ହାରିବାରୁ ଆରମ୍ଭ

ହାରିବାରୁ ଆରମ୍ଭ

Share :

ସଞ୍ଜୁ ସାମସନ ଓ ଶ୍ରେୟାସ ଆୟରଙ୍କ ଲଢ଼ୁଆ ପାରି ସତ୍ତ୍ବେ ପ୍ରଥମ ଦିନିକିଆରେ ପରାଜୟ ଭୋଗିଛି ଭାରତୀୟ ଦଳ । ପ୍ରଥମ ଦିନିକିଆରେ 9 ରନରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଯାଇଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 40 ଓଭରରେ 4 ୱିକେଟ ବିନିମୟରେ 249 ରନ ସ୍କୋର କରି ପାରିଥିଲା । ଦକ୍ଷିଣ ଆଫ୍ରିକା ତରଫରୁ ହେନେରିକ୍ କ୍ଲାସେଁ ଓ ଡେଭିଡ ମିଲର ଦ୍ରୁତ ଅର୍ଦ୍ଧ ଶତକ ହାସଲ କରି ଦଳକୁ ସମ୍ମାନ ଜନକ ସ୍କୋରରେ ପହଞ୍ଚାଇ ଥିଲେ । ପୁଣିଥରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ବିଫଳ ହୋଇ 12 ବଲରୁ ମାତ୍ର 8 ରନ କରି ବିଦାୟ ନେଇଥିଲେ । ଦଳ ପକ୍ଷରୁ ସର୍ବାଧିକ ରନ ଡେଭିଡ ମିଲର (75) ଓ ହେନେରିକ୍ କ୍ଲାସେଁ (74) କରିଥିଲେ । ଏଇଡେନ ମକରାମ ଶୂନ୍ୟରେ ଆଉଟ ହୋଇଥିବା ବେଳେ କ୍ବିଣ୍ଟନ ଡି କକ୍ 48 ରନ କରିଥିଲେ । ସେବିପରି ଜାନେମନ ମଲାନ 42 ବଲରୁ 22 ରନ କରିଥିଲେ । ଭାରତ ପକ୍ଷରୁ ସର୍ବାଧିକ ରନ ସଞ୍ଜୁ ସାମସନଙ୍କ ନାମରେ ରହିଥିଲେ । ସେ ମାତ୍ର 63 ବଲରୁ 86 ରନ କରି ନଟ ଆଉଟ ରହିଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଶ୍ରେୟାସ ଆୟର ଅର୍ଦ୍ଧ ଶତକ ହାସଲ କରିଥିଲେ । ସେ 37 ବଲରୁ 50 ରନ କରିଥିଲେ । ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ବେଳେ ଡେବ୍ୟୁ କରିଥିବା ରିତୁରାଜ ଗାଏକୱାଡ ଓ ଇଶାନ କିଷନ କିଛି ସମୟ ପାଇଁ ଲଢ଼ିଥିଲେ । ଅଧିନାୟକ ଶିଖର ଧାୱନ ବିଫଳ ହୋଇ 16 ବଲରୁ ମାତ୍ର 4 ରନ କରି ପାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ (3), କୁଲଦୀପ ଯାଦବ (0), ଆଭେସ ଖାନ (3) ଓ ରବି ବିଷ୍ଣୋଇ 4 ରନ କରି ଅପରାଜିତ ଥିଲେ । ଆଗାମୀ ମ୍ୟାଚ 9 ଅକ୍ଟୋବରରେ ଖେଳାଯିବ ।

Share :