କେୟାର ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ଓଜନ ହ୍ରାସ

କେୟାର ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ଓଜନ ହ୍ରାସ

Share :

ସ୍ବାସ୍ଥ୍ୟ ପ୍ରତିନିଧି ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ତରଫରୁ ଶନିବାର ଦିନ ଡାଃ ମୋହିତ ଭଣ୍ଡାରୀଙ୍କ ନେତୃତ୍ୱରେ ବିନା ଅସ୍ତ୍ରୋପଚାର ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ ପ୍ରକ୍ରିୟା କାର୍ଯ୍ୟକ୍ରମ (ଇଏସ୍‌ଜି)ର ଶୁଭାରମ୍ଭ ଘୋଷଣା କରାଯାଇଛି। ଡ଼ଃ ଭଣ୍ଡାରୀ ୧୧୦୦୦ରୁ ଅଧିକ ବାରିଆଟ୍ରିକ୍ ସର୍ଜରୀ କାର୍ଯ୍ୟ ସମ୍ପାଦନ କରିବା ସହିତ ୭୦ରୁ ଊର୍ଦ୍ଧ୍ୱ ଦେଶରେ ଏ ସମ୍ପର୍କିତ ସେବା ପ୍ରଦାନ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ବେଶ୍ ପରିଚିତ କରାଇ ପାରିଛନ୍ତି। ଡାକ୍ତର ଭଣ୍ଡାରୀ ବେରିଆଟ୍ରିକ୍ ସର୍ଜରୀର ସଫଳ ସମ୍ପାଦନ ନିମନ୍ତେ ୫୦୦ରୁ ଅଧିକ ଡାକ୍ତରଙ୍କୁ ପ୍ରଶିକ୍ଷିତ କରିଛନ୍ତି। ୨୦୧୨ ମସିହାରେ ସେ ପ୍ରଥମ ଥର ପାଇଁ ୩୫୦ କି.ଗ୍ରା. ଓଜନର ଏସିଆ ମହାଦେଶର ଜନୈକ ମହିଳାଙ୍କର ମେଦବହୁଳତା ସର୍ଜରୀକୁ ପରୀକ୍ଷାମୂଳକ ଭାବେ ନିଖୁଣ ରୂପେ ସମ୍ପାଦନ କରିବା ସହିତ ପୁନର୍ବାର ୨୦୧୩ ମସିହାରେ ଜଣେ ୬ ବର୍ଷର ବାଳକ ଉପରେ ଏହି ସର୍ଜରୀ ପ୍ରୟୋଗ କରି ଦେଶବିଦେଶରେ ସୁନାମ ଅର୍ଜନ କରିଥିଲେ। ଭାରତରେ ଏହି ସର୍ଜରୀର ସଫଳ ରୂପାୟନ କ୍ଷେତ୍ରରେ ଏହି ଯୁବ ଡାକ୍ତରଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର ୧୧ ଘଂଟା ଅବଧି ମଧ୍ୟରେ ନିଜର ୪୦ ସଦସ୍ୟ ବିଶିଷ୍ଟ ଟିମ୍ ସହିତ ୨୫ ଗୋଟି ବେରିଆଟ୍ରିକ୍ ସର୍ଜରୀ କାର୍ଯ୍ୟ ସମ୍ପାଦନ କରି ଡାକ୍ତର ଭଣ୍ଡାରୀ ୨୦୧୫ ମସିହାରେ ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ନିଜର ନାମକୁ ଯୋଡ଼ିବାରେ ସକ୍ଷମ ହୋଇ ପାରିଥିଲେ। ସେ ଲାପାରୋସ୍କୋପିକ୍ ଏବଂ ରୋବୋଟ-ଆସିଷ୍ଟେଡ୍ ସର୍ଜରୀ କ୍ଷେତ୍ରରେ ନିଜର ନିଷ୍ଠାପର ସେବା ପାଇଁ ବେଶ୍ ଜଣାଶୁଣା। ଡାକ୍ତର ଭଣ୍ଡାରୀ ହେଉଛନ୍ତି ରୋବୋଟିକ୍ ବେରିଆଟ୍ରିକ୍ ସର୍ଜରୀ ସମ୍ପାଦନ କ୍ଷେତ୍ରରେ ଭାରତର ସର୍ବପ୍ରଥମ ଡାକ୍ତର ଭାବେ ଜଣାଶୁଣା। ସେ ସିଙ୍ଗିଲ ଆନାଲ୍ପୋମୋସିସ୍ ଡୁଓଡେନାଲ-ଇଲିଆଲ୍ ସୁଇଚ୍ ସମ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ଡାକ୍ତର ଭାବେ ପରିଗଣିତ। ୮୦୦୦ ରୁ ଅଧିକ ବାରିଆଟ୍ରିକ୍ ସର୍ଜରୀ ତଥା ୧୦୫୦୦ ରୁ ଅଧିକ ରୋବୋଟିକ୍ ସର୍ଜରୀ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଡାକ୍ତର ଭଣ୍ଡାରୀ ହେଉଛନ୍ତି ଭାରତର ସର୍ବକନିଷ୍ଠ ଡାକ୍ତର। ଉକ୍ତ ଉତ୍ସବରେ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶଙ୍କ ଦ୍ୱାରା ଓଜନ ହ୍ରାସ ଏବଂ ଡାଏବେଟିସ୍ ଅସ୍ତ୍ରୋପଚାର ବିଭାଗକୁ ଉଦଘାଟନ କରିଥିଲେ। ତାଙ୍କ ଭାଷଣରେ ଗଣମାଧ୍ୟମକୁ ଜଣାଇଥିଲେ କି ବିନା ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା ସହର ତଥା ଓଡ଼ିଶା ରାଜ୍ୟ ପାଇଁ କେୟାର ହସ୍ପିଟାଲ ତରଫରୁ ଏକ ନୂଆ ଚେଷ୍ଟା। ଏଥିରେ ସାରା ରାଜ୍ୟର ଜନ ସାଧାରଣଙ୍କ ପାଇଁ ଏହି ଚିକିତ୍ସା ସୁବିଧା ପାଇଁ, ଆଉ ବାହାରକୁ ଯିବାକୁ ପଡ଼ିବ ନାହଁି। ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟର ବିଭିନ୍ନ ଆଶାରୂପକ ଉନ୍ନତି ଘଟୁଥିବାରୁ, ଏହି ଚିକିତ୍ସା ସୁବିଧା ଜନସାଧାରଣ ପାଇଁ ଏକ ନୂତନ ସେବା ଆଣିଦବ। ମେଦବହୁଳତା ଏବଂ ମଧୁମେହ ବର୍ତ୍ତମାନ ସାରା ରାଜ୍ୟ ପାଇଁ ଏକ ଚିନ୍ତାର କାରଣ ହୋଇଛି, ବିଶେଷ ଭାବରେ ଶିଶୁମାନଙ୍କର ମେଦ ବହୁଳତା ପରିଲକ୍ଷିତ ହେଉଛି। ତେଣୁକରି କେୟାର ହସ୍ପିଟାଲ ଦ୍ୱାରା ଏହି ଚିକିତ୍ସା ପଦ୍ଧତି ସ୍ୱାଗତଯୋଗ୍ୟ ଅଟେ। କେୟାର ହସ୍ପିଟାଲ ଭୁବନେଶ୍ୱରଠାରେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇ କନସଲ୍‌ଟ ଓବେସିଟି ଆଣ୍ଡ ବାରିଆଟ୍ରିକ ସର୍ଜନ ଡା. ମୋହିତ ଭଣ୍ଡାରୀ କହିଛନ୍ତି ଯେ ମେଦ ବହୁଳତା ଏକ କ୍ରମବର୍ଦ୍ଧିଷ୍ଣୁ ସମସ୍ୟା ଭାବେ ମୁଣ୍ଡ ଟେକିଛି ଏବଂ ଏହା ଦ୍ୱାରା ଦେଶର ଅର୍ଦ୍ଧାଧିକ ଲୋକ ଆକ୍ରାନ୍ତ। ବର୍ତ୍ତମାନ ମେଦବହୁଳତା ଅପମୃତ୍ୟୁର ପ୍ରମୁଖ କାରଣ ଭାବେ ଉଭା ହୋଇଛି ଏବଂ ଏହା ଦ୍ୱାରା ମଧୁମେହ, ହୃଦ ସମ୍ପର୍କିତ ରୋଗ, ଉଚ୍ଚ ରକ୍ତଚାପ, ନିଦ୍ରାହୀନତା, ଅସ୍ୱାଭାବିକ ଗଣ୍ଠିବାତ ସମସ୍ୟା ଏବଂ ଆହୁରି ଅନେକ ରୋଗ ସୃଷ୍ଟି ହେଉଛି। ‘ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଗବେଷଣା ଏବଂ ଉନ୍ନତୀକରଣ ଦ୍ୱାରା ଆମେ ଏହାର ସମାଧାନର ପନ୍ଥା ବାହାର କରୁଛୁ। ଆହୁରି ମଧ୍ୟ ରୋଗୀମାନଙ୍କୁ ଏ ସମସ୍ୟା ପ୍ରତି ସଚେତନ କରାଇ ସର୍ବୋତ୍ତମ ସମାଧାନର ବାଟ ଦେଖାଇବାକୁ ସତତ ଚେଷ୍ଟିତ ହେଉଛୁ। ସେମାନଙ୍କ ସୁରକ୍ଷା ତଥା ସୁଖସ୍ୱାଚ୍ଛନ୍ଦ୍ୟ ଉପରେ ସମାନ ଗୁରୁତ୍ୱ ଦିଆଯାଇ ମେଦବହୁଳତା ବିହୀନ ଯାତ୍ରାକୁ ସୁଗମ ତଥା ଫଳପ୍ରଦ କରୁଛୁ’ ବୋଲି ଭଣ୍ଡାରୀ କହିଛନ୍ତି। ଆଜି ସାରା ବିଶ୍ୱରେ ୧୫୦ କୋଟିରୁ ଊର୍ଦ୍ଧ୍ୱ ବୟସ୍କ ମେଦବହୁଳତା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ଅବା ପୃଥୁଳ ଏବଂ ୨୦୩୦ ମସିହା ସୁଦ୍ଧା ଏହା ୩୦୦ କୋଟିରୁ ଊର୍ଦ୍ଧ୍ୱଙ୍କୁ ଆକ୍ରାନ୍ତ କରିବ ବୋଲି ଏବେଠାରୁ ଆଶଙ୍କା କରାଯାଉଛି। ବର୍ତ୍ତମାନ ଆମ ଦେଶରେ ୩୦ ନିୟୁତରୁ ଅଧିକ ଲୋକ ମେଦୁବହୁଳତା ରୋଗରେ ଆକ୍ରାନ୍ତ ଏବଂ ୨୦୨୫ ବେଳକୁ ଏହି ସଂଖ୍ୟା ୭୦ ନିୟୁତରେ ପହଂଚିବ ବୋଲି ଏବେ ଠାରୁ ଆକଳନ କରାଯାଉଛି। ଡା. ଭଣ୍ଡାରି କହିଛନ୍ତି ଯେ ବାରିଆଟ୍ରିକ୍ ଏଣ୍ଡୋସ୍କୋପିକ୍ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟି (ଇଏସ୍ଜି) ଏକ ନୂତନ ଓଜନହ୍ରାସକାରୀ ପ୍ରଣାଳୀ। ଏହା ସର୍ଜରୀ ବିନା ପେଟର