ନାଲ୍‌କୋର ନୂଆ ସିଏମଡି ଶ୍ରୀଧର ପାତ୍ର

ନାଲ୍‌କୋର ନୂଆ ସିଏମଡି ଶ୍ରୀଧର ପାତ୍ର

Share :

ଭାରତ ସରକାରଙ୍କ ଅଧୀନସ୍ତ ନବରତ୍ନ କମ୍ପାନୀ ନ୍ୟାସନାଲ ଆଲୁମିନମ କମ୍ପାନୀ ବା ନାଲ୍‌କୋର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ହେବେ ଶ୍ରୀଧର ପାତ୍ର। ଭାରତ ସରକାରଙ୍କ ସାଧାରଣ ଉଦ୍ୟୋଗ ଚୟନ ପରିଷଦ ତାଙ୍କ ନାମ ସୁପାରିଶ କରିବା ପରେ ତାହାକୁ ମଞ୍ଜୁରି ପ୍ରଦାନ କରିଛି କେନ୍ଦ୍ର ନିଯୁକ୍ତି ବ୍ୟାପାର କ୍ୟାବିନେଟ କମିଟି। ସେ ଆସନ୍ତା ଡିସେମ୍ବର ପହିଲାରେ ବର୍ତ୍ତମାନର ସିଏମଡି ତପନ କୁମାର ଚାନ୍ଦଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ। ଏହି ପଦ ପାଇଁ ୪ ଜଣ ପ୍ରାର୍ଥୀ ଦାବିଦାର ଥିଲେ। ଶ୍ରୀଧର ପାତ୍ରଙ୍କ ବ୍ୟତିତ ଅନ୍ୟମାନେ ହେଲେ ଭାରତୀୟ ଇସ୍ପାତ ପ୍ରାଧିକରଣ ବା ସେଲ୍‌ର ବାଣିଜ୍ୟ ନିର୍ଦ୍ଦେଶକ ସୋମା ମଣ୍ଡଳ, ମେକନ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅତୁଲ ଭଟ୍ଟ ଏବଂ ଉତ୍ତରପୂର୍ବାଂଚଳ ବିଦ୍ୟୁତ ଶକ୍ତି ନିଗମ ବା ନିପକୋର ଅର୍ଥ ନିର୍ଦ୍ଦେଶକ ଏମ. ଶିବ ଶନ୍ମୁଗନାଥନ। ବୁଧବାର ଏହି ଚାରି ଜଣ ପ୍ରାର୍ଥୀ ସାକ୍ଷାତକାର ଦେବା ପରେ ପରିଷଦ ଶ୍ରୀଧର ପାତ୍ରଙ୍କୁ ଏଥିପାଇଁ ମନୋନୀତ କରିଥିଲା। ଶ୍ରୀ ପାତ୍ର ଏହା ପୂର୍ବରୁ ଓଡ଼ିଶା ଖଣି ନିଗମ ସମେତ ବିଭିନ୍ନ ସରକାରୀ ଉଦ୍ୟୋଗରେ ବିଭିନ୍ନ ପଦପଦବୀରେ ସାଧୁତା ଓ ଦକ୍ଷତାର ସହିତ କାର୍ଯ୍ୟ କରି ପ୍ରତିଷ୍ଠା ଅର୍ଜନ କରିଛନ୍ତି।

Share :