ପ୍ରକୃତିର ଜୟଗାନ

ପ୍ରକୃତିର ଜୟଗାନ

Share :

୧. ଆଲବର୍ଟ ଆଇନଷ୍ଟାଇନ ଆମେ କହୁଥିବା ବିଶ୍ବର ଏକ ଅଂଶ ହେଉଛି ମଣିଷ, ସ୍ଥାନ ଓ ସମୟ ଭିତରେ ସୀମୀତ ଏକ ଅଂଶ । ସେ ନିଜକୁ ନିଜେ ଅନୁଭବ କରେ ଯେ ତା’ର ଚିନ୍ତାଧାର ଓ ଅନୁଭବ ହେଉଛି ଅନ୍ୟ ସମସ୍ତଙ୍କଠାରୁ ଅଲଗା । ଏହା ହେଉଛି ତା’ ଚେତନାର ଏକ ଦୃଶ୍ୟାତ୍ମକ ଭ୍ରମ । ଏହି ଭ୍ରମ ହେଉଛି ଆମ ସମସ୍ତଙ୍କ ପାଇଁ ଏକ କାରାଗାର ସଦୃଶ, ଏହା ଆମକୁ ଆମର ବ୍ୟକ୍ତିଗତ କାମନା ଓ ନିଜର ଘନିଷ୍ଟ ବ୍ୟକ୍ତିଙ୍କ ପ୍ରତି ଆଦର ଭିତରେ ସୀମୀତ କରିଦିଏ । ଏହି କାରାଗାରରୁ ଆମେ ଆମ ନିଜକୁ ମୁକ୍ତ କରିବା ଉଚିତ । ବିଶ୍ବର ସମସ୍ତ ପ୍ରାଣୀଙ୍କ ପ୍ରତି ଅନୁରାଗ ପ୍ରଦର୍ଶନ ଓ ସଂପୂର୍ଣ୍ଣ ପ୍ରକୃତିକୁ ଏହାର ସୌନ୍ଦର୍ଯ୍ୟ ମଧ୍ୟରେ ଗ୍ରହଣ କରି ଆମେ ଏହି କାରାଗାରରୁ ମୁକ୍ତ ହୋଇପାରିବା । ୨. ପର୍ସି ବିସେ ଶେଲି ମାଟିର ହାତ ଜାବୁଡ଼ି ଧରିଛି ସୂର୍ଯ୍ୟାଂଶୁ, ସମୁଦ୍ରକୁ ଚୁମ୍ବନ ଦେଉଛି ଚନ୍ଦ୍ରର ସୁଶୀତଳ କିରଣ: ଏସବୁ ଚୁମ୍ବନର ଅର୍ଥ କ’ଣ ଯଦି ତୁମେ ମୋତେ ଚୁମ୍ବନ ନଦିଅ? ୩. ଜର୍ଜ ଗର୍ଡ଼ନ ବାଇରନ୍ ପଥହୀନ ଅରଣ୍ୟରେ ରହିଛି ଆନନ୍ଦ, ନିର୍ଜନ ବେଳାରେ ପୁଣି ଶୁବେ ପଦଶବ୍ଦ, ସେଠି ବି ସମାଜ ଅଛି ଯହିଁ ନାହିଁ କାହାରି ପ୍ରବେଶ, ଗଭୀର ସମୁଦ୍ରରେ ଏବଂ ତା’ର ଗୀତ ଗର୍ଜନରେ ମୁଁ ମଣିଷକୁ କମ୍ ଭଲ ପାଏନାହିଁ, କିନ୍ତୁ ପ୍ରକୃତିକୁ ତା’ଠାରୁ ଅଧିକ । ୪. ଲିଓ ଟଲଷ୍ଟୟ ଗ୍ରାମ୍ୟ ପରିବେଶରେ ଏକାନ୍ତ ନିଃସଙ୍ଗ ଜୀବନ, ସହଜରେ ଯେଉଁମାନଙ୍କର କଲ୍ୟାଣ କରିହେବ ସେମାନଙ୍କ କାମରେ ଲାଗିଲା ଭଳି କିଛି କାମ କରିବା ସହିତ, କାରଣ ସେମାନେ ତାହା କରିବାରେ ଅଭ୍ୟସ୍ତ ନୁହନ୍ତି, ବହି, ବିଶ୍ରାମ, ଗୀତ ଓ ପଡ଼ୋଶୀ ସହ ପ୍ରେମ- ଏହା ର୍ହି ହେଉଛି ମୋ ବିଚାରରେ ଆନନ୍ଦର ଅନୁଭବ । ୫. ରାଲଫ ବାଲ୍ଡୋ ଏମର୍ସନ ପ୍ରକୃତିର ଗତିକୁ ଆପଣାର କର, ତା’ର ରହସ୍ୟ ହେଉଛି ଧୈର୍ଯ୍ୟ । ୬. ଭିନ୍ସେଣ୍ଟ ଭ୍ୟାନ୍ ଗୋ ..ଏବଂ ତା’ ପରେ ମୋ ପାଖରେ ପ୍ରକୃତି, କଳା ଓ କବିତା ଅଛି, ଏବଂ ଏହା ଯଦି ଯଥେଷ୍ଟ ନୁହେଁ ତେବେ ଯଥେଷ୍ଟ ଆଉ କ’ଣ? ୭. ଜନ୍ କିଟ୍ସ ପୃଥିବୀର କବିତା କେବେ ମରେ ନାହିଁ । ୮. ଜନ୍ ମାର୍ସଡେନ୍ ଆମେ ସବୁ ସଁବାଳୁଆଙ୍କୁ ମାରିଦେଲୁ, ଏବଂ ତା’ପରେ କହୁଛୁ ପ୍ରଜାପତିମାନେ କୁଆଡ଼େ ଗଲେ? ୯. ମ୍ୟାଗ୍ଗି ଷ୍ଟିଫଭାଟର ମୁଁ ଯଦି ଗୋଟେ ଗଛ ହୋଇଥାନ୍ତି ତେବେ ମଣିଷକୁ ଭଲ ପାଇବାକୁ ମୋ ପାଖରେ କୌଣସି କାରଣ ନଥାନ୍ତା । ୧୦. ଗ୍ୟାରି ସ୍ନାଇଡର୍ ପ୍ରକୃତି ପରିଦର୍ଶନର ଏକ ସ୍ଥାନ ନୁହେଁ; ଏହା ହେଉଛି ଆମ ଘର ।

Share :