ସାମ୍ୱିଧାନିକ ଅଧିକାର ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ୱାନ

ସାମ୍ୱିଧାନିକ ଅଧିକାର ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ୱାନ

Share :

ଭୁବନେଶ୍ୱର, ତା- ୦୬.୧୨.୨୦୧୯ ଓଡ଼ିଶାର ଜନସଂଖ୍ୟାର ୯୬ ପ୍ରତିଶତ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ଜନସାଧାରଣ ବାବାସାହେବ ଡ଼. ଭୀମରାଓ ଆମ୍ୱେଦକରଙ୍କ ପ୍ରଣୀତ ସମ୍ୱିଧାନ ପ୍ରଦତ୍ତ ନ୍ୟାଯ୍ୟ ଅଧିକାର ହାସଲ ପାଇଁ ଏ୍ୟ୍ଭକ୍ୟବଦ୍ଧ ସଂଗ୍ରାମ କରିବାକୁ ଭୁବନେଶ୍ୱରରେ ଆୟୋଜିତ ବାବାସାହେବଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବକ୍ତାମାନେ ଆହ୍ନାନ ଜଣାଇଛନ୍ତି। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଇଡ଼କଲ ଭବନରେ ଆୟୋଜିତ ""ସମ୍ୱିଧାନ ଏବଂ ଆଦିବାସୀ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ଅଧିକାର'' ଶୀର୍ଷକ ଆଲୋଚନା ଚକ୍ରରେ ମୂଖ୍ୟବକ୍ତା ଭାବରେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରତ୍ନଗର୍ଭା ଓଡ଼ିଶାର ପ୍ରକୃତ ସମ୍ପଦର ମାଲିକ ଦଳିତ, ଆଦିବାସୀ, ପଛୁଆବର୍ଗ ଏବେ ସର୍ବହରା ସାଜି ଶୋଷଣର ଶୀକାର ହେଉଥିବା ବେଳେ ମୁଷ୍ଟମେୟ ହାତଗଣତି ପରିବାର ସାରା ରାଜ୍ୟକୁ ଅବିରତ ଲୁଟିଚାଲିଛନ୍ତି ବୋଲି କହିଥିଲେ। ଏମାନଙ୍କର ଲୁଟ ଓ ଶୋଷଣର ଶୀକାର ହୋଇଥିବା ୯୬ ଭାଗ ଲୋକେ ବଞ୍ଚିବାର ରାହା ଖୋଜିବା ବିଡ଼ମ୍ୱନାର ବିଷୟ। ଖଣି-ଖାଦାନ ଓ ଜଙ୍ଗଲର ମାଲିକ ତଥା ସୁରକ୍ଷାକତ୍ତାର୍ ଆଦିବାସୀ ଗୃହ ହୀନ ହୋଇ ଘରଡ଼ିହ ଖଣ୍ଡେପାଇଁ ତହସିଲ ଅଫିସକୁ ଦଉଡ଼ିବାକୁ ପଡ଼ୁଛି। ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ଦଳିତ ଚ଼ାଷୀପୁଅ, ପଛୁଆବର୍ଗର କୁମ୍ଭାର, ତେଲି, ତନ୍ତି, ଗୁଡ଼ିଆ, ପାଟରା, ଗୋପଳ ମାନେ ଜାତି ପ୍ରମାଣପତ୍ର ପାଇଁ ହନ୍ତସନ୍ତ ହେଉଛନ୍ତି। ସମ୍ୱିଧାନରେ ସ୍ପଷ୍ଟ ଉଲ୍ଲେଖଥିଲେ ମଧ୍ୟ ଆଦିବାସୀ ଓ ଦଳିତ ମାନଙ୍କୁ ଚ଼ାକିରୀ କ୍ଷେତ୍ରରେ ୩୮ଞ୍ଝ ସଂରକ୍ଷଣ ମିଳୁନାହିଁ କି ପଛୁିଆବର୍ଗକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଦ୍ଭୈା ସଂରକ୍ଷଣର ସୁବିଧା ମିଳୁନାହୁଁ। ଏହା ୯୬ଞ୍ଝ ଲୋକଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର। ଆଜି ଭାରତବର୍ଷରେ ପ୍ରତି ନାଗରିକକୁ ତାହାର ନାଗରିକତ୍ୱ ପ୍ରମାଣ ଦେଲାଭଳି ଅବସ୍ଥା କେନ୍ଦ୍ରସରକାର ସୃଷ୍ଟିକରିବା ସମ୍ୱିଧାନର ଅବମାନନା ଓ ସମ୍ୱିଧାନର ପ୍ରଣେତା