ପୁଣି ଚାଲିବ ବିଶ୍ରା ଚୂନପଥର ଖଣି

ପୁଣି ଚାଲିବ ବିଶ୍ରା ଚୂନପଥର ଖଣି

Share :

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିଶ୍ରା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ(ବିଏସଏଲସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଳିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ ବୋଲି ଜୁଲାଇ ୨୨ ତାରିଖରେ ଇସ୍ପାତ ମନ୍ତ୍ରାଳୟରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧକ୍ଷତାରେ ବସିଥିବା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏହି ବୈଠକରେ ପରିଚାଳନା ସମ୍ୱନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ସେଲ୍ ଏବଂ ଆରଆଇଏନଏଲ ବିଏସଏଲସିରୁ ଅଗ୍ରୀମ ଭାବରେ ଡୋଲୋମାଇଟ୍ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଏକ ଦୀର୍ଘମିଆଦି ଯୋଜନା ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ। ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବୈଠକରେ ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବୀରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ସହାୟକ କମ୍ପାନୀ ବିଏସଏଲସି ୧୯୧୦ରୁ ଓଡିଶାର ସୁନ୍ଦରଗଡ଼ ଜିଲ୍ଲାରେ ଚୁନ ପଥର ଓ ଡିଲୋମାଇଟର ଖନନ ଏବଂ ବିପଣନ କାରବାର କରୁଛି। କୌଣସି କାରଣରୁ ବିଗତ କିଛି ଦିନ ଧରି ବିଏସଏଲସିକୁ ପରିଚାଳନା ବନ୍ଦ କରିବାକୁ ପଡ଼ିଥିଲା। ଏହି ମାମଲାକୁ ସଂସଦ ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ଏବଂ ବୀରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Share :