ଓଡିଶା ବୀମା ବ୍ରୋକରିଂ କମ୍ପାନୀରେ ସାମିଲ ହେଲା ଜାପାନ ମଡେଲ୍

ଓଡିଶା ବୀମା ବ୍ରୋକରିଂ କମ୍ପାନୀରେ ସାମିଲ ହେଲା ଜାପାନ ମଡେଲ୍

Share :

ସେଫ୍‌ରିସ୍କ୍ ଇନ୍‌ସ୍ୟୁରାନ୍ସ ବ୍ରୋକର୍ସ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଓଡିଶାର ପ୍ରଥମ ଲାଇସେନ୍ସ ପ୍ରାପ୍ତ ବୀମା ବ୍ରୋକର୍ସ କମ୍ପାନୀ। ଆଗାମୀ ଦିନରେ ଏହା ଏକ ଡିଜିଟାଲ୍ ପ୍ରକ୍ରିୟା ନିମନ୍ତେ ଜାପାନର ନମ୍ୱର ୱାନ୍ ହାଇବ୍ରିଡ୍ (ଶବ୍ଦ ଏବଂ ସଂଯୋଗ) ମଡେଲ୍ ବୀମାଭିତ୍ତିକ ଇଣ୍ଟରମିଡିଆରୀ ଆର୍ନ୍ତଜାତିକ ଫିନ୍ସାସିଆଲ୍ ଏଜେନ୍ସି ସହ ସୁସଂଠିତ ମିଶ୍ରଣ ସମ୍ପର୍କରେ ଘୋଷଣା କରିଅଛି। ସେଫ୍‌ରିସ୍କ୍ ବିକ୍ରେତା ବିଭାଗରେ ନିରନ୍ତର ବିକାଶ ନିମନ୍ତେ ସମୟ ସଚଂୟ ସହ କାଗଜପତ୍ର କାର୍ଯ୍ୟକଳାକୁ ସଂରକ୍ଷିତ କରିବା ଯୋଗୁଁ ଏହି ଡିଜିଟାଲ୍ ପ୍ରକ୍ରିୟାର ଅନ୍ୱେଷଣ କରୁଅଛି। ଯାହାକି ଏଣ୍ଡ୍ ଟୁ ଏଣ୍ଡ୍ ସମାଧାନର ବୃଦ୍ଧି ନିମନ୍ତେ ଏକ ଅନନ୍ୟ ପ୍ରୟାସ। ସେଫ୍‌ରିସ୍କ୍ ଇନ୍‌ସ୍ୟୁରାନ୍ସ ବ୍ରୋକର୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଜୁନ୍ ହେମି, ପ୍ରବନ୍ଧ ନିର୍ଦ୍ଦେଶକ ସନ୍ଦୀପ ଘଟକ ଏବଂ ସେଫ୍‌ରିସ୍କ୍ ଇନ୍‌ସ୍ୟୁରାନ୍ସ ବ୍ରୋକର୍ସର ଚେୟାରମ୍ୟାନ୍ ଅଶୋକ ମିଶ୍ରଙ୍କର ଆର୍ନ୍ତଜାତିକ ଫିନ୍ସାସିଆଲ୍ ଏଜେନ୍ସି ସହ ଆଲୋଚନା ହୋଇଅଛି। ଆଗାମୀ ଯୋଜନା ସମ୍ପର୍କରେ ସେଫ୍‌ରିସ୍କ୍ ଇନ୍‌ସ୍ୟୁରାନ୍ସ ବ୍ରୋକର୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଚେୟାରମ୍ୟାନ୍ ଅଶୋକ ମିଶ୍ର କହିଲେ, ଏକ ବର୍ଷ ମଧ୍ୟରେ କମ୍ପାନୀ ଏହି ଡିଜିଟାଲ୍ ପ୍ରକ୍ରିୟାକୁ ରାଜ୍ୟରେ ବୃଦ୍ଧି କରିବା ନିମନ୍ତେ ଅତ୍ୟନ୍ତ ତତ୍ପର। ସେଫ୍‌ରିସ୍କ୍ ଇନ୍‌ସ୍ୟୁରାନ୍ସ ବ୍ରୋକର୍ସ ହେଉଛି ଓଡିଶାର ପ୍ରଥମ ଲାଇସେନ୍ସ ପ୍ରାପ୍ତ ବୀମା ବ୍ରୋକର୍ସ କମ୍ପାନୀ। ଏହି ସଂସ୍ଥା ସମଗ୍ର ଭାରତରେ ୮ ଗୋଟି ସହରରେ ରହିଥିବାବେଳେ ୫୦ରୁ ଅଧିକ ଏଜେଣ୍ଟ ଟିମ୍ କାର୍ଯ୍ୟରତ। ଏହା ପୂର୍ବ ଭାରତର ଗ୍ରାମୀଣ, ବିକ୍ରେତା ତଥା ବ୍ୟବସାୟିକ କ୍ଷେତ୍ରରେ ଏକ ଅଗ୍ରୀମ ସଂସ୍ଥା। ଏହି କମ୍ପାନୀ ଓଡିଶା ସହ ଦେଶର ଅନ୍ୟ ରାଜ୍ୟମାନଙ୍କରେ କ୍ଷୁଦ୍ର ରିଟେଲ୍ ନୀତି ସମେତ ମେଗା ପ୍ରୋପଟି ଏବଂ ବାଣିଜ୍ୟିକ ବିପତ୍ତିକୁ ସାମ୍ନା କରିବାରେ ସଫଳତା ପୂର୍ବକ ସହାୟକ ହୋଇଆସୁଅଛି।

Share :