ଦିନ ଥିଲା ଭାରତର ପାଲି ଓ ସଂସ୍କୃତ ଜ୍ଞାନର ଭାଷା ଭାବରେ ବିଶ୍ବର ଅାଲୋକ ବର୍ତ୍ତିକା ସାଜିଥିଲା। ବିଶ୍ବର ସବୁଠାରୁ ଉତ୍କୃଷ୍ଟ ଗ୍ରନ୍ଥ ପାଲି ଓ ସଂସ୍କୃତରେ ଲେଖାଯାଇଥିଲା। ସେଥିପାଇଁ ଭାରତ ଥିଲା ବିଶ୍ବର ଜ୍ଞାନଗୁରୁ। ଜ୍ଞାନ ଅନ୍ବେଷଣରେ ଜାତି, ଧର୍ମ, ବର୍ଣ୍ଣ ଓ ବୟସର ତାରତମ୍ୟକୁ ଭୁଲିଯାଇ ଦେଶବିଦେଶରୁ ବିଦ୍ୟାର୍ଥୀଙ୍କର ଅାଗମନ ଘଟୁଥିଲା ଭାରତ ମାଟିକୁ। ମାତ୍ର 200 ବର୍ଷର ବିଦେଶୀ ଭାଷାର ଶାସନ 2000 ବର୍ଷର ଭାରତର ପରମ୍ପରା, ଶିକ୍ଷା ବ୍ୟବସ୍ଥାକୁ ଧୂଳିସାତ କରିଦେଇଛି। 2000 ବର୍ଷର ଜ୍ଞାନ ଅାଜି ଅକାମୀ ହୋଇଯାଇଛି। ବିଦେଶୀ ଭାଷାର ବ୍ୟାପକ ପ୍ରଚଳନ ଦ୍ବାରା ଅାଜି ସମସ୍ତେ ଏକଥା ଅନୁଭବ କରୁଛନ୍ତି, ମାତ୍ର କିପରି ପ୍ରଚଳିତ ଢାଞ୍ଚାକୁ ବଦଳାଇ ପୁଣି ଭାରତୀୟ ଭାଷାକୁ ଜ୍ଞାନର ଭାଷା ଭାବରେ ବିଶ୍ବରେ ପ୍ରତିଷ୍ଠିତ କରାଯାଇପାରିବ, ସେ ବିଷୟରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଅାଯାଇ ପାରୁନାହିଁ। ତେଣୁ ଏ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଶ ଉପରେ ଗୁରୁତ୍ବ ଅାରୋପ କରିବା ପାଇଁ ତୃତୟ ଜାତୀୟ ଭାଷା ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଉପସ୍ଥିତ ଅତିଥିଗଣ ମତ ବ୍ୟକ୍ତ କରିଛନ୍ତି। ଓଡିଅା ଅଧ୍ୟୟନ ଓ ଗବେଷଣା ସଂସ୍ଥା ଓ ଉତ୍କଳ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଗୃହରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଅାଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ବିଚ୍ଛିନ୍ନାଞ୍ଚଳରେ ଥିବା ଓଡିଅାମାନେ ଏବେ ନିଜର ପରିଚୟ ନିଜ ଅନିଚ୍ଛା ସତ୍ତ୍ବେ ହଜାଇ ଦେଉଛନ୍ତି। ବିଚ୍ଛିନ୍ନାଞ୍ଚଳର ଓଡିଅାମାନେ କିପରି ପୁଣି ଓଡିଅା ସହିତ ବାନ୍ଧିହେବେ, ସେ ବିଷୟରେ ଅାମ ବୁଦ୍ଧିଜୀବୀମାନଙ୍କ ଚିନ୍ତା କରିବାର ସମୟ ଅାସି ପହଞ୍ଚିଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା କହିଥିଲେ ଯେ ଓଡିଅା ଭାଷାର ସୁରକ୍ଷା ନୁହେଁ, ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ କରି ସ୍ବତନ୍ତ୍ର ଭାବରେ ପଦକ୍ଷେପ ନେଇ ଚଳିତବର୍ଷ 10 କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ତେବେ ଓଡିଶା ପାଇଁ ଓଡିଅା ମାନସିକତା ତିଅାରି କରିବା ଦ୍ବାରା ହିଁ ଓଡିଅାଜାତିର ସାମଗ୍ରିକ ବିକାଶ ହୋଇପାରିବ ବୋଲି ନିଜର ଉଦ୍ଘାଟନୀ ଅଭିଭାଷଣରେ ମନ୍ତବ୍ୟ ରଖିଥିଲେ। ସମ୍ମାନାସ୍ପଦ ଅତିଥି ଭାବେ ଯୋଗ ଦେଇଥିବା ଭାରତ ସରକାରଙ୍କ ଅନୁବାଦ ମିଶନର ନିର୍ଦ୍ଦେଶକ ପ୍ରଫେସର ଶରତଚନ୍ଦ୍ରନ ନାୟାର ଭାରତୀୟ ଭାଷା ସଂକଟ ବିଷୟରେ ସୂଚନା ଦେବା ସହିତ ପାରସ୍ପରିକ ଅନୁବାଦ ଦ୍ବାରା କିପରି ସଂହତି ରକ୍ଷା କରାଯାଇପାରିବ, ସେ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଓଡିଅା ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ତଥା ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅାୟୋଜିତ ଏହି ଜାତୀୟ ଭାଷା ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପାଦକ ଶଙ୍କର୍ଷଣ ପରିଡା ସ୍ବାଗତ ସମ୍ଭାଷଣ କରିଥିବାବେଳେ ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତି ଜାତୀୟ ଭାଷା ସମ୍ମିଳନୀ ଅାୟୋଜନର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ବିଷୟରେ ସୂଚନା ଦେବାବେଳେ ଜାତୀୟ ଭାଷା ସମ୍ମିଳନୀର ସମ୍ପାଦକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଓଡିଅା ଅଧ୍ୟୟନ ଓ ଗବେଷଣା ସଂସ୍ଥାର କାର୍ଯ୍ୟକ୍ରମ ତଥା ଭାଷା ସମ୍ମିଳନୀର ସଫଳତା ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଏହି 4 ଦିନିଅା ସମ୍ମିଳନୀର ପ୍ରଥମ ଦିନରେ ଓଡିଶାର ନୌବାଣିଜ୍ୟ ଏବଂ ଭାରତ ମହାସାଗରର ଉପକଣ୍ଠରେ ଥିବା ବିଭିନ୍ନ ରାଜ୍ୟ ସହିତ ବାଣିଜ୍ୟ ଓ ସଂାସ୍କୃତିକ ସଂପର୍କ ବିଷୟରେ ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଭାଗର ପ୍ରଫେସର ଡକ୍ଟର କିଶୋର ବାସାଙ୍କ ନେତୃତ୍ବରେ ତଥା ଡକ୍ଟର ନିବେଦିତା ମହାନ୍ତି, ପ୍ରଫେସର ଅମିୟ ପଟ୍ଟନାୟକ ଓ ପ୍ରଫେସର ଶରତଚନ୍ଦ୍ରନ ନାୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିନୋଟି ଅଧିବେଶନରେ 18ଟି ଭିତ୍ତି ପ୍ରବନ୍ଧ ପାଠ କରାଯାଇଥିଲା।