ଆଜି RSS ର ପ୍ରତିଷ୍ଠା ଦିବସ

ଆଜି RSS ର ପ୍ରତିଷ୍ଠା ଦିବସ

Share :

ଆଜି ହେଉଛି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରତିଷ୍ଠା ଦିବସ । ଏହି ଅବସରରେ ସଂଘର ମୁଖ୍ୟ ମୋହନ ଭାଗବତ ନାଗପୁରଠାରେ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ । ବିଜୟାଦଶମୀ ଅବସରରେ ନାଗପୁରଠାରେ ଶସ୍ତ୍ର ପୂଜାର ଆୟୋଜନ କରାଯାଇଛି । ଶସ୍ତ୍ର ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ଭାଗବତ କହିଛନ୍ତି, ଶକ୍ତି ହେଉଛି ଶାନ୍ତି ଓ ଶୁଭର ଆଧାର । ସମାଜରେ ମନ୍ଦିର, ପାଣି ଓ ମଶାଣି ସମସ୍ତଙ୍କ ପାଇଁ ଏକ ରହିବା ଆବଶ୍ୟକ । ମୋହନ ଭାଗବତ ଏହା ମଧ୍ୟ କହିଛନ୍ତି, ଭାରତ ନାରୀଙ୍କୁ ଜଗତଜନନୀ ଭାବରେ ପୂଜା କରେ । କିନ୍ତୁ ସେମାନଙ୍କୁ ପୂଜା ଘର ଭିତରେ ବନ୍ଦ କରି ରଖିଦେଉ, ଯାହା ବିଲକୁଲ ମଧ୍ୟ ଠିକ ନୁହେଁ । ମାତୃଶକ୍ତିକୁ ନିଜ ପରିବାର ମଧ୍ୟରେ ହିଁ ଆରମ୍ଭ କରିବାକୁ ମୋହନ ଆହ୍ବାନ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ନାରୀମାନଙ୍କୁ ନିଜର ନିଷ୍ପତ୍ତି ନିଜେ ନେବାର ଅଧିକାର ରହିଛି । ପୁରା ବିଶ୍ବରେ ଭାରତର ପ୍ରତିଷ୍ଠା ବଢ଼ୁଛି । ଏହି ଅବସରରେ ଶ୍ରୀଲଙ୍କାକୁ ଦିଆ ଯାଇଥିବା ଆର୍ଥିକ ସହାୟତା କଥା ମଧ୍ୟ ମନେ ପକାଇ ଥିଲେ ମୋହନ ଭାଗବତ । ରାଷ୍ଟ୍ରୀୟ ସୁରକ୍ଷାରେ ଆମେ ସବୁବେଳେ ସଫଳ ହୋଇ ରହି ଆସୁଛୁ ବୋଲି କହିଥିଲେ ମୋହନ । ଦଶହରା ଅବସରରେ ନିଜ ଭିତରେ ଥିବା ଈର୍ଷା, ଦ୍ୱେଷ ତଥା ଗ୍ଲାନିକୁ ସମାପ୍ତ କରିବାକୁ ଆହ୍ବାନ କରିଥିଲେ । ସେହିପରି ଚାକିରୀ ଓ ଜନସଂଖ୍ୟାକୁ ନେଇ ମଧ୍ୟ RSS ମୁଖ୍ୟ କହିଥିଲେ, ସରକାର, ପ୍ରାଇଭେଟ୍ କମ୍ପାନୀ ସହ ମିଶି 10 ରୁ 20 ପ୍ରତିଶତ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ଆବଶ୍ୟକ । ଏହି ଅବସରରେ ସେ ଷ୍ଟାର୍ଟ ଅପ୍ କମ୍ପାନୀ ଖୋଲିବା ଉପରେ ଜୋର୍ ଦେଇଥିଲେ । ଜନସଂଖ୍ୟାକୁ ନେଇ ମୋହନ କହିଛନ୍ତି, ଏହା ବୋଝ ହେଲେ ମଧ୍ୟ ସଠିକ୍ ଭାବରେ ବିନିଯୋଗ କଲେ ସାଧନ ହୋଇ ପାରିବ ।

Share :