ଶ୍ରୀରାମ ସମସ୍ତଙ୍କର, କିନ୍ତୁ ଏପରି ଗ୍ରହଣୀୟ ନୁହେଁ

ଶ୍ରୀରାମ ସମସ୍ତଙ୍କର, କିନ୍ତୁ ଏପରି ଗ୍ରହଣୀୟ ନୁହେଁ

Share :

ଗତ ସପ୍ତାହରେ ରିଲିଜ ହୋଇଥିବା ଫିଲ୍ମ ଆଦିପୁରୁଷକୁ ନେଇ ବିବାଦ ଦେଖା ଦେଇଛି । ଫିଲ୍ମଟିରେ ଅତ୍ୟଧିକ VFX ku କେତେକ ପସନ୍ଦ କରିଥିବା ବେଳେ ଆଉ କେତେକ ନାପସନ୍ଦ କରିଛନ୍ତି । ବ୍ୟକ୍ତିଗତ ଆସ୍ଥା ଓ ବିଶ୍ୱାସ ଉପରେ କୁଠାରଘାତ ନକରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । କେତେକଙ୍କୁ ରାବଣର ଚରିତ୍ରରେ ଅଭିନୟ କରିଥିବା ସୈଫ୍ ଅଲ୍ଲୀ ଖାଁଙ୍କ ଲୁକ୍ କୁ ନେଇ ଆପତ୍ତି ଉଠାଇ ଥିବା ବେଳେ ଆଉ କେତେକ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ବାହୁବଳୀ ଫେମ୍ ପ୍ରଭାସଙ୍କ ଲୁକକୁ ନେଇ ଆପତ୍ତି ଉଠାଇଛନ୍ତି । ଏଥିରେ ବର୍ତ୍ତମାନ ସାମିଲ୍ ହୋଇଛନ୍ତି ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଅଭିନେତା । ଲକ୍ଷ୍ମଣ ଉର୍ଫ୍ ସୁନିଲ ଲାହିଡ କହିଛନ୍ତି, ରାମଙ୍କ ଉପରେ କାହାର ମଧ୍ୟ କପି ରାଇଟ ନାହିଁ । ତେବେ ରାମଙ୍କୁ ନେଇ ଲୋକଙ୍କ ମଧ୍ୟରେ ଗୋଟେ ଧାରଣା ରହି ଆସିଛି । ତେଣୁ ରାମଙ୍କ ଚରିତ୍ରକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଠିକ ନୁହେଁ । କିନ୍ତୁ ଫିଲ୍ମ ନିର୍ମାତାଙ୍କୁ ଏହା ଧ୍ୟାନରେ ରଖିବା ଆବଶ୍ୟକ ଯେ, ଏହି ଯେମିତି କୌଣସି ସମ୍ପ୍ରଦାୟର ମନୋଭାବକୁ ଆଘାତ ନପହଞ୍ଚାଏ । କାହାର ମଧ୍ୟ ଆସ୍ଥା ଓ ବିଶ୍ୱାସ ସହ ଖେଳିବା ଉଚିତ୍ ନୁହେଁ । ରାମାୟଣ ଏକ ଶିକ୍ଷଣୀୟ କଥା, ଏହାର ମଜା କରିବା ଠିକ ନୁହେଁ । ସେ ଏହା ମଧ୍ୟ କହିଛନ୍ତି ଯେ, ଆଗରୁ ସେ ଟିଜର ଦେଖି ନଥିଲେ । ବର୍ତ୍ତମାନ ଦେଖିବା ପରେ ସେ ଏତିକି କହିପାରିବେ, ଫିଲ୍ମ ନିର୍ମାତା କିଛି ଅଲଗା ଉପାୟରେ ଶ୍ରୀରାମଙ୍କ ଚରିତ୍ରକୁ ଉପସ୍ଥାପନ କରିବାକୁ ଚାହୁଛନ୍ତି । ଅଲଗା କରି ନିର୍ମାଣ କରିବାରେ କିଛି ଖରାପ ନାହିଁ, ତେବେ ଏହା ଲୋକଙ୍କର ଧାର୍ମିକ ଭାବନାକୁ ଯେପରି ଆଘାତ ନପହଞ୍ଚାଏ ଧ୍ୟାନରେ ରଖିବା ଆବଶ୍ୟକ । ଆଦିପୁରୁଷକୁ ନେଇ ରାମାୟଣ ମରା ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିୟା କହିଛନ୍ତି, ରାମଙ୍କ ଭଳି ଏକ ବଳିଷ୍ଠ ଚରିତ୍ରକୁ VFX ସହ ଯୋଡିବା ଉଚିତ୍ ନୁହେଁ । ରାମାୟଣ ଏକ ସତ୍ୟ ଓ ସାତ୍ୱିକ କାହାଣୀ । ବାଲ୍ମିକୀ ଓ ତୁଳସୀ ଦାସ ଯେପରି ଗ୍ରନ୍ଥ ରଚନା କରିଛନ୍ତି, ତାହାର ପରିବର୍ତ୍ତନ ଗ୍ରହଣୀୟ ନୁହେଁ । ଆମ ଦେଶର ଏହା ଏକ ଗର୍ବ ହୋଇଥିବାରୁ ରାମାୟଣ ସହ କିଛି ମଧ୍ୟ ଭୁଲ କରିବା ଠିକ୍ ନୁହେଁ ।

Share :