ଆଜି ଆସିପାରେ ହିଜାବ ରାୟ

ଆଜି ଆସିପାରେ ହିଜାବ ରାୟ

Share :

ଆଜି ଆସିପାରେ ବହୁ ପ୍ରତୀକ୍ଷିତ ହିଜାବ ରାୟ । ଶିକ୍ଷାନୁଷ୍ଠାନରେ ହିଜାବ ବିବାଦ ଉପରେ ସୁପ୍ରିମକୋର୍ଟ ନେଇ ପାରନ୍ତି ବଡ଼ ନିଷ୍ପତ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି 23 ଟି ଆବେଦନ ଶୁଣାଣି କରିଥିଲେ ସର୍ବୋଚ୍ଚ ଅଦାଲତ । ମାର୍ଚ୍ଚ 15ରେ କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନରେ ମୁସଲମାନ ବାଳିକାମାନଙ୍କ ପାଇଁ ହିଜାବ ଉପରେ ନିଷେଧାଦେଶ ଶୁଣାଇଥିଲେ । କର୍ଣ୍ଣାଟକ ସରକାର ଚଳିତ ବର୍ଷ ଫେବୃଆରୀ 5ରେ ସ୍କୁଲ ଏବଂ କଲେଜ ପରି ଶିକ୍ଷାନୁଷ୍ଠାନରେ ସମାନତା, ଅଖଣ୍ଡତା ଏବଂ ସାଧାରଣ ଶୃଙ୍ଖଳାକୁ ନଷ୍ଟ କରୁଥିବା ପୋଷାକ ପିନ୍ଧିବାକୁ ବାରଣ କରିଥିଲେ । କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପିଟିସନ ଦାଖଲ କରାଯାଇଛି । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ରାଜ୍ୟ ସରକାର ଦେଇଥିବା ପ୍ରତିବନ୍ଧକକୁ ହଟାଇବାକୁ ହାଇକୋର୍ଟ ମନା କରିଦେଇଥିଲେ । ପରେ ମାମଲା ସୁପ୍ରିମକୋର୍ଟକୁ ପହଞ୍ଚିଥିଲା । 10 ଦିନ ଶୁଣାଣି ପରେ ନିଜର ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏହା ଉପରେ ପ୍ରକାଶ ପାଇପାରେ ରାୟ ।

Share :