ନୂଆ ଜିଏସଟି ରିଟର୍ଣ୍ଣ ପାଇଁ ଟ୍ରାଞ୍ଜିସନ ପ୍ଲାନ

ନୂଆ ଜିଏସଟି ରିଟର୍ଣ୍ଣ ପାଇଁ ଟ୍ରାଞ୍ଜିସନ ପ୍ଲାନ

Share :

ପିଆଇବି ଟିକସଦାତାମାନଙ୍କୁ ସୁବିଧା ପ୍ରଦାନ କରିବା ଲାଗି ଜିଏସଟି ପରିଷଦର ୩୧ତମ ବୈଠକରେ ନୂଆ ଜିଏସଟି ରିଟର୍ଣ୍ଣ ବ୍ୟବସ୍ଥା ପ୍ରଚଳନ କରିବା ଲାଗି ନିଷ୍ପତି ନିଆଯାଇଛି। ନୂଆ ରିଟର୍ଣ୍ଣ ବ୍ୟବସ୍ଥାରେ ଟ୍ରାଞ୍ଜିସନକୁ ସରଳ କରିବା ଲାଗି ଏକ ଟ୍ରାଞ୍ଜିସନ ଯୋଜନା ପ୍ରସ୍ତୁତ କରାଯାଇଛି। ସାଙ୍କେତିକ ଟ୍ରାଞ୍ଜିସନ ଯୋଜନାର ବିବରଣୀ ନିମ୍ନରେ ଦିଆଗଲା:- ୧. ବ୍ୟବହାରକାରୀମାନଙ୍କୁ ପ୍ରାରମ୍ଭିକ ସୂଚନା ଓ ଅନୁଭବ ଦେବା ଲାଗି ସାଧାରଣ ପୋର୍ଟାଲରେ ଅଫଲାଇନ ଟୁଲର ଏକ ପ୍ରତିକାତ୍ମକ ଅଫଲାଇନ ଟୁଲ ଶେୟାର କରାଯାଇଛି। ଅନଲାଇନ ପୋର୍ଟାଲ ଭଳି ଅଫଲାଇନ ଟୁଲର ପ୍ରଦର୍ଶନ ଏବଂ ଅନୁଭବ ସମାନ ରହିବ। ଟିକସଦାତାମାନେ ସଚେତନ ହେବା ଆବଶ୍ୟକ ଯେ ନୂଆ ରିଟର୍ଣ୍ଣ ବ୍ୟବସ୍ଥାରେ ୩ଟି ମୁଖ୍ୟ ଉପାଦାନ ରହିଛି- ଗୋଟିଏ ମୁଖ୍ୟ ରିଟର୍ଣ୍ଣ (ଫର୍ମ ଜିଏସଟି ଆରଇଟି-୧) ଏବଂ ଦୁଇଟି ଆନେକ୍ସଚର (ଫର୍ମ ଜିଏସଟି ଆନେକ୍ସ-୧ ଏବଂ ଫର୍ମ ଜିଏସଟି ଆନେକ୍ସ-୨)। ୨. ଜୁଲାଇ ୨୦୧୯ଠାରୁ, ବ୍ୟବସ୍ଥା ସମ୍ପର୍କରେ ପରିଚିତ ହେବା ଲାଗି ବ୍ୟବହାରକାରୀମାନେ ଫର୍ମ ଜିଏସଟି ଆନେକ୍ସଚର-୧ ଅଫଲାଇନ ଟୁଲକୁ ଉପଯୋଗ କରି ପରୀକ୍ଷାମୂଳକ ଭାବେ ଇନଭଏସ ଅପଲୋଡ କରିବାରେ ସକ୍ଷମ ହେବେ। ଆହୁରି, ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ ଫର୍ମ ଜିଏସଟି ଆନେକ୍ସଚର-୨ ଅଫଲାଇନ ଟୁଲର ଉପଯୋଗ କରି ଇନଭଏସର ଅନ୍ତର୍ମୂଖୀ ଯୋଗାଣକୁ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ। କମନ ପୋର୍ଟାଲରେ ଅନଲାଇନରେ ଅର୍ନ୍ତମୁଖୀ ଇନଭଏସ ଯୋଗାଣର ବିବରଣୀ ମଧ୍ୟ ଦେଖିବା ପାଇଁ ଉପଲବ୍ଧ ହେବ। ସେମାନେ ମଧ୍ୟ ନିଜର କ୍ରୟ ରେଜିଷ୍ଟର ଅଫଲାଇନ ଟୁଲରେ ହାସଲ କରିବାରେ ସକ୍ଷମ ହୋଇପାରିବେ ଏବଂ ଏହାକୁ ଅଗଷ୍ଟ ୨୦୧୯ଠାରୁ ଡାଉନଲୋଡ ହୋଇଥିବା ଅନ୍ତର୍ମୁଖୀ ଇନଭଏସ ଯୋଗାଣ ସହ ମିଶାଇ ଅମେଳକୁ ଠାବ କରିପାରିବେ। ୩. ଜୁଲାଇରୁ ସେପ୍ଟେମ୍ୱର ୨୦୧୯ ମଧ୍ୟରେ (ତିନି ମାସ ପାଇଁ) ନୂଆ ରିଟର୍ଣ୍ଣ ବ୍ୟବସ୍ଥା (କେବଳ ଆନେକ୍ସ-୧ ଏବଂ ଆନେକ୍ସ-୨) ନୂଆ ବ୍ୟବସ୍ଥା ସହ ପରିଚିତ ହେବା ଲାଗି ପରୀକ୍ଷାମୂଳକ ଭାବେ ଟିକସଦାତାଙ୍କ ପାଇଁ ଉପଲବ୍ଧ ହେବ। ତେବେ ଏହି ପରୀକ୍ଷାମୂଳକ ଉପଯୋଗିତା ଟିକସଦାତାଙ୍କ ଟିକସ ଦେୟତା ଏବଂ ଇନପୁଟ ଟ୍ୟାକ୍ସ କ୍ରେଡିଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହି ସମୟ ମଧ୍ୟରେ, ଫର୍ମ ଜିଏସଟିଆର-୧ ଏବଂ ଫର୍ମ ଜିଏସଟିଆର-୩ବି କୁ ପୂରଣ କରି ଟିକସଦାତାମାନେ ସେମାନଙ୍କ ଅନୁପାଳନକୁ ସମ୍ପୂର୍ଣ୍ଣ କରିପାରିବେ; ଯଥା- ଟିକସଦାତାମାନେ ଫର୍ମ ଜିଏସଟିଆର-୧ରେ ସେମାନଙ୍କ ବାହ୍ୟ ଯୋଗାଣ ବିବରଣୀ ମାସିକ/ତ୍ରୈମାସିକ ଭିତିରେ ଏବଂ ମାସିକ ଭିତିରେ ଫର୍ମ ଜିଏସଟିଆର-୩ ବିରେ ରିଟର୍ଣ୍ଣ ଦାଖଲ କରିବା ଜାରି ରଖିପାରିବେ। ଏସବୁ ରିଟର୍ଣ୍ଣ ଫାଇଲ ନକଲେ ଜିଏସଟି ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ୪. ଅକ୍ଟୋବର, ୨୦୧୯ ପରଠାରୁ, ଫର୍ମ ଜିଏସଟି ଆନେକ୍ସ-୧ ବାଧ୍ୟତାମୂଳକ ହୋଇଯିବ ଏବଂ ଫର୍ମ ଜିଏସଟିଆର-୧ ସ୍ଥାନରେ ଫର୍ମ ଜିଏସଟି ଆନେକ୍ସ-୧ ପ୍ରଚଳିତ ହେବ। ବୃହତ ଟିକସଦାତା (ଯେଉଁ ଟିକସଦାତାମାନଙ୍କ ବାର୍ଷିକ କାରବାର ବିଗତ ଆଥିର୍କ ବର୍ଷରେ ୫କୋଟିରୁ ଅଧିକ) ମାନେ ସେମାନଙ୍କ ମାସିକ ଫର୍ମ ଜିଏସଟି ଆନେକ୍ସ-୧ ଅକ୍ଟୋବର, ୨୦୧୯ ଠାରୁ ଅପଲୋଡ୍ କରିପାରିବେ। ତେବେ, କ୍ଷୁଦ୍ର ଟିକସଦାତା(ଯେଉଁମାନଙ୍କ ବାର୍ଷିକ କାରବାର