ବିଜେଡି ରାଜନୀତିରେ ବଳି ପଡ଼ୁଛନ୍ତି ଓଡ଼ିଆ!

ବିଜେଡି ରାଜନୀତିରେ ବଳି ପଡ଼ୁଛନ୍ତି ଓଡ଼ିଆ!

Share :

ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶାବାସୀଙ୍କ ପାଇଁ ଯାହା କରୁଛନ୍ତି ରାଜ୍ୟର ବିଜେଡି ସରକାର, କେନ୍ଦ୍ର ସରକାର କିଛି କରୁ ନାହାନ୍ତି। ଲୋକଙ୍କ ମନରେ ଏମିତି ଏକ ଧାରଣା ସୃଷ୍ଟି କରିବାକୁ ନାନାଦି କୌଶଳ ପ୍ରୟୋଗ କରିଛନ୍ତି ରାଜ୍ୟ ସରକାର। ଏହି କୌଶଳର ଏକ ଅଂଶବିଶେଷ ହେଉଛି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ ନକରିବା। ସେହିପରି ଅନ୍ୟ ଏକ କେନ୍ଦ୍ରୀୟ ଯୋଜନାକୁ ମଧ୍ୟ ବିଜେଡି ସରକାର ଏଯାଏଁ ଓଡ଼ିଶାରେ କାର୍ଯ୍ୟକାରୀ କରି ନାହାନ୍ତି। ତାହା ହେଉଛି ଜାତୀୟ ପୁଷ୍ଟି ଅଭିଯାନ। ଏ ଉଭୟ ଯୋଜନା ଲୋକମାନଙ୍କର ପୋଷଣ ଓ ସ୍ବାସ୍ଥ୍ୟ ସହ ଜଡ଼ିତ। ଏ ଦୁଇଟି ଯୋଜନା ରାଜ୍ୟରେ ଲାଗୁ ହୋଇଥିଲେ ଲକ୍ଷଲକ୍ଷ ହିତାଧିକାରୀଙ୍କର ପୁଷ୍ଟି ଆବଶ୍ୟକତା ପୂରଣ ହେବା ସହିତ ସ୍ବାସ୍ଥ୍ୟ ସେବା ମଧ୍ୟ ସୁଦୃଢ଼ ହୋଇଥାନ୍ତା। ଗତ ବର୍ଷ ବଜେଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଆୟୁଷ୍ମାନ ଭାରତ। ଏହି ଯୋଜନାଠାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ବୋଲି ଦାବି କରି ରାଜ୍ୟର ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ ଏଯାଏଁ ଲାଗୁ କରିନାହାନ୍ତି। ନିର୍ବାଚନୀ ଫାଇଦାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି କରିଥିଲେ। ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ କାଳେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ତାଙ୍କ ନେତୃତ୍ବାଧୀନ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଇବ ସେହି ଆଶଙ୍କାରେ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରାଯାଇ ନାହିଁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଯଦି ଭଲ ତେବେ ତାହା ଓଡ଼ିଶାବାସୀଙ୍କ ପାଇଁ ଲାଗୁ କରିବାରେ କେହି ବାଧକ ନୁହନ୍ତି। କେନ୍ଦ୍ର ସରକାର ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ମନା କରିନାହାନ୍ତି। ରାଜ୍ୟ ସରକାର ରାଜ୍ୟ ପାଣ୍ଠିରେ ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଠିକ ସେହିପରି କେନ୍ଦ୍ର ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲେ ଓଡ଼ିଶାବାସୀ କେନ୍ଦ୍ର ଟଙ୍କାରେ ଆଉ କିଛି ଅଧିକ ସୁବିଧା ପାଇଥାନ୍ତେ। ରାଜ୍ୟ ସରକାର ତାହା କରାଇ ଦେଇନାହାନ୍ତି। ଠିକ ସେହିପରି ଜାତୀୟ ପୁଷ୍ଟି ଅଭିଯାନ ବା ପୋଷଣ ଅଭିଯାନକୁ ମଧ୍ୟ ବିଜେଡି ସରକାର ରାଜନୀତିକ ଉଦ୍ଦେଶ୍ୟ ରଖି ରାଜ୍ୟରେ କାର୍ଯ୍ୟକାରୀ କରାଇନାହାନ୍ତି। ୨୦୧୭-୧୮ ବର୍ଷରେ କେନ୍ଦ୍ର ସରକାର ଏହି ଯୋଜନା ପ୍ରଚଳନ କରିଥିଲେ। ଗରୀବ ଓ ଅଭାବୀ ଶ୍ରେଣୀର ଲୋକମାନଙ୍କର ପୁଷ୍ଟି ଆବଶ୍ୟକତା ପୂରଣ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ପୁଷ୍ଟିହୀନତା ଅନେକ ରୋଗର କାରଣ ହୋଇଥିବାରୁ ସରକାର ଏଭଳି ଏକ ଯୋଜନା ପ୍ରଚଳନ କରିଛନ୍ତି। ଏହି ଯୋଜନାରେ ୨୦୧୭-୧୮ ଓ ୨୦୧୮-୧୯ ଦୁଇ ବର୍ଷ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୩୧୪୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ଏହି ଯୋଜନା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ଗୋଆ ଓ କର୍ଣ୍ଣାଟକ ସରକାର ଏବାବଦ ଅର୍ଥକୁ ଖର୍ଚ୍ଚ କରିପାରି ନାହାନ୍ତି। ସଂସଦର ଚଳିତ ଅଧିବେଶରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଏହି ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ତଥ୍ୟ ଉପସ୍ଥାପନ କରି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଏହି ଯୋଜନାକୁ କାହିଁକି ଏଯାଏଁ କାର୍ଯ୍ୟକାରୀ କରାଯାଇ ନାହିଁ ସେ ସଂପର୍କରେ ପଶ୍ଚିମ ବଙ୍ଗ ଓ ଓଡ଼ିଶା ସରକାର କୌଣସି ଉତ୍ତର ଦେଉ ନାହାନ୍ତି। ତାଙ୍କ ତଥ୍ୟ ଅନୁସାରେ ୨୦୧୪-୧୫ରେ ହୋଇଥିବା ତୃତୀୟ ଜାତୀୟ ପାରିବାରିକ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ପୁଷ୍ଟିହୀନତା କାରଣରୁ ୫ ବର୍ଷ ବୟସରୁ କମ ପିଲାମାନଙ୍କର ଅବରୁଦ୍ଧ ବିକାଶ ବା ଖର୍ବାକାର ବିକାଶ ହାର ଥିଲା ୪୮ ପ୍ରତିଶତ। ୨୦୧୫-୧୬ ସର୍ବେକ୍ଷଣରେ ଏହି ହାର ୩୮ ପ୍ରତିଶତକୁ ଖସିଥିଲେ ବି ଓଡ଼ିଶାର ଅନେକ ଜିଲ୍ଲାର ପିଲାଙ୍କର ପୁଷ୍ଟି ଅଭାବରୁ ଉପଯୁକ୍ତ ଶାରୀରିକ ଓ ମାନସିକ ବିକାଶ ହୋଇନଥିବା ଜଣାପଡ଼ିଥିଲା। ସେହି ସର୍ବେକ୍ଷଣରୁ ଜଣାପଡ଼ିଥିଲା ଦେଶର ୨୨ ରାଜ୍ୟର ୨୬୭ ଜିଲ୍ଲାରେ ଏପରି ପୁଷ୍ଟିହୀନତା ସମସ୍ୟା ରହିଛି। ତନ୍ମଧ୍ୟରେ ଓଡ଼ିଶାର ୧୧ ଜିଲ୍ଲା ଅନ୍ତର୍ଭୁକ୍ତ। ରାଜ୍ୟର ୩୦ ଜିଲ୍ଲାରୁ ୧୧ ଜିଲ୍ଲାରେ ପୁଷ୍ଟିହୀନତା