ସିରିଜ ଜିତିଲା ଭାରତ

ସିରିଜ ଜିତିଲା ଭାରତ

Share :

ଇନ୍ଦୋରରେ ଭାରତର ପରାଜୟ । 49 ରନରେ ପରାଜୟ ଭୋଗିଲା ଭାରତ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ତୃତୀୟ ଟି - ଟ୍ୱେଣ୍ଟିକୁ ଦକ୍ଷିଣ ଆଫ୍ରିକା ଜିତି ନେଇଛି । ଏହି ହାଇସ୍କୋରିଂ ମ୍ୟାଚ୍ ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି 178 ରନରେ ଅଲ ଆଉଟ୍ ହୋଇ ଯାଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ 228 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । ଟସ୍ ଜିତି ଭାରତ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଅମାତ୍ରଣ ଦେଇଥିଲା । ଅଧିନାୟକ ଫେଲ୍ ହେବା ସତ୍ତ୍ୱେ କ୍ଵିଣ୍ଟନ ଡି କକ୍ ଓ ରିଲେ ରସୋ ବଢ଼ିଆ ପାରି ଖେଳିଥିଲେ । ଡି କକ୍ 43 ବଲରୁ 68 ରନ କରିଥିଲେ । ରିଲେ ରସୋ 48 ବଲରେ 100 ରନର ପାଳି ଖେଳିଥିଲେ । ଜବାବରେ ଭାରତ 178 ରନରେ ସୀମିତ ହୋଇ ଯାଇଥିଲା । ଭାରତ ତରଫରୁ କେବଳ ଦିନେଶ କାର୍ତ୍ତିକ 46 ରନ କରି ପାରିଥିଲେ । ତେବେ ଏହି ମ୍ୟାଚ୍ ହାରିବା ସତ୍ତ୍ୱେ ଭାରତ 2-1 ରେ ସିରିଜ୍ ଜିତି ନେଇଛି ।

Share :