ଆକାରକୁ କମ୍ କରେ। ଆହୁରି ମଧ୍ୟ ଏହି ଚିକିତ୍ସା ସମ୍ପୂର୍ଣ୍ଣ ଭାବରେ ନିରାପଦ ଓ ଫଳପ୍ରଦ। ଏହି ପ୍ରଣାଳୀରେ ଜୀବନର ଯେକୌଣସି ସମୟରେ ମେଦବହୁଳତାକୁ ପ୍ରତିହତ କରାଯାଇପାରିବ। ଏଣ୍ଡୋସ୍କୋପିକ୍ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟି ଦ୍ୱାରା ଉଲ୍ଲେଖନୀୟ ଭାବରେ ଓଜନ ହ୍ରାସ କରାଯାଇପାରେ। ଏକ ଦୀର୍ଘସ୍ଥାୟୀ ଫଳାଫଳ ପାଇଁ ଏହି ପ୍ରଣାଳୀକୁ ଅନୁସରଣ କରିବା ସହିତ ଏକ ସ୍ୱାସ୍ଥ୍ୟକର ଜୀବନଶୈଳୀର ମଧ୍ୟ ଅନୁପାଳନ କରିବା ଉଚିତ୍। ନିୟମିତ ଭାବରେ ସଠିକ୍ ରୂପେ ବ୍ୟାୟାମ କରିବା ଓ ସ୍ୱାସ୍ଥ୍ୟକର ଭୋଜନ କରିବା ଦ୍ୱାରା ଗାଷ୍ଟ୍ରୋଇସୋଫାଗାଲ୍ ରିଫଲକ୍ସ ରୋଗ, ହୃଦରୋଗ, ଷ୍ଟ୍ରୋକ୍, ଉଚ୍ଚ ରକ୍ତଚାପ, ନିଦ୍ରାହୀନତା ଓ ଟାଇପ୍ ୨ ଡାଇବେଟିସ୍ ପରି ସମସ୍ୟା ହ୍ରାସ ପାଇଥାଏ। ସେ କହିଥିଲେ ଯେ ଏହି ପ୍ରଣାଳୀ ଦ୍ୱାରା ରୋଗୀମାନେ ପ୍ରାୟ ୧୫-୨୫ କେଜି ପର୍ଯ୍ୟନ୍ତ ଓଜନ ହ୍ରାସ କରିପାରିବେ। ଏଣ୍ଡୋସ୍କୋପିକ୍ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟି (ଇଏସ୍ଜି) ସମ୍ପର୍କରେ : ଏଣ୍ଡୋସ୍କୋପିକ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟି ହେଉଛି ଏକ ନୂତନ ଅଣ-ସର୍ଜିକାଲ୍ ଏଣ୍ଡୋସ୍କୋପିକ୍ ଓଜନ ହାନୀ ପ୍ରଣାଳୀ ଯେଉଁଥିରେ ପେଟର ଆକାରକୁ ଏଣ୍ଡୋସ୍କୋପିକ ସୁଚରିଂ ଡିଭାଇସ୍ ବ୍ୟବହାର କରି ହ୍ରାସ କରାଯାଇପାରିବ। ଏହା ଖୁବ୍ କମ୍ ଅସ୍ତ୍ରୋପଚାରଜନିତ ପ୍ରଣାଳୀ ଯାହାକି ଅସ୍ତ୍ରୋପଚାରଜନିତ ଜଟିଳତାକୁ କମ୍ କରେ। ଏଣ୍ଡୋସ୍କୋପିକ୍ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟିର ୩ ଟି ଲାଭ ରହିଛି ଯଥା ୧.