ନମସ୍କାର ଦେବୀୟୋଁ ଔର ସଜ୍ଜନୋ ..

ନମସ୍କାର ଦେବୀୟୋଁ ଔର ସଜ୍ଜନୋ ..

Share :

ନମସ୍କାର ଦେବୀୟୋଁ ଔର ସଜ୍ଜନୋ .. କିଏ ତାଙ୍କୁ ଯୁଗ ପୁରୁଷ କୁହେ ତ କିଏ ତାଙ୍କୁ ମହାନାୟକ । 1942 ମସିହା ଅକ୍ଟୋବର 11 ତାରିଖରେ ପବିତ୍ର ମାଟି ପ୍ରୟାଗରାଜରେ ଜନ୍ମ ନେଇଥିଲେ ସେ । ଆଜି ତାଙ୍କର 80 ତମ ଜନ୍ମ ଦିବସ । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ଜନ୍ମଦିନ । ଦିନ ଥିଲା ତାଙ୍କର ଉଚ୍ଚତା ପାଇଁ ଫିଲ୍ମ ଇଣ୍ତଷ୍ଟ୍ରିରେ କାମ ମିଳି ନଥିଲା । କେହି ମଧ୍ୟ ତାଙ୍କର ଗୁରୁ ଗାମ୍ଭୀର୍ଯ୍ୟ ସ୍ବରକୁ ପସନ୍ଦ କରି ନଥିଲେ । କିନ୍ତୁ ଆଜି ସେ ସ୍ବର ହିଁ ପାଲଟିଛି ତାଙ୍କର ପରିଚୟ । ସିନେମାକୁ ପ୍ରବେଶ କରିବା ଅମିତାଭଙ୍କ ପାଇଁ ଏତେ ସହଜ ନଥିଲା । ସଂଘର୍ଷ ଓ ଧୈର୍ଯ୍ୟର ଅତୁଳନୀୟ ଉଦାହରଣ ଦେଇଛନ୍ତି ଅମିତାଭ । ନିରନ୍ତର ପ୍ରଚେଷ୍ଟା ଯେ ସଫଳତାର ଶିଢି ଚଢ଼ାଏ ଏକଥା ଶିଖାଇଛନ୍ତି ଅମିତାଭ । କେହି ତାଙ୍କୁ ହିରୋ କରିବାକୁ ରାଜି ନଥିଲେ । ତାଙ୍କର ଉଚ୍ଚତା ପାଇଁ କୌଣସି ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ରାଜି ନଥିଲେ । ଏପରି କି ରାଜଶ୍ରୀ ଫିଲ୍ମସର ତାରାଚନ୍ଦ ବଡଜାତ୍ୟା ଅମିତାଭଙ୍କୁ ନିଜ ବାପାଙ୍କ ପରି କବିତା ଲେଖାଲେଖି କରିବାକୁ ମଧ୍ୟ କହିଥିଲେ । ଏତେ ସବୁ ପରେ ମଧ୍ୟ ପଛକୁ ଫେରି ଚାହିଁ ନଥିଲେ ଅମିତାଭ । ତାଙ୍କର ଏହି ଏକା ଜିଦ୍ ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ଆସନ୍ତୁ ଜାଣିବା ସେହି ମହାନାୟକଙ୍କ ବିଷୟରେ କେତେକ ରୋଚକ କଥା .. 1. ଅମିତାଭ ଉଭୟ ହାତରେ ସମାନ ଭାବେ ଲେଖି ପାରନ୍ତି । ଆମ୍ବିଡେକ୍ସଟ୍ରସ୍ ଙ୍କ ପରି ତାଙ୍କୁ ଉଭୟ ହାତର କୌଶଳ ଜଣା 2. ଅମିତାଭ ବଚ୍ଚନଙ୍କ ପିତା 'ହରିବଂଶ ରାୟ ବଚ୍ଚନ' ନିଜ ପାଇଁ ପାଇଁ ଶେଷ ନାମ “ବଚ୍ଚନ” ବାଛିଥିଲେ, କିନ୍ତୁ ବାସ୍ତବରେ ତାଙ୍କର ଶେଷ ନାମ ହେଉଛି "ଶ୍ରୀବାସ୍ତବ" 3. ଅମିତାଭଙ୍କୁ କଲମ ଓ ଘଣ୍ଟା ବିଶେଷ ଭାବେ ପସନ୍ଦ 4. ଅମିତାଭଙ୍କ ପ୍ରଥମ ଦରମା ମାତ୍ର 500 ଟଙ୍କା ଥିଲା । ପ୍ରଥମ ଚାକିରି କୋଲକାତାରେ ଥିଲା । କୋଲକାତାରେ କାମ କରିବା ସମୟରେ ତାଙ୍କ ସହ ଗୋଟିଏ କୋଠରୀରେ ଆଠ ଜଣ ରହୁଥିଲେ 5. କୁଲି ଚଳଚ୍ଚିତ୍ର (1983) ର ସୁଟିଂ ସମୟରେ ବିଗ୍ ବି ସାଂଘାତିକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ 6. 1982 ମସିହାରେ ହସ୍ପିଟାଲରେ ଥିବାବେଳେ ଅମିତାଭ ବଚ୍ଚନ ତାଙ୍କ ଜୀବନର ପ୍ରଥମ କବିତା ଲେଖିଥିଲେ 7. 'ବିଜୟ' ହେଉଛି ଅମିତାଭ ବଚ୍ଚନଙ୍କ ପ୍ରିୟ ଅନ-ସ୍କ୍ରିନ୍ ନାମ । ସେ ବିଜୟ ଭୂମିକାରେ 20 ରୁ ଅଧିକ ଥର ଅଭିନୟ କରିଛନ୍ତି 8. 'ଖୁଦା ଗୱାହ' (1992) ର ସୁଟିଂ ସମୟରେ ଅମିତାଭଙ୍କୁ ଆଫଗାନିସ୍ତାନ ବାୟୁସେନା ସୁରକ୍ଷା ଯୋଗାଇ ଦେଇଥିଲା । ଏହି ଚଳଚ୍ଚିତ୍ରଟି ଆଫଗାନିସ୍ତାନର ସବୁଠାରୁ ଅଧିକ ଦେଖାଯାଇଥିବା ଭାରତୀୟ ଚଳଚ୍ଚିତ୍ର ମଧ୍ୟରେ ଥିଲା 9. ବିଗ୍ ବି ଙ୍କ ପାଖେ 7 ରୁ ଅଧିକ ବିଳାସପୂର୍ଣ୍ଣ କାର ରହିଛି 10. 'ମୃତ୍ୟୁଦାତା' ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ତାଙ୍କୁ ବିଗ୍ ବି ନାମ, 1990 ଦଶକର ଶେଷ ଭାଗରେ ମିଳିଥିଲା 11. ଅମିତାଭ ବଚ୍ଚନ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ପାଇଁ 1000 ଟଙ୍କା ପାଇଥିଲେ 12. ଅମିତାଭ ଉଭୟ ବିଜ୍ଞାନ ଏବଂ କଳା କ୍ଷେତ୍ରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି 13. କଳା କ୍ଷେତ୍ରରେ ତାଙ୍କର ସେବା ପାଇଁ ଅମିତାଭ ବଚ୍ଚନଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣରେ ଭୂଷିତ କରା ଯାଇଛି 14. ଫ୍ରାନ୍ସ ସରକାର ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ "ନାଇଟ୍ ଅଫ୍ ଲେଜିଅନ୍ ଅଫ୍ ଅନର" ପ୍ରଦାନ କରିଛନ୍ତି 15. ତାଙ୍କୁ ନିଜର ଲାପଟପ୍ ଏବଂ ମୋବାଇଲ୍ ବହୁତ ପସନ୍ଦ । ଏ ଦୁଇଟି ଜିନିଷକୁ ନନେଇ ସେ କୁଆଡ଼େ ମଧ୍ୟ ଯାଆନ୍ତି ନାହିଁ 16. ଅମିତାଭ ଚା ଏବଂ କଫି ପିଅନ୍ତି ନାହିଁ, ଧୂମପାନ ମଧ୍ୟ କରନ୍ତି ନାହିଁ ଏହା ସହ ସେ ଶାକାହାରୀ ମଧ୍ୟ ଅଟନ୍ତି 17. ଅମିତାଭଙ୍କୁ ରୋଷେଇ ଜଣା ନାହିଁ 18. ବିଗ୍ ବି ରିୟଲ ଲାଇଫରେ ବହୁ କ୍ରୋଧି ଅଟନ୍ତି । ଏଥିପାଇଁ ତାଙ୍କୁ 'ଆଙ୍ଗ୍ରି ୟଙ୍ଗ୍ ମ୍ୟାନ' ମଧ୍ୟ କୁହାଯାଏ 19. ସେ ବ୍ଲଗ୍ ଲେଖିବାକୁ ଭଲ ପାଆନ୍ତି । ପ୍ରତିଦିନ ଶୋଇବା ପୂର୍ବରୁ ସେ ବ୍ଲଗ୍ ଲେଖନ୍ତି 20. ଷ୍ଟ୍ରିଟ୍ ଫୁଡ୍ ଅମିତାଭଙ୍କୁ ବହୁତ ପସନ୍ଦ 21. 