ବଲାଙ୍ଗୀର ବିପିସିଏଲ୍ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ ୨୭ରେ

ବଲାଙ୍ଗୀର ବିପିସିଏଲ୍ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ ୨୭ରେ

Share :

ଭୁବନେଶ୍ୱର, ୨୨ ଡିସେମ୍ୱର ୨୦୧୯- ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନସ୍ଥ ମହାରନି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼୍ (ବିପିସିଏଲ୍) ପକ୍ଷରୁ ଓଡ଼ିଶାର ବଲାଙ୍ଗୀର ଜିଲା ବରକାନିଠାରେ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଖୋର୍ଦ୍ଧାଠାରେ ବିପିସିଏଲ୍ର ଅନ୍ୟ ଏକ ବଟଲିଂ ପ୍ଲାଣ୍ଟ ରହିଛି। ବଲାଙ୍ଗୀରରେ ନିର୍ମାଣ ହୋଇଥିବା ବିପିସିଏଲ୍ର ଏହି ନୂତନ ବଟଲିଂ ପ୍ଲାଣ୍ଟ ରାଜ୍ୟରେ ହେବ ଦ୍ୱିତୀୟ ପ୍ଲାଣ୍ଟ। ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀଠାରେ ତୈଳ ବିପଣନ କମ୍ପାନୀଗୁଡ଼ିକର ଏଲ୍ପିଜି ବଟଲିଂ ପ୍ଲାଣ୍ଟ ରହିଛି। ୨୦୧୪ ରେ ବଟଲିଂ କ୍ଷମତା ୧.୪୮ କୋଟି ସିଲିଣ୍ଡର ଥିବାବେଳେ, ୨୦୧୯ରେ ବର୍ତ୍ତମାନ ଏହା ୨.୯୬ କୋଟି ସିଲିଣ୍ଡର ରହିଛି। ବଲାଙ୍ଗୀରଠାରେ ପ୍ରସ୍ତାବିତ ବଟଲିଂ ପ୍ଲାଣ୍ଟ ବ୍ୟତୀତ ତୈଳ ବିପଣନ କମ୍ପାନୀଗୁଡ଼ିକ ଖୋର୍ଦ୍ଧା ଓ ରାୟଗଡ଼ାଠାରେ ନୂତନ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଯୋଜନା ରଖିଛନ୍ତି। ଏହି ନୂତନ ପ୍ଲାଣ୍ଟଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ଓଡ଼ିଶାର ମୋଟ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ସଂଖ୍ୟା ୭ ରେ ପହଞ୍ଚିବ। ଏହି ୭ଟି ବଟଲିଂ ପ୍ଲାଣ୍ଟର ବାର୍ଷିକ କ୍ଷମତା ୪.୦୬ କୋଟି ସିଲିଣ୍ଡର ହେବ। ୨୦୧୮ ମେ ୨୧ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଏଲ୍ପିଜି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ଲାଣ୍ଟ ରେକର୍ଡ଼ ୧୯ ମାସରେ ସମ୍ପୂର୍ଣ୍ଣ ହୋଇଛି ଏବଂ ଆସନ୍ତା ୨୭ ଡିସେମ୍ୱର ୨୦୧୯ରେ ଭାରତ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିୟା ନାଇଡ଼ୁ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ। ଏହି ଅବସରରେ ପ୍ରଫେସର ଗଣେଶୀ ଲାଲ, ରାଜ୍ୟପାଳ, ଓଡ଼ିଶା, ଶ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ସାଂସଦ, ବଲାଙ୍ଗୀର, ଶ୍ରୀଯୁକ୍ତ ନରସିଂହ ମିଶ୍ର, ବିଧାୟକ, ବଲାଙ୍ଗୀର ଏବଂ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସମେତ ବିପିସିଏଲ୍ର ଅଧିକାରୀଗଣ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ବିପିସିଏଲ୍ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିପିସିଏଲ୍ର ବରି ଅଧିକାରୀମାନେ ଯେପରିକି ଶ୍ରୀ ସଞ୍ଜୟ ଶର୍ମା, ରାଜ୍ୟ ମୁଖ୍ୟ, ଏଲପିଜି, ଓଡ଼ିଶା ଏବଂ ଝାରଖଣ୍ଡ, ଶ୍ରୀ ଅତୁଲ କୁମାର, ଆଞ୍ଚଳିକ ଏଲପିଜି ପ୍ରବନ୍ଧକ, ପୂର୍ବ, ଶ୍ରୀ ସୁବୁଦ୍ଧି କେଭିଆର୍, ଡିଜିଏମ୍, ଇଂଜିନିୟରିଂ (ଇ ଆଣ୍ଡ ପି), ପୂର୍ବ ଓ ଶ୍ରୀ ଏସ ଏସ ସୁନ୍ଦରରାଜନ, ଡିଜିଏମ (ବ୍ରାଣ୍ଡ ଓ ଲୋକସମ୍ପର୍କ) ପ୍ରମୁଖ ଘୋଷଣା କରିଥିଲେ। ଜୁନ ୨୦୧୪ରେ ଓଡ଼ିଶାରେ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷ ଥିଲା ଏବଂ ୨୦୧୯ ରେ ଏଥିରେ ବୃଦ୍ଧି ଘଟି ୮୮.