ଅଣ-ସର୍ଜିକାଲ୍ ପ୍ରଣାଳୀ : ଏହା ଖୁବ୍ କମ୍ ଅସ୍ତ୍ରୋପଚାରଜନିତ ପ୍ରଣାଳୀ ଯାହାକି ଅସ୍ତ୍ରୋପଚାରଜନିତ ଜଟିଳତାକୁ କମ୍ କରେ। ୨. ଅସୁସ୍ଥତା ସମସ୍ୟାରେ ଉନ୍ନତି : ଏଣ୍ଡୋସ୍କୋପିକ୍ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟି ପରେ ଓଜନ ହାନୀ ଦ୍ୱରା ଅନେକ ମେଦବହୁଳତାଜନିତ ସମସ୍ୟା ଦୂର ହୋଇଥାଏ। ଏହାସହିତ ହୃଦରୋଗ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ନିଦ୍ରାହୀନତା ଓ ଟାଇପ୍ ୨ ଡାଇବେଟିସ୍ ପରି ଜଟିଳ ସମସ୍ୟା ଦୂର ହୋଇଥାଏ। ୩. ଉଲ୍ଲେଖନୀୟ ଓଜନ ହ୍ରାସ : ଏଣ୍ଡୋସ୍କୋପିକ୍ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟି ଦ୍ୱାରା ପେଟର ଆକାର କମ୍ ହୁଏ ଓ ଖାଦ୍ୟ ଗ୍ରହଣ ପରିମାଣ ହ୍ରାସ ପାଏ, ଯଦ୍ୱାରା ଅଳ୍ପ ମାସ ମଧ୍ୟରେ ଉଲ୍ଲେଖନୀୟ ଭାବରେ ଓଜନ କମ୍ ହୋଇଥାଏ। ଏହି ଅବସରରେ ଶ୍ରୀମତୀ ଗୁରିତ୍ କୌର ସେଠୀ, ହସ୍ପିଟାଲ୍ର ଚିଫ୍ ଅପରେଟିଂ ଅଫିସର କହିଛନ୍ତି ଯେ ଓଡ଼ିଶାରେ ଭୁବନେଶ୍ୱର ହେଉଛି ପ୍ରଥମ ସହର ଯେଉଁଠାରେକି ବିନା ଅସ୍ତ୍ରୋପଚାର ପ୍ରଣାଳୀ ଜରିଆରେ ଓଜନ ହ୍ରାସ କରାଯାଉଛି। ସେ କହିଥିଲେ ଯେ ଏଣ୍ଡୋସ୍କୋପିକ୍ ସ୍ଲିଭ୍ ଗାଷ୍ଟ୍ରୋପ୍ଲାଷ୍ଟି, ଏକ ନୂତନ ବିନା ଅସ୍ତ୍ରୋପଚାର ପ୍ରଣାଳୀ ଜରିଆରେ ଆମେ ଓଜନକୁ କମ୍ କରିବା ପାଇଁ ଲକ୍ଷ୍ୟ ରଖିଛୁ। ସେ ମଧ୍ୟ କହିଥିଲେ ଯେ ଏହା ଖୁବ୍ କମ୍ ଅସ୍ତ୍ରୋପଚାରଜନିତ ପ୍ରଣାଳୀ ଯାହାକି ଅସ୍ତ୍ରୋପଚାରଜନିତ ଜଟିଳତାକୁ କମ୍ କରିଥାଏ ଏବଂ ଓଜନକୁ ହ୍ରାସ କରିବାରେ ସାହାଯ୍ୟ କରେ। ଶ୍ରୀମତୀ କୌର କହିଥିଲେ ଯେ ଆମେ କେୟାର ଗ୍ରୁପ୍ ଅଫ୍ ହସ୍ପିଟାଲ୍ରେ ଆମର ରୋଗୀମାନଙ୍କୁ ଇଏସ୍ଜି ଓଜନ ହ୍ରାସକାରୀ ବିକଳ୍ପ ସୁବିଧା ପ୍ରଦାନ କରୁଛୁ ଯଦି ସେମାନେ ଏଥିପାଇଁ ଯୋଗ୍ୟ ହୋଇଥାନ୍ତି ଓ ଏହି ନୂତନ ବ୍ୟବସ୍ଥାଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଉପଲବ୍ଧ। ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ- ଅକ୍ଷୟ କୁମାର ଦାସ, କେୟାର ହସ୍ପିଟାଲ୍, ଭୁବନେଶ୍ୱର, ମୋବାଇଲ୍ ନଂ : ୯୧୭୮୬୨୫୧୨୨।

Share :