1995 ରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ବିଗ୍ ବି ଜଣେ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ 22. ତାଙ୍କର ପ୍ରଥମ ବଡ ହିଟ୍ ଫିଲ୍ମ "ଜଞ୍ଜୀର" ପୂର୍ବରୁ କ୍ରମାଗତ 12 ଟି ଫିଲ୍ମ ଫ୍ଲପ୍ ହୋଇଥିଲା, ଯଦି ଜଞ୍ଜୀର ଫ୍ଲପ୍ ହୋଇଥାନ୍ତା ତେବେ ତାହା ହୁଏ ତ ତାଙ୍କ ଜୀବନର ଶେଷ ଚଳଚ୍ଚିତ୍ର ହୋଇଥାନ୍ତା 23. ବିଗ୍ ବି ତାଙ୍କର ପ୍ରତ୍ୟେକ ଟ୍ୱିଟ୍ କୁ ନିର୍ଦ୍ଦିଷ୍ଟ ସଂଖ୍ୟା ଦ୍ବାରା ଉଲ୍ଲେଖ କରିବାକୁ ପସନ୍ଦ କରନ୍ତି 24. 2000 ମସିହାରେ ନିଜର ଫିଲ୍ମ କ୍ୟାରିୟର ଶେଷ ହୋଇଗଲା ଭାବି ସେ "କୌନ ବନେଗା କରୋଡ଼ପତି"ରେ କାମ ଆରମ୍ଭ କରିଥିଲେ 25. ନିଜ ଚଳଚ୍ଚିତ୍ରର ରିମେକ୍ ରେ ଉଭୟ ହିରୋ ଏବଂ ଭିଲେନ୍ ଭୂମିକାରେ ଅଭିନୟ କରିଥିବା ଏକମାତ୍ର ଅଭିନେତା ହେଉଛନ୍ତି ଅମିତାଭ । ମୂଳ ଚଳଚ୍ଚିତ୍ରଟି 'ଶୋଲେ' ଥିବା ବେଳେ 'ଆଗ୍' ଏହାର ରିମେକ୍ ଥିଲା (2007) 26. ସେ 2013 ରେ ଲିଓନାର୍ଡୋ ଡିକାପ୍ରିଓଙ୍କ ଅଭିନୀତ 'ଦି ଗ୍ରେଟ୍ ଗାଟ୍ସବି' ଦ୍ବାରା ହଲିଉଡରେ ଡେବ୍ୟୁ କରିଥିଲେ 27. ଅମିତାଭଙ୍କ ଆଇକୋନିକ୍ ଗୀତ 'ଖାଇକେ ପାନ ବନାରସ ୱାଲା' କେବେ ମଧ୍ୟ 'ଡନ୍' ଫିଲ୍ମରେ ଅନ୍ତର୍ଭୁକ୍ତ ହେବା ପାଇଁ ଉଦ୍ଦିଷ୍ଟ ନଥିଲା । ଏହି ଗୀତଟି ପ୍ରଥମେ ଦେବ ଆନନ୍ଦଙ୍କ ଚଳଚ୍ଚିତ୍ର 'ବନାରସୀ ବାବୁ' ପାଇଁ ଲେଖାଯାଇଥିଲ 28. ବିଗ୍ ବି ନିଜେ ପ୍ରକାଶ କରିଛନ୍ତି ଯେ ତାଙ୍କର ଯକୃତ 75% ଖରାପ ହୋଇ ସାରିଛି 29. ନିଜ ସଂଘର୍ଷ ଜୀବନର ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇର ମେରାଇନ୍ ଡ୍ରାଇଭରେ ଥିବା ଏକ ବେଞ୍ଚରେ ସେ ରାତି ବିତଉଥିଲେ 30. ଅମିତାଭ ନୂଆ ଭାଷା ଶିଖିବାକୁ ଭଲ ପାଆନ୍ତି । ସେ ବଙ୍ଗାଳୀ, ପଞ୍ଜାବୀ, ଗୁଜୁରାଟୀ ଏବଂ ମରାଠୀ ଭାଷା ଉପରେ କିଛି ଜ୍ଞାନ ରଖିଛନ୍ତି

Share :