ଡ଼. ଆମ୍ୱେଦକରଙ୍କ ପ୍ରତି ଚରମ ଅପମାନ। ରାଜ୍ୟର ଖଣି-ଖାଦାନକୁ ବୃହତ ଶିଳ୍ପପତି ଓ ପୁଞ୍ଜିପତିଙ୍କୁ ସାଗ-ମାଛଦରରେ ଟେକିଦବାରୁ ସରକାର ନିବୃତ ରହିବାକୁ ଶ୍ରୀ ଜେନା ଚେତାବନି ଦେଇଥିଲେ। ରଜ୍ୟକୁ ମଦମୟ କରିବା ନୀତିକୁ ଶ୍ରୀ ଜେନା ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟର ୯୬ଞ୍ଝ ଲୋକଙ୍କର ଅବସ୍ଥାରେ ପରିବର୍ତ୍ତନ ନହେଲେ ରାଜ୍ୟରେ ପରିବର୍ତ୍ତନ ଅସମ୍ଭବ। ଆଜିର ଦିନରେ କୋରାପୁଟର, ମୟୂରଭଞ୍ଜ, ସୁନ୍ଦରଗଡ଼ ଆଦିବାସୀ ଭାଇ-ଭଉଣିଙ୍କଠାରୁ ଆରମ୍ଭକରି ଉପକୁଳ ଅଞ୍ଚଳର ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲଘୁ ଭାଇ-ଭଉଣି ଏକାଠି ହୋଇ ନିଜର ଅଧିକାର ପାଇଁ ଏହି ପରିବର୍ତ୍ତନର ଲଡେ଼ଇରେ ସାମିଲ ହୋବକୁ ଆହ୍ୱାନ ଜଣେଇଥିଲେ। ସମ୍ମାନିତ ଅତିଥି ପୁର୍ବତନ ମୁଖ୍ୟଶାସନ ସଚିବ ତଥା କୃଷି ବିଶ୍ୱବିଦ୍ୟଳୟର ପ୍ରାକ୍ତନ କୁଳପତି ଶ୍ରୀ ସହଦେବ ସାହୁ ମୁଷ୍ଟିମେୟ ଉଚ୍ଚବର୍ଗର ରାଜନେତା ଓ ପ୍ରଶାସକ ୭୩ ବର୍ଷକାଳ ସଂଖ୍ୟା ଗରିଷ୍ଠଙ୍କୁ ଶୋଷଣ କରିବା ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ। ମାତ୍ର ୭ ମାସକାଳ ତାଙ୍କୁ ମୁଖ୍ୟଶାସନ ସଚିବ ପଦରେ କାର୍ଯ୍ୟକରିବାକୁ ଦିଆଯାଇଥିଲା। ସମ୍ୱିଧାନିକ ବ୍ୟବସ୍ଥାସତ୍ୱେ ଖାଲିଥିବା ସରକାରି ପଦ ପଦବିରେ ଉଚ୍ଚବର୍ଗର ଅଯୋଗ୍ୟ ପ୍ରାର୍ଥି ମାନଙ୍କୁ ନିଯୁକ୍ତି, ପଦୋନ୍ନି, ପୁନଃନିଯୁକ୍ତି ଦିଆଯାଉଛି। କାରଣ ଆମେ ସଂଖ୍ୟାଧିକ ଲୋକେ ଏକାଠି ନାହୁଁ। ବରିଷ୍ଠ ସାମ୍ୱାଦିବ ରବି ଦାସ, ବିଧାୟକ ମକରନ୍ଦ ମୁଦୁଲି, ପୂବତନ ବିଧାୟକ ରାଧାକାନ୍ତ ସେଠି, ନାରାୟଣ ରେଡ଼ି, ଦେବି ଚ଼ାନ୍ଦ, ପ୍ରଫେସର ପଙ୍କଜ ନାୟକ, ପୁର୍ବତନ ସାଂସନ୍ଦ ରବି ପାଣି, ଡ଼. ଇଶ୍ୱର ନାୟକ, ନିଶିକାନ୍ତ ମହାପାତ୍ର, ନାରିନେତ୍ରୀ ଉର୍ମିଳା ମାଝି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଲୋଚନା ଚକ୍ରରେ ସାମାଜିକ ନ୍ୟାୟ ଅଭିଯାନର ଆବାହକ ଶ୍ରୀ ଅକ୍ଷୟ କୁମାର ମଲିକ ପୌରୋହିତ୍ୟ କରିଥିଲେ ଓ ଅନ୍ୟତମ ଆବାହକ ଦୋବୀ ପ୍ରସାଦ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବାବା ସାହେବଙ୍କ ଫୋଟଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଆଗାମୀ ଦିନରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ରାଜ୍ୟବ୍ୟାପି ଜନ ସଂଯୋଗ ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବିପୁଳ କରତାଳି ମଧ୍ୟରେ ଶ୍ରୀ ଶ୍ରୀକାନ୍ତ ଜେନା ଘୋଷଣା କରିଥିଲେ।

Share :