ନବୀନଙ୍କ ସମର୍ଥନ କରି କ’ଣ ପାଇଛି ବ୍ରହ୍ମପୁର?

ନବୀନଙ୍କ ସମର୍ଥନ କରି କ’ଣ ପାଇଛି ବ୍ରହ୍ମପୁର?

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର ସମସ୍ୟା ଓ ସମାଧାନ ପାଇଁ ରାଜନେତାଙ୍କ ପ୍ରତିଶ୍ରୁତି ଓ ବଡ଼ବଡ଼ ଖତାର ଅଭାବ ନାହିଁ। ଦୁଇ ଦଶନ୍ଧିର ନବୀନ ସରକାର ପରେ ଆଉ ଗୋଟିଏ ସଂସ୍କରଣ ପାଇଁ ପ୍ରବଳ ଜନାଦେଶ ମିଳିଛି। ଓଡ଼ିଶାରେ ଗଂଜାମ ହେଉଛି ଶାସକ ଦଳର ଏକ ଗଡ଼। ଏଠାରୁ ବହୁ ସଂଖ୍ୟାରେ ବିଧାୟକ କେବଳ ନବୀନ ଶାସନକୁ ସୁଦୃଢ଼ କରନ୍ତି ନାହିଁ ବରଂ ଏକାଧିକ ମନ୍ତ୍ରୀଙ୍କ ଗଡ଼ ଗଂଜାମ। କିନ୍ତୁ ବ୍ରହ୍ମପୁର ଆଜି ଯାଏଁ କୌଣସି ମନ୍ତ୍ରୀପଦଟିଏ ପାଇବାର ନଜିର ନାହିଁ। ୪ ଦଶନ୍ଧି ଭିତରେ ବ୍ରହ୍ମପୁର ବିଧାୟକଙ୍କୁ ମନ୍ତ୍ରୀ ନମିଳିବା ଆଦୌ ଗ୍ରହଣୀୟ ନୁହେଁ। ପରନ୍ତୁ ଏଠକାାର ବିକାଶ କଥା କହି ନେତାମାନେ କ୍ଷମତା ପାଇ ଚାଲିଛନ୍ତି, ଜନସାଧାରଣ କେବଳ ଜଳକା ପରି ଚାହିଁ ବସିବା ସାର। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଶତ ପ୍ରତିଶତ ଶିକ୍ଷିତ ବର୍ଗ ଅଛନ୍ତି। ଏହି ମାଟିର ମହକ ସ୍ୱତନ୍ତ୍ର। ଶୋଇବା ପୁଅ ଭାଗ ନଥିଲା ପରି କେବେ କାହା ପାଖରେ ଯଥୋଚିତ ଦାବି କରନ୍ତି ନାହିଁ କି ଆଶାନୁରୂପ ଫଳ ମଧ୍ୟ ମିଳେ ନାହିଁ। ଏଣୁ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଚାରି ଇନିଂସ ପରେ ସେ ମଧ୍ୟ ମନ୍ତ୍ରୀ ପାଇଲେ ନାହିଁ କିନ୍ତୁ ତାଙ୍କର ପଦାଙ୍କ ଅନୁସରଣ କରି କଂଗ୍ରେସରୁ ଡ଼ିଆଁ ମାରିଥିବା ବିକ୍ରମ ପଣ୍ଡା ଆଜି ବିଧାୟକ। ସେ ମନ୍ତ୍ରୀ ପଦ ଅପେକ୍ଷାରେ ବୋଲି ଚର୍ଚ୍ଚା। ବ୍ରହ୍ମପୁରରେ ସାଧାରଣ ଜନତାଙ୍କୁ ଲଲିପପ୍ ଦେଇ ଆସୁଥିବା ନେତାଙ୍କ ନୀତି ବଦଳିବ କେବେ ଏହା ଏକ ଅସମାହିତ ପ୍ରଶ୍ନ। ବ୍ରହ୍ମପୁର ୩୦ ବର୍ଷ ଭିତରେ ଅଗ୍ରଗତି ପ୍ରାୟତଃ ଶୂନ। ନଗରରୁ ମହାନଗର ପଦ ମିଳିଲା ଅଥଚ ମହାନଗର ଆଜି ଭୟଙ୍କର ରୂପରେ ଠିଆ ହୋଇଛି। ତିନିଦଶନ୍ଧିରେ କେତେ ନେତା କେତେ କ୍ଷମତା ଭୋଗ କରିଛନ୍ତି। କିନ୍ତୁ ଏ ସହର ପାଇଛି କ’ଣ? ଚନ୍ଦ୍ରଶେଖର ସାହୁ ମ୍ୟୁନିସିପାଲ୍ଟି ଚେୟରମ୍ୟାନରୁ ରାଷ୍ଟ୍ରମନ୍ତ୍ରୀ, ଶେଷରେ ଦଳଛାଡ଼ି ବିଜେଡ଼ିର ସାଂସଦ। ସେ ବି କଳ୍ପନା କରିନଥିବା ପରି ବ୍ରହ୍ମପୁରର ଦୃଶ୍ୟପଟ। ଜାନବିଲି ଜଳପ୍ରକଳ୍ପ, କମିଶନରେଟ୍ ପୋଲିସ୍, ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚ ପ୍ରତି। ସହରବାସୀଙ୍କ ବୃହତ ସ୍ୱାର୍ଥ ସହ କେବଳ ଜଡ଼ିତ ନୁହଁ ବରଂ ଏକ ବଡ଼ ସ୍ୱପ୍ନ। ଜଳଯୋଗାଣ ସମସ୍ୟା ଚିତ୍ରରେ ସହରର ରାସ୍ତାଘାଟର ଦୁର୍ଦ୍ଦଶା ମଧ୍ୟ ଯୋଡ଼ି ହୋଇଗଲା ପରେ ସହରବାସୀ କେବଳ ହତୋତ୍ସାହିତ ନୁହନ୍ତି ବରଂ ମହାନଗର ଭିତରେ ଗ୍ରାମୀଣ ଚିତ୍ରଟିଏ ପରି ଅନୁଭବ କରୁଛନ୍ତି। ଜାନିବିଲି ଜଳପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ୱିତ ପ୍ରକ୍ରିୟାରେ ସହର ସାରା ରାସ୍ତାଗୁଡ଼ିକର ରୂପରେଖ ବିପର୍ଯ୍ୟୟ ହେଲା ପରେ ସହରବାସୀ ଚାଲିଯିବା ମଧ୍ୟ କଷ୍ଟ। ଅସହଜ ଗାଡ଼ିଟିଏ ଧରି ଯିବା ଆସିବା ବେଳେ ଭାଗ୍ୟ ସାଥୀରେ ଥିଲେ ବିପତ୍ତି ଟଳିଯିବ। ନା ପାଣି ଅଛି, ନା’ ପାଣି ସମସ୍ୟା ତୁଟିବାର କୌଣସି ସୂଚନା ଅଛି କିନ୍ତୁ ପାଣି ସମସ୍ରା ସମାଧାନର ଆୱାଜ୍ ଦେଉଥିବା ଦୁଇଟି ଚରିତ୍ର କ୍ଷମତାର ସ୍ୱାଦ ଚାଖି ପୁଣିଥରେ କିଏ ସାଂସଦ କିଏ ବିଧାୟକ। ବିଚିତ୍ର ସହରରେ ରାଜନେତାଙ୍କ ଚରିତ୍ର ତହୁଁ ବିଚିତ୍ର। ପନ୍ଦରବର୍ଷ ଧରି ସ୍ଥାୟୀ ବେଞ୍ଚ ପ୍ରତି। ପାଇଁ ଆନ୍ଦୋଳନର ସ୍ୱର ଶିଥିଳ ପଡ଼ିନି। ତୁହାକୁ ତୁହା ଓକିଲ ସଂଘ ବଦଳିଛି