ବିଦ୍ୟୁତ କ୍ଷେତ୍ରରେ ହୋଇଛି ଉଲ୍ଲେଖନୀୟ ବିକାଶ

ବିଦ୍ୟୁତ କ୍ଷେତ୍ରରେ ହୋଇଛି ଉଲ୍ଲେଖନୀୟ ବିକାଶ

Share :

ବିଗତ ଦୁଇ ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ପରିଲକ୍ଷିତ ହୋଇଛି । ରେକର୍ଡ ମାତ୍ରାରେ ବିଦ୍ୟୁତ ଉତ୍ପାଦଦନ କରାଯାଇଥିବାବେଳେ ଡିସକମରେ ସଂସ୍କାର ଏବଂ ଅଣ-ପାରମ୍ପରିକ ଶକ୍ତିର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୫-୧୬ରେ ଦର୍ଶାଯାଇଛି । ଏହି ରିପୋର୍ଟ ଅନୁସାରେ ମେକ ଇନ ଇଣ୍ଡିଆ ଉଦ୍ୟୋଗମାନଙ୍କ ଦ୍ବାରା ଅଧିକ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ସହଯୋଗ କରାଯାଇଛି । ପ୍ରଗତିଶୀଳ ଟାରିଫ ଦ୍ବାରା ଗରିବ ଲୋକମାନଙ୍କୁ କମ ଦରରେ ବିଜୁଳି ଉପଲବ୍ଧ କରାଯିବା ବେଳେ ଧନୀକ ଶ୍ରେଣୀ ପାଇଁ ଅଯଥା ଆର୍ଥିକ ବୋଝ ପଡିବ ନାହିଁ । ଶକ୍ତି କ୍ଷେତ୍ରରେ ବିଗତ ପାଂଚ ବର୍ଷ ମଧ୍ୟରେ ବାର୍ଷିକ ବୃଦ୍ଧି ପ୍ରାୟତଃ ୧୯ ଗିଗାବାଟ ଥିଲା ବେଳେ ୨୦୧୪-୧୫ ବର୍ଷରେ ସର୍ବାଧିକ ୨୬.୫ 5 ଗିଗାବାଟକୁ ବୃଦ୍ଧି ହୋଇଛି । ଏହାଫଳରେ ପିକ୍ ଲୋଡ ସମୟରେ ଆବଶ୍ୟକ ବିଦ୍ୟୁତ ସ୍ତର ୨.୪ ପ୍ରତିଶତକୁ ହ୍ରାସ କରାଯାଇପାରିଛି । ଉଜ୍ଜ୍ବଳ ଡିସକମ ଆଶ୍ବାସନା ଯୋଜନା (ୟୁଡିଏଉଆଇ) ଜରିଆରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଦ୍ୟୁତ ବିତରକ କଂପାନୀଗୁଡିକର ମାନ୍ଦାବସ୍ଥା ଏବଂ ବାକି ପଡିଥିବା ଋଣ ସହ ସମ୍ପୃକ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ଅଣ-ପାରମ୍ପରିକ ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ନିରନ୍ତର ବିକାଶ ପାଇଁ  ଉତ୍ପାଦନ ଲକ୍ଷ୍ୟ ୩୨ ଗିଗାବାଟରୁ ୧୭୫ ଗିଗାବାଟକୁ ବୃଦ୍ଧି କରାଯାଇଛି । ଅନିୟମିତ ବିଦ୍ୟୁତ ଯୋଗାଣର ସମାଧାନ କରିବା ପାଇଁ ଡିଜେଲ ଜେନରେଟରର ଚାହିଦା ବଢିଛି । ବିଦ୍ୟୁତ ଅଧିନିୟମ ୨୦୦୩ ଅନୁଯାୟୀ ଏକ ମେଗାବାଟରୁ ଅଧିକ ବିଦ୍ୟୁତ ଲୋଡ ଥିବା ଗ୍ରାହକ ବଜାରରୁ ସିଧାସଳଖ ଭାବେ ବିଦ୍ୟୁତ କ୍ରୟ କରିପାରିବେ ।

Share :