ଲକ୍ଷ୍ୟ ବିଶ୍ବ ବିଜୟ

ଲକ୍ଷ୍ୟ ବିଶ୍ବ ବିଜୟ

Share :

ଗୁରୁବାର ବିଳମ୍ବିତ ରାତିରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଗାମୀ ଆଇସିସି ପୁରୁଷ ଟି -20 ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି । ଗତ ବର୍ଷ ସେମିଫାଇନାଲରେ ବିଫଳ ହେବା ପରେ ପ୍ରଥମ ସଂସ୍କରଣ (2007) ଚାମ୍ପିଅନ୍ ନିହାତି ଭାବେ ଚଳିତ ବର୍ଷ ମୁକୁଟ ଜିତିବାକୁ ଚାହିଁବେ । ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ଲଗାତାର ଭାବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମନୋବଳକୁ ଦୃଢ଼ କରିଛି । ବିସିସିଆଇର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ସରେ ଟି-୨୦ ବିଶ୍ୱକପ ଅଭିମୁଖେ ଯାଉଥିବା ଟିମ୍ ଇଣ୍ଡିଆର ଫଟୋ ପୋଷ୍ଟ ହୋଇଛି । ଘରୋଇ ମାଟିରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଟି-୨୦ ସିରିଜ୍ ଜିତି ପାିଛି ସତ, ତେବେ ଅଷ୍ଟ୍ରେଲିଆ ମାଟିରେ ବିଶ୍ୱକପ ଜିତିବା ଭାରତୀୟ ଦଳ ପାଇଁ ଆହ୍ବାନ ଭରା ରହିବ । ଭାରତୀୟ ଦଳର ବ୍ୟାଟିଂ ଭଲ ନଜର ଆସୁଥିବା ବେଳେ, ବୋଲିଂ ଅଧିନାୟକଙ୍କ ନିଦ ହଜାଇ ଦେଇଛି । ବିଶ୍ବକପ ଜିତିବାକୁ ହେଲେ ସମସ୍ତ ତିନୋଟି ବିଭାଗରେ ଭଲ ପ୍ରଦର୍ଶନ କରିବା ଆବଶ୍ୟକ । ଡେଥ୍ ବୋଲିଂ ଦଳ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି । ଜଶପ୍ରୀତ ବୁମରା ବାଦ୍ ପଡ଼ିବା ଦ୍ବାରା ଦଳ ନିହାତି ଭାବରେ ଚିନ୍ତାର ପଡ଼ି ଯାଇଛି । ଜଶପ୍ରୀତଙ୍କ ଜାଗାରେ ମହମ୍ମଦ ଶମୀ କିମ୍ବା ଦୀପକ ଚହରଙ୍କୁ ଦଳରେ ସ୍ଥାନ ମିଳିପାରେ । ସର୍ବୋପରି ଦଳଗତ ଭଲ ପ୍ରଦର୍ଶନ କଲେ ହିଁ ଦଳ ବିଶ୍ବକପ ଜିତି ପାରିବ ।

Share :