"ବିଶ୍ବକପ ବିପର୍ଯ୍ୟୟ"

Share :

ପ୍ରଥମ ଦିନ ଏକ ବଡ଼ ବିପର୍ଯ୍ୟୟ ଦେଖିବା ପରେ ଦ୍ବିତୀୟ ଦିନ ମଧ୍ୟ ସମାନ ତରିକାରେ ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ପ୍ରଥମ ଦିନ ପୂର୍ବତନ ଚମ୍ପିୟାନ ଶ୍ରୀଲଙ୍କାକୁ ନାମିବ୍ୟା ହରାଇ ଦେଇଥିବା ବେଳେ ଦ୍ବିତୀୟ ଦିନ ୱେଷ୍ଟଇଣ୍ତିଜକୁ ସ୍କଟଲାଣ୍ତ ହରାଇ ଦେଇଛି । ଟି-ଟ୍ବେଣ୍ଟି ବିଶ୍ବକପର ଦ୍ବିତୀୟ ମ୍ୟାଚ ୱେଷ୍ଟଇଣ୍ତିଜ ଓ ସ୍କଟଲାଣ୍ତ ମଧ୍ୟରେ ଖେଳା ଯାଇଥିଲା । ୱେଷ୍ଟଇଣ୍ତିଜ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଦଳ ତରଫରୁ ଓପନର ଜର୍ଜ ମନସେ ବିସ୍ଫୋରକ ପାଳି ଖେଳିଥିଲେ । ସେ 53 ବଲରୁ 66 ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଚେଲ ଜନ (20), ମାଥ୍ୟୁ କ୍ରସ (3), ଅଧିନାୟକ ରିକି ବେରିଂଟନ (16) ରନ କରିଥିଲେ । ଶେଷ ବେଳକୁ କ୍ୟାଲମ ମ୍ୟାକଲିଅଡ 14 ବଲରୁ 23 ରନ କରିବାକୁ ସ୍କଟଲାଣ୍ତ 160 ରନର ଏକ ସମ୍ମାନଜନକ ସ୍କୋର କରି ପାରିଥିଲା । ମିକେଲ ଲିସ୍କ 4 ରନ କରିଥିବା ବେଳେ କ୍ରିସ ଗ୍ରେଭସ 16 ରନରେ ଅପରାଜିତ ଥିଲେ । 161 ରନର ପିଛା କରିବାକୁ ଯାଇ ୱେଷ୍ଟଇଣ୍ତିଜ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦୁଇ ଓପନର ଜଲଗି ଆଉଟ ହୋଇ ଯାଇଥିଲେ । କେଲ ମେୟର୍ସ 20 ରନ କରିଥିବା ବେଳେ ଏଭିନ ଲୁଇସ 14 ରନ କରି ଆଉଟ ହୋଇ ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାସନ ହୋଲ୍ଡର (38) ଓ ବ୍ରାଣ୍ତନ କିଙ୍ଗ (17) ରନ କରିଥିଲେ । ଆଉ କୌଣସି ୱେଷ୍ଟଇଣ୍ତିଜ ବ୍ୟାଟର, ସ୍କଟଲାଣ୍ତ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ । ଲଗାତାର ଭାବେ ୱିକେଟ ହରାଇ ୱେଷ୍ଟଇଣ୍ତିଜ 118 ରନରେ ସୀମିତ ରହି ଯାଇଥିଲା । ସ୍କଟଲାଣ୍ତ ବୋଲରଙ୍କ ମଧ୍ୟରେ ମାର୍କ ୱାଟ ସବୁଠାରୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ । ସେ 4 ଓଭର ବୋଲିଂ କରି ମାତ୍ର 12 ରନ ଦେଇ 3 ୱିକେଟ ନେଇଥିଲେ ।

Share :