ସାହିତ୍ୟରେ ନୋବେଲ

ସାହିତ୍ୟରେ ନୋବେଲ

Share :

ସାହିତ୍ୟରେ ଘୋଷଣା ହେଲା ନୋବେଲ ପୁରସ୍କାର । ଚଳିତ ଥର ସାହିତ୍ୟରେ ନୋବେଲ ପାଇଛନ୍ତି ଫରାସୀ ଲେଖିକା ଆନ୍ନି ଏର୍ନକ୍ସ । ନିଜର କୃତି କରେଜ ଆଣ୍ତ୍ କ୍ଲିନିକାଲ ଆକ୍ୟୁଇଟି (Courage and clinical acuity) ପାଇଁ ନୋବେଲ ପାଇଛନ୍ତି ଆନ୍ନି । ଷ୍ଟକହୋମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରା ଯାଇଛି । ସର୍ବ ସମ୍ମତି କ୍ରମେ ଆନ୍ନିଙ୍କ ନାମରେ ମୋହର ଲଗାଇଛି ନୋବେଲ କମିଟି । କରେଜ ଆଣ୍ତ କ୍ଲିନିକାଲ ଆକ୍ୟୁଇଟିରେ ବ୍ୟକ୍ତିଗତ ସ୍ମୃତିର ପ୍ରଣାଳୀ, ପ୍ରତିବନ୍ଧକକୁ ଉଜାଗର କରା ଯାଇଛି । ଆନ୍ନି ଜଣେ ମୁକ୍ତି ପ୍ରେମୀ ଭାବେ ପରିଚିତ । ସେ ସବୁବେଳେ ମୁକ୍ତିଚିନ୍ତାରେ ବିଶ୍ବାସ ରଖନ୍ତି ବୋଲି ନୋବେଲ କମିଟି ତରଫରୁ ପ୍ରକାଶ । ତାଙ୍କ ସାହିତ୍ୟ ନିହାତି ସରଳ ଭାବରେ ଲେଖା ଯାଇଥାଏ । ସମସ୍ତେ ବୁଝି ପାରିବା ଭଲି ସାହିତ୍ୟ ଲେଖନ୍ତି ସେ । ଏଣୁ ତାଙ୍କୁ ନୋବେଲ ପୁରସ୍କାର ଦିଆଯିବ ବୋଲି କମିଟି ତରଫରୁ ପ୍ରକାଶ ।

Share :