ଚାଲିଗଲେ ମୁଲାୟମ୍

ଚାଲିଗଲେ ମୁଲାୟମ୍

Share :

ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟନ ସିଂ ଯାଦବଙ୍କ ପରଲୋକ । ମେଦାନ୍ତ ହସ୍ପିଟାଲରେ 82 ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା । ଏନେଇ ତାଙ୍କ ପୁତ୍ର ଅଖିଲେଶ ଯାଦବଙ୍କ ଟ୍ବିଟର ଯୋଗେ ସୂଚନା । ଅସୁସ୍ଥତା ପାଇଁ ଅଗଷ୍ଟ 22 ତାରିଖରେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଅକ୍ଟୋବର 2 ରେ ଆଇସିୟୁଙ୍କୁ ସ୍ଥାନାନ୍ତରଣ କରା ଯାଇଥିଲା । ଆଜି ସକାଳ 8.15 ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମୁଲାୟମ୍ । ମୁଲାୟମ୍ ତିନିଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ରହିବା ସହ ସାତ ଥର ସଂସଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ । 1967 ମସିହାରେ ପ୍ରଥମ ଥର ସେ MLA ଭାବେ ନିର୍ବାଚିତ ହୋଇଥିଲେ । 1977 ରେ ପ୍ରଥମ ଥର ଉତ୍ତର ପ୍ରଦେଶରେ ମନ୍ତ୍ରୀ ହୋଇଥିଲେ । 1975 ମସିହାର ଏମର୍ଜେନ୍ସି ସମୟରେ ସେ ତତ୍ କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । ସେ ସମୟରେ 18 ମାସ ଜେଲରେ ମଧ୍ୟ ଦିନ କାଟିଥିଲେ ମୁଲାୟମ୍ । ଉତ୍ତର ପ୍ରଦେଶ ବିଧାନସଭାରୁ 8 ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହ ସେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ମୁଲାୟମଙ୍କ ବିୟୋଗରେ ଉତ୍ତର ପ୍ରଦେଶରେ ତିନି ଦିନ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯିବ । ମୁଲାୟମଙ୍କ ବିୟୋଗରେ ସାରା ଦେଶରେ ରାଷ୍ଟ୍ରମୁଖ୍ୟମାନଙ୍କର ଶୋକ ପ୍ରକାଶ । ମୁଲାୟମଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀଙ୍କ ଶୋକ ପ୍ରକାଶ । ମୁଲାୟମ୍ ଙ୍କ ବିୟୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ଦୁଃଖ ପ୍ରକାଶ ।

Share :