ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

Share :

ଭାରତର ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ମୁମ୍ବାଇରୁ ଅହମଦାବାଦ ଯିବା ରାସ୍ତାରେ ଦୁର୍ଘଟଣା । ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ଦୁର୍ଘଟଣା ପାଇଁ ପାଖାପାଖି 20 ମିନିଟ ଧରି ଅଟକି ରହିଥିଲା ଟ୍ରେନ । ଏହା ପରେ ପୁଣିଥରେ ଗନ୍ତବ୍ୟ ପଥ ଅଭିମୁଖେ ବାହାରି ଯାଇଛି ଟ୍ରେନଟି । ଆଜି ଦିନ 11.18 ମିନିଟ ସମୟରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଖବର ଲେଖା ହେବାଯାଏଁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳି ପାରିନାହିଁ । ଟ୍ରେନଟି ଗାଇଗୋଠ ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ଏହି ବନ୍ଦେ ଭାରତ ଏକ୍ସପ୍ରେସକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମ୍ବର 30 ରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ହୋଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ ନୂଆଦିଲ୍ଲୀ - ବାରାଣାସୀ ଓ ନୂଆଦିଲ୍ଲୀ - କଟରା ମଧ୍ୟ ଯାତାୟାତ କରୁଛି । ଊାରତର ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ ଘଣ୍ଟା ପ୍ରତି 180 ରୁ 200 କିମି ବେଗରେ ଯିବାର କ୍ଷମତା ରଖେ ।

Share :