ବିଷାକ୍ତ କଫ୍ ସିରପ ପିଇ 66 ମୃତ

ବିଷାକ୍ତ କଫ୍ ସିରପ ପିଇ 66 ମୃତ

Share :

ବିଷାକ୍ତ କଫ୍ ସିରପ ପିଇ ମୃତ୍ୟୁ । ବିଷାକ୍ତ କଫ୍ ସିରପ ପିଇ 66 ଜଣ ଶିଶୁଙ୍କ ମୃତ୍ୟୁ । ହରିୟାଣାର ଏକ କମ୍ପାନି ପକ୍ଷରୁ ପ୍ରସ୍ତୁତ ହୋଇଥିବା ବିଷାକ୍ତ କଫ୍ ସିରପ ପିଇ ଗାମ୍ବିଆରେ 66 ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯିବା ପରେ ତଦନ୍ତ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ସେପ୍ଟେମ୍ବର 29 ରେ WHO ଔଷଧ ମହାନିୟନ୍ତ୍ରକଙ୍କୁ ଏନେଇ ଜଣାଇଥିଲା । ଏହାପରେ କେନ୍ଦ୍ରୀୟ ମାନକ ଓ ନିୟନ୍ତ୍ରଣ ସଂଗଠନ ପକ୍ଷରୁ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରା ଯାଇଥିଲା । ହରିୟାଣା ସ୍ଥିତ ସୋନିପତ ଜିଲ୍ଲା କୁଣ୍ଡଲିରେ ଥିବା ମେମର୍ସ ମେଡେନ ଫାର୍ମାସ୍ୟୁଟିକାଲ ଲିମିଟେଡ ପକ୍ଷରୁ ଏହି କଫ୍ ସିରପ ପ୍ରସ୍ତୁତ କରାଯାଇଛି । ସେଠାରୁ କଫ୍ ସିରପର ସାମ୍ପଲ ସଂଗ୍ରହ କରା ଯାଇଛି । ତେବେ କେବଳ ଗାମ୍ବିଆକି ହିଁ ଏହି ସିରପ ରପ୍ତାନୀ କରା ଯାଇଥିବା କମ୍ପାନୀ ତରଫରୁ ପ୍ରକାଶ । ତେବେ WHO ଏହାକୁ ଖଣ୍ତନ କରିବା ସହ ଅନ୍ୟ ପଶ୍ଟିମ ଆଫ୍ରିକୀୟ ଦେଶକୁ ମଧ୍ୟ ପଠା ଯାଇଛି ବୋଲି ଯୁକ୍ତି ବାଢ଼ିଛି । WHO ମୁଖ୍ୟ କହିଛନ୍ତି, ଭାରତରେ ପ୍ରସ୍ତୁତ 4 ଟି କଫ୍ ସିରପ ପିଲାଙ୍କ କିଡନୀରେ ସମସ୍ୟା ସୃଷ୍ଟି କରୁଛି । ସେଥିପାଇଁ ଏହି 66 ଜଣ ପିଲାଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି । ଯେଉଁସବୁ ରାଷ୍ଟ୍ରମାନଙ୍କୁ ଏହି ଓଷଧ ପଠା ଯାଇଛି, ତୁରନ୍ତ ସେସବୁକୁ ପ୍ରତ୍ୟାହାର କରିବାକୁ WHO କହିଛି । ତେବେ ଏହି 4 କଫ ସିରପ ହେଲା କୋଫେକ୍ସମାଲିନ ବେବି କଫ ସିରପ, ମେକଫ ବେବି କଫ ସିରପ, ମ୍ୟାଗ୍ରିପ ଏନ୍ କୋଲ୍ଡ ସିରପ ଓ ପ୍ରୋମେଥାଜିନ ଏରାଲ ସଲ୍ୟୁସନ । କେନ୍ଦ୍ର ଓ ରାଜ୍ୟ ଏଜେନ୍ସି ପକ୍ଷରୁ ଏହି ସଂସ୍ଥା ଉପରେ ଚଢ଼ାଉ କରି ଉତ୍ପାଦନ ବନ୍ଦ କରିବା ସହ ଘଟଣାର ତଦନ୍ତ ଚାଲିଛି । କେନ୍ଦ୍ର ସରକାର ଘଟଣାକୁ ଗୁରୁତ୍ବର ସହ ନେବା ସହ ତୁରନ୍ତ ତଦନ୍ତ ଚାଲୁ କରିଛନ୍ତି ।

Share :