ପରଖିବା ବନ୍ଦ କର

ପରଖିବା ବନ୍ଦ କର

Share :

ଫିରୋଜ କୁମାର ପଟେଲ ମୁଁ ବି ମୋ ଭିତରେ ବାନ୍ଧି ରଖିଛି ପ୍ରଳୟ ଯିଏ ଉଡ଼େଇ ନେଇ ପାରେ ଲକ୍ଷେ ସୁନ୍ଦରୀର ମନ, ପ୍ରଣୟ ପାଇଁ ମୋହି ଆଣି ପାରେ ମୋ ଛାତ ଉପରକୁ ଜହ୍ନ। ହେଲେ ମୁଁ ତ ଶାନ୍ତ, ତେଣୁ.. ପରଖିବା ବନ୍ଦ କର। ଖସି ପଡ଼ିଥିବ ତୋ ଅଂଟା ତଳ କନା ମୋର କୁଆଁରୀ ମାଂସର ଲୋଭ ହୋଇପାରେ ହେଲେ ତୋର ମୋର ସ୍ପନ୍ଦନ ମିଶି ଆମ ସ୍ପନ୍ଦନ ହେଇ ସାରିଛି ତେଣୁ.. ବିଶ୍ୱାସ କର ଆଉ.. ପରଖିବା ବନ୍ଦ କର। ଅବିଶ୍ୱାସର ବଳୟକୁ ଦିଗନ୍ତ ବାହାରେ ରହିବାକୁ ଦେ ମୁଁ ନିଜକୁ ତୋ ଭିତରେ ଢାଳି ଦେଇଛି ତୁ ମତେ ତୋ ସଂସାର କରି ନେ ସମ୍ପର୍କର ଭୂଇଁ ରେ ଏ ଭୂମିକମ୍ପ... ଖିନ୍-ଭିନ୍ କରିପାରେ ତତେ ଆଉ ମତେ। ତେଣୁ ଥୟ ଧର.. ଆଉ ..ପରଖିବା ବନ୍ଦ କର । ଅବନକେଲା, ସୁନ୍ଦରଗଡ଼-୧୯ ମୋ- ୯୭୭୭୬୩୨୩୩୦

Share :