ସଂପୂର୍ଣ୍ଣ ପାରିବାରିକ!

ସଂପୂର୍ଣ୍ଣ ପାରିବାରିକ!

Share :

  ୧. ଜେଜେଙ୍କ ସୁନ୍ଦର ସ୍ବାସ୍ଥ୍ୟର ରହସ୍ୟ ଜେଜେବାପାଙ୍କୁ ୧୦୦ ବର୍ଷ ହେଇଗଲା । ସେଇ ଖୁସିରେ ପରିବାରର ସମସ୍ତେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରିଥିଲେ । ଏତେ ବର୍ଷ ବୟସରେ ବି ଜେଜେ ପୂରା ଫିଟ୍ ଥିଲେ । ତାଙ୍କ ହସହସ ଚେହେରା ଓ ଖେଳାଳି ସୁଲଭ ଚଂଚଳତାର ରହସ୍ୟ କ’ଣ ଜାଣିବାକୁ ଚାହିଁଲେ ଦୂରାନ୍ତରୁ ଆସିଥିବା ବନ୍ଧୁବାନ୍ଧବ ଓ ପରିଜନମାନେ । ସେଇଠୁ ଜେଜେ ଟିକେ ମୁରୁକିହସା ମାରି କହିଲେ, ବନ୍ଧୁଗଣ, ମୋ ସଫଳତାର ରହସ୍ୟ ହେଉଛି, ଦିନ ପରେ ଦିନ ଏହିପରି ଭାବେ ଦୀର୍ଘ ପ୍ରାୟ ୭୫ ବର୍ଷ ଧରି ମୁଁ ଖୋଲା ପବନ ଖାଇ ଆସିଛି । ଉପସ୍ଥିତ ପରିଜନ ମଣ୍ଡଳୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଏତେ ଦିନ ଧରି ସେ କିପରି ଖୋଲା ପବନରେ ବୁଲିବାର ରୁଟିନ ପାଳି ଆସିଲେ? ଜେଜେ କହିଲେ, ତୁମେମାନେ ଜାଣ ଯେ ମୁଁ ଓ ମୋ ସ୍ତ୍ରୀଙ୍କ ବିବାହକୁ ୭୫ ବର୍ଷ ପୂରିଗଲାଣି । ଆମ ଚଉଠି ରାତିରେ ଆମେ ଏକ ପବିତ୍ର ସଂକଳ୍ପ ଗ୍ରହଣ କରିଥିଲୁ । ଯେତେବେଳେ ଆମ ଆମ ଭିତରେ ଯୁକ୍ତିତର୍କ ହେବ, ଯିଏ ଭୁଲ ପ୍ରମାଣିତ ହେବ ସିଏ ବାହାରେ ଯାଇଁ ବୁଲିବ ।   ୨. ପ୍ରେମ ଓ ଘୃଣା ସୁସ୍ମିତା ପାଇଁ ସେ ଦିନଟା ସାରା ବିଲକୁଲ ଭଲ ନଥିଲା । ବୁଲି ବୁଲି କିଛି କାମ ତ ହେଲା ନାହିଁ, ଓଲଟି ଅନେକ ଲୋକଙ୍କ ସହିତ କଳିଝଗଡ଼ା ହେଲା । ଘରକୁ ଫେରି ସେ ତାଙ୍କ ସ୍ବାମୀକୁ ଗରଗର ହୋଇ କହି ଚାଲିଲା, କେହି ମତ ଭଲ ପାଉ ନାହାନ୍ତି...କେହି ମୋ କଥା ଶୁଣୁ ନାହାନ୍ତି...ସମସ୍ତେ ମତେ ଘୃଣା କରୁଛନ୍ତି ! ସେତେବେଳ ତାଙ୍କ ସ୍ବାମୀ ଟିଭି ଦେଖୁଥିଲେ । ସେ ଟିଭି ଉପରୁ ନଜର ନଫେରେଇ ସ୍ବଗତୋକ୍ତି କରିବା ଢଙ୍ଗରେ କହିଲେ, ଏଇଟା ସତ ହେଇନଥିବ ପ୍ରିୟେ, ତୁମେ ଏତେ ବିଖ୍ୟାତ ହୋଇନ ଯେ ସାରା ପୃଥିବୀ ତୁମକୁ ଘୃଣା କରିବ..;ଅନେକ ଲୋକ ତ’ ତୁମକୁ ଜାଣି ନାହାନ୍ତି !   ୩.  ଆତ୍ମ ପ୍ରତ୍ୟୟ ସରୋଜ ଭାରି ନରମ ସ୍ବଭାବର ଯୁବକ । କିନ୍ତୁ ତା’ ସ୍ତ୍ରୀ ତ’ ସାକ୍ଷାତ ହାକିମ !  