ହିମାଚଳ ପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ହିମାଚଳ ପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

Share :

ଆଜି ହିମାଚଳ ପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳର ଉନାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସକୁ କରିବେ ଶୁଭାରମ୍ଭ । ଏହା ଭାରତର କ୍ରମାଗତ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ହେବ । ଏହି ଟ୍ରେନ୍ ଟି ପୂର୍ବ ଟ୍ରେନ୍ ଗୁଡ଼ିକ ତୁଳନାରେ ଉନ୍ନତ ସଂସ୍କରଣ ବୋଲି ସୂଚନା । ଅଧିକ ହାଲୁକା ହେବା ସହ ସ୍ବଳ୍ପ ସମୟ ମଧ୍ୟରେ ଦ୍ରୁତ ଗତିରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବ । ଏହି ଟ୍ରେନର ଚଳାଚଳ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଏକ ଆରାମଦାୟକ ଏବଂ ଦ୍ରୁତ ଗତିରେ ଯାତ୍ରା ଯୋଗାଇବ । ଏହା ସହ ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ଉନାକୁ ଦେଶ ପାଇଁ ଉତ୍ସର୍ଗ କରିବେ । ଅନ୍ୟପଟେ ଔଷଧ କ୍ଷେତ୍ରରେ ଆତ୍ମନିର୍ଭର ଉଦ୍ୟମକୁ ବୃଦ୍ଧି କରିବାକୁ, ଉନାରେ ଏକାଧିକ ଔଷଧ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ଦୁଇଟି ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

Share :