୧୦ ଲକ୍ଷରେ ପହଞ୍ଚିଛି ଯାହା କି ଏହି ସମୟ ମଧ୍ୟରେ ଉପଭୋକ୍ତାଙ୍କ ସଂଖ୍ୟାକୁ ୩୩୫.୭୧ ପ୍ରତିଶତ ବୃଦ୍ଧି ଘଟାଇଛି। ଗତବର୍ଷ ଓଡ଼ିଶାର ଏଲ୍ପିଜିର ଆବଶ୍ୟକତା ୪୫୪.୩ ଟିଏମ୍ଟି (ହଜାର ମେଟ୍ରିକ ଟନ୍) ଥିଲାବେଳେ ୨୦୨୦ ସୁଦ୍ଧା ୬୧୦ ଟିଏମ୍ଟି (ମେଟ୍ରିକ ଟନ୍)ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ରାଜ୍ୟରେ ଏଲ୍ପିଜି ବ୍ୟବହାର ଜୁନ ୨୦୧୪ରେ ୨୦ ପ୍ରତିଶତରୁ ବୃଦ୍ଧି ଘଟି ୮୧.୩ ପ୍ରତିଶତରେ ପହଞ୍ଚିଛି ରାଜ୍ୟ ରେ ଏଲ୍ପିଜି ବ୍ୟବହାରରେ ୬୧.୩ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟରେ ବିତରକଙ୍କ ସଂଖ୍ୟା ଜୁନ ୨୦୧୪ରେ ୩୬୭ରୁ ବୃଦ୍ଧି ଘଟି ୨୦୧୯ ସୁଦ୍ଧା ୯୩୨ ରେ ପହଞ୍ଚିଛି ଏବଂ ଗତ ୪ ବର୍ଷରେ ୫୬୫ ନୂତନ ବିତରକ ସାମିଲ ହୋଇଛନ୍ତି ଯାହା କି ୧୫୪ ପ୍ରତିଶତ ବୃଦ୍ଧି ଘଟିଛି)। ତୈଳ ବିପଣନ କମ୍ପାନୀମାନଙ୍କ ମଧ୍ୟରେ କେବଳ ବିପିସିଏଲ୍ର ୨୧.୫୯ ଲକ୍ଷ ଉପଭୋକ୍ତା ଅଛନ୍ତି ଯେଉଁମାନେ କି ବାର୍ଷିକ ୭୮ ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି। ୨୦୨୦ ସୁଦ୍ଧା ଏହା ୧୦୫ ଲକ୍ଷ ସିଲିଣ୍ଡରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଏଲ୍ପିଜି ଚାହିଦା ବୃଦ୍ଧି ପାଉଥିବାରୁ ଏକ ନୂତନ ବଟଲିଂ ପ୍ଲାଣ୍ଟ ସ୍ଥାପନ କରିବାର ଆବଶ୍ୟକତା ଥିଲା ଏବଂ ଯୋଗାଯୋଗ ଉପାଦେୟତା ରହିଥିବାରୁ ଐତିହାସିକ ସହର ବଲାଙ୍ଗୀରକୁ ଉପଯୁକ୍ତ ଦର୍ଶାଇ ଏଠାରେ ନୂତନ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ବଲାଙ୍ଗୀର ରେଳଷ୍ଟେସନଠାରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ ବରକାନି ଗ୍ରାମରେ ଏହି ଏଲ୍ପିଜି ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏହି ପ୍ଲାଣ୍ଟ ୨୩ ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ କରାଯାଇଛି ଏବଂ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବାର କ୍ଷମତା ରହିଛି। ଏହି ପ୍ଲାଣ୍ଟରେ ୨୪ଟି ବୈଦ୍ୟୁତିକ କାର୍ଭୈାସେଲ ଷ୍ଟେସନ, ୧୮୫୩ କିଲୋଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି, ଗ୍ୟାସ୍ ଭର୍ତ୍ତି କରାଯାଉଥିବା ସ୍ଥାନ ସମେତ ଭର୍ତ୍ତି ସିଲିଣ୍ଡର ରହିବା ସ୍ଥାନ ଏବଂ ୮ଟି ବେ-ଟ୍ୟାଙ୍କ ଲରୀ ଡିକ୍ୟାଣ୍ଟେନେସନ ଗ୍ୟାଣ୍ଟ୍ରି ଏବଂ ୩ଙ୍ଘ୩୦୦ ଏମ୍ଟି (ମେଟ୍ରିକ ଟନ୍) କ୍ଷମତା ବିଶିଷ୍ଟ କଣ୍ଟେନର ଆଦି ଭଳି ସୁବିଧା ରହିଛି। ଏହି ପ୍ଲାଣ୍ଟ ୨୦୨୦ ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବା ବଲାଙ୍ଗୀରର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାର ୧୪ଟି ଜିଲା: ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ନୂଆପଡ଼ା ଜିଲାର ଉପଭୋକ୍ତାଙ୍କୁ ଏଲ୍ପିଜି ସିଲିଣ୍ଡର ଯୋଗାଣ କରିବ।

Share :