ସବୁବେଳେ ସ୍ତ୍ରୀର ହୁକୁମ ମାନିମାନି ସେ ଗୋଟେ ସ୍ତ୍ରୀ ବୋଲକରା ଭାବେ କୁଖ୍ୟାତି ଅର୍ଜନ କରିଥାଏ । ସେଥିପାଇଁ ସେ ମନଦୁଃଖରେ ଥାଏ । ଥରେ ଜଣେ ସାଙ୍ଗର ପରାମର୍ଶରେ ସେ ଜଣେ ମନୋବିଜ୍ଞାନୀଙ୍କ ପାଖକୁ ଗଲା ଓ ନିଜ ସମସ୍ୟା କଥା କହିଲା । ମନୋବିଜ୍ଞାନୀ ଜଣକ ସବୁ ଶୁଣିବା ପରେ ତାଙ୍କୁ ସ୍ବାଭିମାନ ଓ ଆତ୍ମସମ୍ମାନ ଉପରେ ଖଣ୍ଡେ ବହି ଦେଇ କହିଲେ, ତୁମକୁ ତୁମର ସ୍ବାଭିମାନ ରକ୍ଷା କରିବାକୁ ହେବ, ତୁମର ଆତ୍ମପ୍ରତ୍ୟୟ ବୃଦ୍ଧି ହେବା ଦରକାର, ଏ ବହିଖଣ୍ଡକ ପଢ଼, ନିଜେନିଜେ ବାଟ ପାଇଯିବ । ସରୋଜ ଘରକୁ ଫେରିବା ବାଟରେ ବହିଟିକୁ ପଢ଼ି ସାରିଥିଲା । ଘରେ ପହଂଚୁ ପହଂଚୁ ସେ ନିଜର ପ୍ରତ୍ୟୟ ଫେରି ପାଇଲା ଓ ରୁମ ଡ୍ରଇଂ ରୁମକୁ ଧସେଇ ପଶି ସ୍ତ୍ରୀଙ୍କ ଆଗରେ ଯାଇଁ ଠିଆ ହେଲା ଓ ଆଙ୍ଗୁଳି ଦେଖାଇ ଗର୍ଜନ ଛାଡ଼ିଲା, ଏଇ ମୁହୂର୍ତ୍ତରୁ ତୁମେ ଜାଣିରଖିବା ଉଚିତ ଯେ ଏ ଘରର ମୁରବୀ ହେଲି ମୁଁ, ମୁଁ ଯାହା କହିବି ତାହା ହିଁ ହେବ ଏ ଘରର ଆଇନ । ମୁଁ ଚାହେଁ ଆଜି ରାତିରେ ତୁମେ ମୋ ପାଇଁ ଛଅ ତରକାରୀ ନଅ ଭଜା ତିଆରି କରିବ । ମୁଁ ଖାଇ ସାରିଲା ବେଳକୁ ମୋ ପାଇଁ ରସଗୋଲା ନହେଲେ ମାଲପୁଆ ତିଆରି କରିବ । ଆଉ ମୁଁ ଖାଇ ସାରିଲା ପରେ ଗରମ ପାଣି କରିଦେବ, ମୁଁ ଗାଧୋଇବି । ଏକଥା ବି ଜାଣିରଖ, ମୁଁ ଗାଧେଇ ସାରିବା ପରେ କିଏ ମତେ ନାଇଟ୍ ଗାଉନ ପିନ୍ଧେଇବ ଓ ମୋ ବାଳ କୁଣ୍ଢେଇବ? ସ୍ତ୍ରୀ ଚଟାପଟ ଉତ୍ତର ଦେଲେ, ମଶାଣିର ମେହେନ୍ତର !   ୪. ବିବାହ ଦୁର୍ଭାଗ୍ୟ ଜଣେ ଲୋକ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାୟ ଛଅ ମାସ କାଳ ଡାକ୍ତରଖାନାରେ ରହିଲେ । ତା’ ଭିତରେ କେତେ ଥର ସେ ସଜ୍ଞାହୀନ ଅବସ୍ଥା ବା କୋମାକୁ ଚାଲି ଯାଉଥାନ୍ତି, ପୁଣି କିଛି ଦିନର ଚିକିତ୍ସା ପରେ ଫେରୁଥାନ୍ତି । ସେହି ଦୁଃଖ ସମୟରେ ତାଙ୍କ ସ୍ତ୍ରୀ ତାଙ୍କ ପାଖେପାଖେ ଥିଲେ, ଦିନରାତି ସବୁବେଳେ । ଥରେ ତାଙ୍କର ସଜ୍ଞା ଫେରିଲାରୁ ସେ ତାଙ୍କ ପ୍ରିୟ ପତ୍ନୀଙ୍କୁ ଇସାରରେ ପାଖକୁ ଡାକିଲେ । ସେ ପାଖକୁ ଆସି ବସିବାରୁ ଲୋକ ଜଣକ ତାଙ୍କୁ କହିଲେ, ତୁମେ ଜାଣିଛ କ’ଣ? ମୋର ସବୁ ଖରାପ ସମୟରେ ତୁମେ ମୋ ପାଖେପାଖେ ଅଛ । ଯେତେବେଳେ ମୋ ଚାକିରି ଚାଲିଗଲା ସେତେବେଳ ତୁମେ ମୋ ପାଖେପାଖେ ଥାଇ ମତେ ସାହସ ଓ ସହଯୋଗ ଦେଲ । ମୋ ବ୍ୟବସାୟ ବୁଡ଼ିଗଲାବେଳେ ବି ତୁମେ ମୋ ସହିତ ଥିଲ, ପଳାଇ ନଥିଲ । ଆମ ଘର ବିକ୍ରି ହୋଇଗଲା, ତୁମେ ପାଖରେ ଥିଲ । ମୋର ଦୁର୍ଘଟଣା ହେଲା, ତୁମେ ପାଖରେ ଥିଲ । ଏବେ ମୋ ସ୍ବାସ୍ଥ୍ୟାବସ୍ଥା ସଂକଟଜନକ ସ୍ଥିତିରେ, ତଥାପି ତୁମେ ମୋ ପାଖରେ ଅଛ । ଜାଣିଛ ଏହାର ଅର୍ଥ କ’ଣ? ସ୍ତ୍ରୀ ଅତ୍ୟନ୍ତ ନମ୍ରତାର ସହକାରେ କିନ୍ତୁ ଆଗ୍ରହରେ ପଚାରିଲେ, କ’ଣ ପ୍ରିୟତମ ! ମୁଁ ଭାବୁଛି ତୁମେ ହିଁ ମୋର ଦୁର୍ଭାଗ୍ୟ, କହିଲେ ପୁରୁଷ ଜଣକ ।   ୫. ସ୍ତ୍ରୀ ବୋଲକରା ଥରେ ଈଶ୍ବର ମର୍ତ୍ତ୍ୟକୁ ଆସି କହିଲେ, ପୁରୁଷମାନେ ଦୁଇଟି ଧାଡ଼ିରେ ଠିଆ ହୁଅ, ଗୋଟିଏ ଧାଡ଼ିରେ ସ୍ତ୍ରୀଙ୍କୁ ବଶ କରିଥିବା ସ୍ବାମୀମାନେ ଠିଆ ହୁଅ ଏବଂ ଅନ୍ୟ ଧାଡ଼ିଟିରେ ସ୍ତ୍ରୀଙ୍କ ବଶରେ ଥିବା ସ୍ବାମୀମାନେ ଠିଆ ହୁଅ । ଆଉ ସ୍ତ୍ରୀମାନେ ସମସ୍ତେ ବ୍ରହ୍ମର୍ଷି ବଶିଷ୍ଠଙ୍କ ସହିତ ସ୍ବର୍ଗକୁ ଯାଅ । ଏହା ପରେ ସମସ୍ତେ ସେଇଆ କଲେ । କିଛି ସମୟ ପରେ ଭଗବାନ ଦେଖିଲେ ମହିଳାମାନ କେହି ସେଠାରେ ନାହାନ୍ତି । ପୁରୁଷଙ୍କର ଦୁଇଟି ଧାଡ଼ି । ସ୍ତ୍ରୀ ବୋଲକାରା ସ୍ବାମୀଙ୍କ ଧାଡ଼ିଟି ପ୍ରାୟ ଶହେ ମାଇଲ ଲମ୍ବା ଓ ଆର ଧାଡ଼ିରେ ମାତ୍ର ଜଣେ ପୁରୁଷ । ଭଗବାନ ରାଗିଗଲେ, ଚିତ୍କାର କହିଲେ, ତୁମେ ପୁରୁଷମାନଙ୍କୁ ଲାଜ ଲାଗୁନି ! ମୁଁ ତୁମମାନଙ୍କୁ ମୋରି ପରି ଗଢ଼ିଲି ଅଥଚ ତୁମେମାନେ ତୁମ ସ୍ତ୍ରୀମାନଙ୍କ ଦ୍ବାରା ପରିଚାଳିତ ହେଲ ! କିନ୍ତୁ ଦେଖ ମୋର ଏଇ ଗୋଟିଏ ପୁଅ ଯିଏକି ସ୍ତ୍ରୀଙ୍କୁ ବଶ କରି ମୋ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି । ପୁଅ, ତୁମେ ଟିକେ ଏଇ ମୂର୍ଖମାନଙ୍କୁ ବୁଝେଇ ଦିଅ ତ’ ତୁମେ କିପରି ଏଇ ଅଲଗା ଧାଡ଼ିରେ ଠିଆ ହୋଇପାରିଲ ? ଲୋକଟି କହିଲା, ମୁଁ ଜାଣେନି, ମୋ ସ୍ତ୍ରୀ କହିଲା, ଏଇଠି ଠିଆ ହେବାକୁ, ମୁଁ ଠିଆ ହୋଇଛି !

Share :