ଅସରନ୍ତି ପୃଥ୍ୱୀ

ଅସରନ୍ତି ପୃଥ୍ୱୀ

Share :

ଶିବପ୍ରସାଦ ବିଶ୍ୱାଳ ଯେବେ ଜହ୍ନ ବୁଡ଼ିଯାଏ ବଇଠିର ବାସର ଦୀପ ବି ଫୁଙ୍କା ହୁଏ, ସେତେବେଳେ ଅନ୍ଧାରୀ ବିଜେ କରନ୍ତି କଂକାଳ କୋଠିର ଲାଲ୍ ବାଦ୍‌ଶାହା। ବୟସର ସମସ୍ତ ଅଛିଣ୍ଡା ସ୍ମୃତିକୁ ନେଇ ପୋଷାଏ ଲୁହରେ ଭିଜାଇ ଦିଏ ବୁଢ଼ିମା ଏରୁଣ୍ଡି ଉପରେ ବସି... ଆଉ ଗଣୁଥାଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳର ଆଉ ଏକ ଅଛିଣ୍ଡା ଆମନ୍ତ୍ରଣ..। ସିନ୍ଥିରେ ସିନ୍ଦୁର ଖୋଜୁ ଖୋଜୁ ପାହିଗଲା ରାତି, ଗୋଟିଏ ଅପହଞ୍ଚ ଅଭିଳାଷ ଗର୍ଜି ଉଠିଲା ତାର ନିଃସଂଗ ପାନ୍ଥଶାଳାରେ। ଏମିତି ହିଁ ସମ୍ରାଟର ଚାରଣଭୂମିରେ ଅନ୍ଧାରୀ ବିଜେ ଅବ୍ୟାହତ... ଆଉ ବୁଢ଼ିମା’ର ବି ପ୍ରତୀକ୍ଷିତ ମଧୁମାସ ଅସରନ୍ତି..। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପୋଲିସ୍ (ଡିଆଇବି) ଡୁଙ୍ଗୁରିପାଲି, ଜିଲ୍ଲା-ଦେବଗଡ଼ ଦୂରଭାଷ- ୯୪୩୭୭୨୪୨୭୭

Share :