରା ଗ୍ରାମାଂଚଳରେ ପିଲାମାନଙ୍କର ପାଠପଢ଼ା ପ୍ରତି ଅାଗ୍ରହ ଜନ୍ମିବ ଏବଂ ବିଦ୍ୟାଳୟ ଅବସ୍ଥା ମଧ୍ୟ ସୁଧୁରିବ ବୋଲି ମୋଦୀ କହିଥିଲେ।   ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗ୍ରାମ ସଭାର ବୈଠକକୁ ଗ୍ରାମ ଉତ୍ସବ ରୂପେ ପାଳନ କରାଯାଉ। ପ୍ରତ୍ୟେକ ଗ୍ରାମସଭା ବୈଠକ ଦିବସରେ ପ୍ରଭାତଫେରି କରାଯାଉ।ା ଅତି କମରେ 30 ପ୍ରତିଶତ ଲୋକ ଗ୍ରାମସଭାରେ ଭାଗ ନିଅନ୍ତୁ। ପ୍ରତି ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ହେଉ। କେତେ ପାଣ୍ଠି ମିଳୁଛି, କେତେ ଖର୍ଚ୍ଚ ହେଉଛି, କେତେ ଖର୍ଚ୍ଚ ହେଉନାହିଁ, କାହଁିକି ଖର୍ଚ୍ଚ ହେଉନାହିଁ, ଗାଁର କେଉଁ କେଉଁ ପ୍ରକଳ୍ପ ବାକି ପଡିଛି - ଏ ସମ୍ପର୍କରେ ବାରମ୍ବାର ଚର୍ଚ୍ଚା କରାଯାଉ। ଏହାଦ୍ବାରା ଗାଁର ବିକାଶ ହେବ।   ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗ୍ରାମାଂଚଳର ଗରୀବ ପରିବାରର ମା’ମାନଙ୍କୁ କାଠ ଜାଳେଣୀ ସମସ୍ୟାରୁ ମୁକ୍ତି ଦିଅାଯିବ। ତାଙ୍କ ସରକାର ଅାଗାମୀ ତିନି ବର୍ଷ ମଧ୍ୟରେ 5 କୋଟି ପରିବାରକୁ ମାଗଣାରେ ଏଲପିଜି ସଂଯୋଗ ଯୋଗାଇ ଦେବେ। ଏହାଦ୍ବାରା କାଠର ବ୍ୟବହାର ବନ୍ଦ ହେବ। ଗଛ କଟା ବନ୍ଦ ହେବ। ଜଙ୍ଗଲ ବଂଚିବ, ପରିବେଶର ସୁରକ୍ଷା ହେବ। ଗରୀବ ମା ଓ ଝିଅବୋହୂମାନଙ୍କର ସ୍ବାସ୍ଥ୍ୟ ରକ୍ଷା ହେବ।   ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡିଜିଟାଲ ଇଣ୍ଡିଅା କାର୍ଯ୍ୟକ୍ରମ ଅଧୀନରେ ଇ-ଗ୍ରାମ ପ୍ରତିଷ୍ଠା କରାଯିବ। ପ୍ରତି ଗାଁକୁ ଅପଟିକାଲ ଫାଇବର ଲାଇନ ବିଛାଯାଇ ଅତି ବେଗଶୀଳ ବ୍ରୋଡବ୍ୟାଣ୍ଡ ଇଂଟରନେଟ ସୁବିଧା ଯୋଗାଇ ଦିଅାଯିବ। ଏଥିରେ ଗାଁ ଲୋକମାନଙ୍କୁ ଅନେକ ସୁବିଧା ମିଳିପାରିବ। ଏବେ ତାଙ୍କ ସରକାର ଏପ୍ରିଲ 14 ତାରିଖରେ ବାବାସାହେବ ଡଃ ଭୀମରାଓ ଅାମ୍ବେଦକରଙ୍କ ଜୟନ୍ତୀ ଦିବସରେ ଦେଶବ୍ୟାପୀ ଜାତୀୟ କୃଷି ବଜାର ଅାରମ୍ଭ କରିଛନ୍ତି। ଏହାଦ୍ବାରା ଚାଷୀକୁ ଅନେକ ସୁବିଧା ଓ ଲାଭ ମିଳିବ। ଡିଜିଟାଲ ଇଣ୍ଡିଅା କାର୍ଯ୍ୟକ୍ରମ ଜରିଅାରେ ଗ୍ରାମ୍ୟ ବିକାଶକୁ ତ୍ବରାନ୍ବିତ କରାଯିବ। ଏଣୁ ପଂଚାୟତ ମୁଖିଅା ଏବଂ ପ୍ରତିନିଧିମାନେ ମିଳିମିଶି କାମ କଲେ ଗ୍ରାମ ପଂଚାୟତର ବିକାଶ ହେବ ଏବଂ ତା ସହିତ ଦେଶର ଉନ୍ନତି ହେବ।

Share :