କାରଣରୁ ପିଲାମାନଙ୍କର ଉପଯୁକ୍ତ ଶାରୀରିକ ବିକାଶ ନହେବା ନିଶ୍ଚିତ ଭଲ କଥା ନୁହେଁ। ଏହି ସର୍ବେକ୍ଷଣ ପରେ କେନ୍ଦ୍ର ସରକାର ଜାତୀୟ ପୋଷଣ ଅଭିଯାନ ଆରମ୍ଭ କରିଥିଲେ। ଗତ ଦୁଇ ବର୍ଷରେ ଏହି ଯୋଜନାରେ ପଶ୍ଚିମ ବଙ୍ଗ ସରକାର ୨୪୮ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିଲାବେଳେ ଓଡ଼ିଶା ସରକାର ୧୫୨ କୋଟି ଟଙ୍କା ପାଇଛନ୍ତି। କିନ୍ତୁ ଏ ଉଭୟ ରାଜ୍ୟ ଏଯାଏଁ ଏହି ପାଣ୍ଠିରୁ ଏଯାଏଁ ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି। ଏହି ଯୋଜନା ମାଧ୍ୟମରେ ଅଙ୍ଗନବାଡ଼ି ଜରିଆରେ ବାଳକ ଓ ବୟଃପ୍ରାପ୍ତ ବାଳିକାମାନଙ୍କର ପୁଷ୍ଟି ଆବଶ୍ୟକତା ପୂରଣ କରିବାର ଲକ୍ଷ୍ୟ ଥିଲା। ମନ୍ଦପୁଷ୍ଟି, ପୁଷ୍ଟିହୀନତା ଓ ରକ୍ତହୀନତା କାରଣରୁ ଯେଉଁସବୁ ଜିଲ୍ଲାର ପିଲାମାନଙ୍କର ଉପଯୁକ୍ତ ଶାରୀରିକ ବିକାଶ ହେଉ ନାହିଁ ସେହିସବୁ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବା କଥା। କିନ୍ତୁ ଓଡ଼ିଶାର ୧୧ ଜିଲ୍ଲାରେ ପିଲାମାନଙ୍କର ଉପଯୁକ୍ତ ବିକାଶ ହେଉ ନଥିଲେ ମଧ୍ୟ ଓଡ଼ିଶା ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିନାହାନ୍ତି।ଏହି ସର୍ବେକ୍ଷଣ ପରେ କେନ୍ଦ୍ର ସରକାର ଜାତୀୟ ପୋଷଣ ଅଭିଯାନ ଆରମ୍ଭ କରିଥିଲେ। ଗତ ଦୁଇ ବର୍ଷରେ ଏହି ଯୋଜନାରେ ପଶ୍ଚିମ ବଙ୍ଗ ସରକାର ୨୪୮ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିଲାବେଳେ ଓଡ଼ିଶା ସରକାର ୧୫୨ କୋଟି ଟଙ୍କା ପାଇଛନ୍ତି। କିନ୍ତୁ ଏ ଉଭୟ ରାଜ୍ୟ ଏଯାଏଁ ଏହି ପାଣ୍ଠିରୁ ଏଯାଏଁ ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି। ଏହି ଯୋଜନା ମାଧ୍ୟମରେ ଅଙ୍ଗନବାଡ଼ି ଜରିଆରେ ବାଳକ ଓ ବୟଃପ୍ରାପ୍ତ ବାଳିକାମାନଙ୍କର ପୁଷ୍ଟି ଆବଶ୍ୟକତା ପୂରଣ କରିବାର ଲକ୍ଷ୍ୟ ଥିଲା। ମନ୍ଦପୁଷ୍ଟି, ପୁଷ୍ଟିହୀନତା ଓ ରକ୍ତହୀନତା କାରଣରୁ ଯେଉଁସବୁ ଜିଲ୍ଲାର ପିଲାମାନଙ୍କର ଉପଯୁକ୍ତ ଶାରୀରିକ ବିକାଶ ହେଉ ନାହିଁ ସେହିସବୁ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବା କଥା। କିନ୍ତୁ ଓଡ଼ିଶାର ୧୧ ଜିଲ୍ଲାରେ ପିଲାମାନଙ୍କର ଉପଯୁକ୍ତ ବିକାଶ ହେଉ ନଥିଲେ ମଧ୍ୟ ଓଡ଼ିଶା ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିନାହାନ୍ତି। (ଆଲେଖ୍ୟରେ ବ୍ୟବହୃତ ଫଟୋ ଅଭିଜିତ ମହାନ୍ତିଙ୍କ ସୌଜନ୍ୟରୁ ପ୍ରାପ୍ତ।)

Share :