ଆଜି ମହାମୁକାବିଲା

ଆଜି ମହାମୁକାବିଲା

Share :

ସୁପର ସନଡେରେ ସୁପର ମୁକାବିଲା । ଆଜି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ଭାରତୀୟ ସମୟ ଦିନ 1.30 ରେ ଆରମ୍ଭ ହେବ ମ୍ୟାଚ । ପୂର୍ବ ବିଶ୍ବକପର ପ୍ରତିଶୋଧ ଲକ୍ଷ୍ୟରେ ଟିମ ଇଣ୍ତିଆ । ତେବେ ମ୍ୟାଚରେ ବର୍ଷା ଆଶଙ୍କା କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି । ମେଲବୋର୍ଣ୍ଣରେ 70 ପ୍ରତିଶତ ବର୍ଷାର ସମ୍ଭାବନା ରହିଛି । ବର୍ଷା ପାଇଁ ମ୍ୟାଚ ଧୋଇ ଯିବାର ଆଶଙ୍କା କରିଛି ଅଷ୍ଟ୍ରେଲିଆ ପାଣିପାଗ ବିଭାଗ । ତେବେ ଏହି ହାଇ ଭୋଲଟେଜ ମ୍ୟାଚ ଉପରେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ଗତଥର ପାକିସ୍ତାନ ଓ ନ୍ୟୁଜିଲାଣ୍ତଠାରୁ ହାରି ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତ, ଏଥର ବିଜୟ ସହ ବିଶ୍ବକପ ଅଭିଯାନ ଆରମ୍ଭ କରିବାକୁ ଚାହିଁବ । ଯଦି ଭାରତର ପ୍ରଦର୍ଶନ ଉପରେ ନଜର ପକାଇବା ତେବେ .. - ୨୦୦୭ ପ୍ରଥମ ସଂସ୍କରଣରେ ଟ୍ରଫି ଜିତିଥିଲା ଭାରତ - ଏହା ପରର ୩ଟି ବିଶ୍ବକପ୍‌ରେ ଭାରତ ସୁପର-୮ରୁ ବିଦାୟ ନେଇଥିଲା - ୨୦୧୪ରେ ଶ୍ରୀଲଙ୍କାଠୁ ହାରି ଉପବିଜେତା ହୋଇଥିଲା - ୨୦୧୬ରେ ‌ୱେଷ୍ଟ୍‌ଇଣ୍ଡିଜ୍‌ଠୁ ସେମିଫାଇନାଲ୍‌ରେ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା - ଗତ ସଂସ୍କରଣ (୨୦୨୧) ରେ ସୁପର-୧୨ରୁ ବିଦାୟ ନେଇ ଲଗାତାର ତୃତୀୟ ଥର ସେମିଫାଇନାଲ୍‌‌ରେ ପହଞ୍ଚିବାରେ ବିଫଳ ହୋଇଥିଲା ଭାରତ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ପ୍ରଥମ ବିଶ୍ବକପ ଖେଳିବ ଭାରତ । ଅଭ୍ୟାସ ମ୍ୟାଚରେ ସମସ୍ତ ଭାରତୀୟ ଖେଳାଳୀ ଭଲ ପ୍ରଦର୍ଶନ କରିଥିବା ବେଳେ, ଆଜିର ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରି ବିଜୟରୁ ଅଙିଯାନ ଆରମ୍ଭ କରିବାକୁ ଚାହିଁବ ଭାରତ । ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ଥିବା ବେଳେ, କେ.ଏଲ. ରାହୁଲଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିବ ଦଳ । ଶେଷ ଭାଗରେ ଦୀନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ତ୍ୟା ଫିନିସର ଭାବେ ଖେଳିବେ । ବୁମରାଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗ ସାମନ୍ୟ ଦୁର୍ବଳ ଅଛି । ତେବେ ଫାଷ୍ଟ ବୋଲର ମହମ୍ମଦ ଶମୀଙ୍କ ଉପରେ ବହୁତ କିଛି ନିର୍ଭର କରୁଛି । ଶେଷ ଅଭ୍ୟାସ ମ୍ୟାଚରେ ସେ ଯେପରି ବୋଲିଂ କରିଥିଲେ ତାହା ଦେଖିବା ଦର୍ଶନୀୟ ଥିଲା । ସେପଟେ ପାକିସ୍ତାନକୁ ହାଲକା ଦଳ ଭାବେ ନେବା ଭାରତକୁ ମହଙ୍ଗା ପଡ଼ିପାରେ । ବାବର ଆଜମ ଓ ମହମ୍ମଦ ରିଜୱାନ ନିଜ ଖେଳ ଜୀବନର ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଦଳକୁ ସାହିନ ଶାହ ଆଫ୍ରିଦି ଫେରିବା ଦ୍ବାରା ଦଳର ବୋଲିଂ ମଧ୍ୟ ଶକ୍ତିଶାଳୀ ହୋଇଛି । ଗତ ବିଶ୍ବକପରେ ଆଫ୍ରିଦି ଏକାକୀ ଭାରତ ବ୍ୟାଟିଂର ମେରୁଦଣ୍ତ ଭାଙ୍ଗି ଦେଇଥିଲେ । ଏସବୁ ପରେ ମଧ୍ୟ ବିଶ୍ବକପକୁ ଦେଖିଲେ, ଭାରତର ଦବଦବା ରହିଥିବା ଜଣା ପଡ଼େ । ‌ଦୁବାଇରେ ପାକିସ୍ତାନ ପରାଜୟ ଧାରା ଭାଙ୍ଗିଥିଲେ ସୁଦ୍ଧା ଭାରତ ୫-୧ରେ ଆଗୁଆ ରହିଛି । ତଥାପି ରୋହିତ ଶର୍ମାଙ୍କ ଦଳ ମେଲବୋର୍ଣ୍ଣରେ ହେବାକୁ ଥିବା ମ୍ୟାଚ୍‌ରେ ବିଜୟ ଧାରାକୁ ଫେରିବାକୁ ଚାହିଁବ ।

Share :