ବିଗତ ଆର୍ଥିକ ବର୍ଷରେ ହାରାହାରି ୫ କୋଟି ଟଙ୍କା ପର୍ଯ୍ୟନ୍ତ)ମାନଙ୍କ ଦ୍ୱାରା ଅପଲୋଡ କରାଯିବାକୁ ଥିବା ପ୍ରଥମ ବାଧ୍ୟତାମୂଳକ ତ୍ରୈମାସିକ ଫର୍ମ ଜିଏସଟି ଆନେକ୍ସ-୧ ଅକ୍ଟୋବରରୁ ଡିସେମ୍ୱର ୨୦୧୯ ତ୍ରୈମାସ ପାଇଁ ଜାନୁଆରୀ ୨୦୨୦ରେ ଉପଯୋଗୀ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇନଭଏସ ଇତ୍ୟାଦି, ଫର୍ମ ଜିଏସଟି ଆନେକ୍ସ-୧ରେ ବୃହତ ଏବଂ କ୍ଷୁଦ୍ର ଟିକସଦାତାମାନଙ୍କ ଦ୍ୱାରା ଅକ୍ଟୋବର, ୨୦୧୯ ପରଠାରୁ ନିରନ୍ତର ଭାବେ ଅପଲୋଡ କରାଯାଇପାରିବ। ଫର୍ମ ଜିଏସଟି ଆନେକ୍ସ-୨ ଏହି ଅବଧି ମଧ୍ୟରେ ସମାନ୍ତରାଳ ଭାବେ ଦେଖି ହେବ କିନ୍ତୁ ଏହି ଫର୍ମ ଜିଏସଟି ଆନେକ୍ସ-୨ରେ କୌଣସି କାର୍ଯ୍ୟ କରିହେବ ନାହିଁ। ଅକ୍ଟୋବର ଏବଂ ନଭେମ୍ୱର ୨୦୧୯ ପାଇଁ, ବୃହତ ଟିକସଦାତାମାନେ ମାସିକ ଭିତିରେ ଫର୍ମ ଜିଏସଟିଆର-୩ବି ଦାଖଲ ଜାରି ରଖିପାରିବେ। ସେମାନେ ୨୦ ଜାନୁଆରୀ ୨୦୨୦ ସୁଦ୍ଧା ଡିସେମ୍ୱର, ୨୦୧୯ ପାଇଁ ସେମାନଙ୍କ ପ୍ରଥମ ଫର୍ମ ଜିଏସଟି ଆରଇଟି-୦୧ ଦାଖଲ କରିବେ। ୧. ଅକ୍ଟୋବର ୨୦୧୯ ପରଠାରୁ କ୍ଷୁଦ୍ର ଟିକସଦାତାମାନେ ଫର୍ମ ଜିଏସଟିଆର-୩ବି ଦାଖଲ କରିବା ବନ୍ଦ କରିବେ ଏବଂ ଫର୍ମ ଜିଏସଟି ପିଏମଟି-୦୮ ଦାଖଲ କରିବା ଆରମ୍ଭ କରିପାରିବେ। ଜାନୁଆରୀ ୨୦, ୨୦୨୦ଠାରୁ ଅକ୍ଟୋବରରୁ ଡିସେମ୍ୱର ୨୦୧୯ ତ୍ରୈମାସ ପାଇଁ ସେମାନେ ସେମାନଙ୍କ ପ୍ରଥମ ଫର୍ମ ଜିଏସଟି ଆରଇଟି-୦୧ ଦାଖଲ କରିବେ। ୨. ଜାନୁଆରୀ, ୨୦୨୦ ପରଠାରୁ ସମସ୍ତ ଟିକସଦାତା ଫର୍ମ ଜିଏସଟି ଆରଇଟି-୦୧ ଫାଇଲ କରିବେ ଏବଂ ଫର୍ମ ଜିଏସଟିଆର-ତିନି ବି ସମ୍ପୂର୍ଣ୍ଣ ଭାବେ ହଟିଯିବ। ଅକ୍ଟୋବରରୁ ଡିସେମ୍ୱର ୨୦୧୯ ମଧ୍ୟରେ ରିଫଣ୍ଡ ଆବେଦନର ଦାଖଲ ଏବଂ ପ୍ରକ୍ରିୟାକରଣ ପାଇଁ ଭିନ୍ନ ନିଦ୍ଦେର୍ଶାବଳୀ ଜାରି କରାଯିବ।

Share :