ଲିଓ ଟଲଷ୍ଟୟଙ୍କ 15 ମହତବାଣୀ

ଲିଓ ଟଲଷ୍ଟୟଙ୍କ 15 ମହତବାଣୀ

Share :

ଆସନ୍ତୁ ଜାଣିବା ମହାନ ଲେଖକ ଲିଓ ଟଲଷ୍ଟୟଙ୍କର ଚିନ୍ତାଧାରା ସଂପର୍କରେ .. 1. ଆମେ ହାରୁ କାରଣ ହାରିବା ପୂର୍ବରୁ ହିଁ ନିଜକୁ ଏକଥା ଜଣାଇ ସାରିଥାଉ 2. ସମସ୍ତେ ଦୁନିଆକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି, କିନ୍ତୁ କେହି କେବେ ନିଜକୁ ପରିବର୍ତ୍ତନ କରିବା କଥା ଭାବନ୍ତି ନାହିଁ 3. ଗୋଟେ ଯୁବକ ପାଇଁ ଜ୍ଞାନବତୀ ଯୁବତୀର ସଙ୍ଗଠାରୁ କିଛି ଭଲ ବସ୍ତୁ ଏ ଦୁନିଆରେ ନାହିଁ 4. ଦୁଇଟି ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହେଲେ ଧୈର୍ଯ୍ୟ ଓ ସମୟ 5. ଶିକ୍ଷାର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ସ୍ବାଧିନତା, ଆଉ ହାସଲ କରିବାର ଗୋଟିଏ ମାତ୍ର ମାର୍ଗ ହେଉଛି ଅଭିଜ୍ଞତା 6. ଆମେ ପ୍ରେମରେ ନ ପଡ଼ିବା ଯାଏଁ ସୁପ୍ତ ଅବସ୍ଥାରେ ଥାଉ 7. ଜୀବନର ଏକମାତ୍ର ଲକ୍ଷ୍ୟ ହେବା ଉଚିତ, ମାନବତା 8. ଶକ୍ତିଶାଳୀ ଲୋକ ସବୁବେଳେ ସରଳ ଥାଆନ୍ତି 9. ଖୁସି ରହିବାର ପ୍ରଥମ ମାର୍ଗ ହେଉଛି ପ୍ରକୃତି ସହ ଯୋଡ଼ି ହୋଇ ରହିବା 10. ପ୍ରେମ ହିଁ ଜୀବନ, ମୁଁ ଯାହା ମଧ୍ୟ କିଛି ବୁଝି ପାରୁଛି, ତାହା କେବଳ ପ୍ରେମ ପାଇଁ ହିଁ ବୁଝି ପାରୁଛି 11. ଯଦି ଖୁସି ହେବାକୁ ଚାହୁଁଛ, ତେବେ ଖୁସି ହୁଅ 12. ସରକାର ହେୁଛି କିଛି ମଣିଷଙ୍କ ସମଷ୍ଟି, ଯେଉଁ ମଣିଷମାନେ ହିଂସାକୁ ମଣିଷ ବିରୋଧରେ ପ୍ରୟୋଗ କରନ୍ତି 13. ଭାରତ, ଯାହା ମହାନ ବିଶ୍ବାସର ମୂଳବିନ୍ଦୁ ଅଟେ 14. ଯେଉଁଠାରେ ପ୍ରେମ ସମାପ୍ତ ହୁଏ, ସେଠାରୁ ଘୃଣାର ଆରମ୍ଭ ହୁଏ 15. ସମସ୍ତଙ୍କୁ ଭଲ ପାଇବାରେ ହିଁ ଖୁସି ଥାଏ

Share :