ନିର୍ବାଚନ ଆସିଛି ନିର୍ବାଚନ ଯାଇଛି। କିନ୍ତୁ ସ୍ଥାୟୀ ବେଞ୍ଚ କରିବାର ସ୍ଥାୟୀ ନିଷ୍ପତ୍ତି ଏକ ପ୍ରକାର ନିଷ୍ପ୍ରଭ। ଅନ୍ୟପଟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଗଂଜାମର ଆଶାତୀତ ସଫଳତା ମିଳିଛି କହି ଅପରାଧୀଙ୍କ ରେକର୍ଡ଼ ସଂଖ୍ୟକ ଏନ୍‌କାଉଣ୍ଟର ପରେ କମିଶନରେଟ୍ ପୋଲିସ୍ ଗଠନକୁ ନେଇ ଚିନ୍ତା ଦେଉଥିଲେ। ଏହିପରି ସ୍ୱର ଆଜି ନିର୍ବାପିତ। ପୋଲିସ୍ କମିଶନରେଟ୍ ବ୍ୟବସ୍ଥାକୁ ସରକାର କରିଲେ କହି ଯାହା ସବୁ ଆଲୋଚିତ ହୋଇଥିଲା ସେ ସବୁକୁ କବର ଦେଇ ଶିଥିଳ ପଛର ରହସ୍ୟ କ’ଣ? ବ୍ରହ୍ମପୁର ସଂଗଠନମାନେ ଅନେକ ଆନ୍ଦୋଳନ କରନ୍ତି। କିଏ ବିକାଶର ନାରା ଦେଇ ବାହା ବାହା ନେଇ ରାତି ପାହିଲେ ଫୋଟ ପୋଷ୍ଟ ସହ ସମ୍ୱାଦ ଅପେକ୍ଷାରେ କିଏ ଘଣ୍ଟ ପିଟିପିଟି ନୟାନ୍ତ କିନ୍ତୁ ସରକାରୀ ବାବୁଙ୍କ ନିଦ ଭାଙ୍ଗୁନି କି ସରକାର କ୍ଷମତାଧାରୀଙ୍କ ବିବେକ ପ୍ରାଚୀର ଦୋହଲିପାରୁନି। ବ୍ରହ୍ମପୁରର ଭାଗ୍ୟ ଖୋଲିବାକୁ ଆଣ୍ଟପଣ ଦେଖାଉଥିବା ଶାସନ ଦଳର ଗୋଷ୍ଠୀଗତ ରାଜନୀତିରଂ ଖେଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ଯାଉଛି। ବିଜେଡ଼ିର ଅନେକ ନେତା ଆଜି ନୀରବ ଅଛନ୍ତି। କିନ୍ତୁ ନୀରବ ପରେ ଝଡ଼ ସୃଷ୍ଟି ହେବ ପରିଣାମ ଦେଖିବ ଆସନ୍ତା ମହାନଗର ନିର୍ବାଚନ ସମୟରେ। ସମସ୍ତେ ଚୁପ୍ ସମସ୍ତେ ଶାନ୍ତ, କିନ୍ତୁ କ୍ଷମତାର ଅଭେଦ୍ୟ ଦୁର୍ଗ ଗଂଜାମରୁ ନବୀନଙ୍କ ହିଂଜିଳି ଆଉ କୌଣସି ବିକଳ୍ପ ନେତାର ବିଚାର ରହିଲେ ଫନୀ ପରି ଝଡ଼ ବିଜେଡ଼ିରେ ବିଦ୍ରୋହୀଙ୍କ ଶୁଭିବା ପାଇଁ ରଣନୀତି ପ୍ରସ୍ତୁତ। ଗୋଟିଏ ପରେ ସହରର ସମସ୍ୟା ଅନ୍ୟପଟରେ କ୍ଷମତାଧାରୀଙ୍କ ଆନ୍ତରିକତାର ଅଭାବ ସୂଚାଇ ଦେଉଛି ମାରିନେଲେ ମହାପାତ୍ର ଚାହିଁ ରହିଥା ଜଳକା।

Share :