‘ଫଣି’ ଚାଲିଗଲା ପରେ

‘ଫଣି’ ଚାଲିଗଲା ପରେ

Share :

ଅର୍ପିତା ପରିଡ଼ା ସବୁଜ ଗାରିମାର ଭଣ୍ଡାରରେ ଭରପୂର ଥିବା ରଙ୍ଗୀନ, ଆଲୋକିତମୟ ଭୁବନେଶ୍ୱରକୁ ସତେ ଯେପରି ଅତିକ୍ରମ କରୁଥିବା ସମୟର ପାଶାଣ୍ଡ ନିଜର ତାକୁ ଏକ ବନ୍ଧନରେ କବଳିତ କରିଥିଲା। ୨୦୧୯ ମେ ୩ ତାରିଖ ପୂର୍ବର ସେହି ଇନ୍ଦ୍ରଧନୁ ସିକ୍ତ ରାଜଧାନୀ ଏବେ ବି ଆଖି ଆଗରେ ମେଘ ଝଲସିଲା ପରି ଝଲସି ଉଠେ। ପାପର ସ୍ରୋତ ଏତେ ମାତ୍ରାରେ ବଢିଗଲା ଯେ ଧ୍ୱଂସ ବିଧ୍ୱଂସ କରିଦେଲା ସେ ଓଡ଼ିଶାର ସବୁଜିମାକୁ। ଉଙ୍କିମାରେ ପ୍ରଶ୍ନ, ଯାହାର ଉତ୍ତର ମିଳିବ ଅବଶ୍ୟ ବୋଲି ମୁଁ ଭାବି ପାରୁନାହିଁ। କ’ଣ ପାଇଁ କାଳର କରାଳ ଗର୍ଜନ ଏତେ ମାତ୍ରାରେ ବଢିଗଲା? କଣ ପାଇଁ ମୋ ମହାପ୍ରଭୁଙ୍କ ଚକ୍ଷୁରୁ ଲୋତକର ଧାର ଝରି ପଡୁଥିଲା? ଯେଉଁ ଓଡ଼ିଶାର ପୁରପଲ୍ଳୀ, ସବୁଜିମାର କୁବେର ଭଣ୍ଡାର ଦେଖିଲେ ମନରେ ଶିହରଣ ସୃଷ୍ଟି ହେଉଥିଲା, ଆଜି ସେହି ନଷ୍ଟ ସବୁଜିମା ଉପରେ ଦୃଷ୍ଟି ନିକ୍ଷେପ କଲେ ମନେ ହେଉଛି ସତେ ଯେପରି ମାଟି ମାଆ ତାର ଆଶା ହରାଇ ଦେଇ ଆଶାଶୂନ୍ୟ ହୋଇପଡ଼ିଛି। ନୀଳ ଜଳରାଶିରେ ପରିବେଷିତ ଥିବା ଉପଭୋଗ୍ୟ ସମୁଦ୍ର ଆଜି ତାର ସନ୍ତାନମାନଙ୍କ ପାଇଁ ଗଭୀର ଗର୍ଜନର ଶବ୍ଦ ଛାଡ଼ୁଛି। ସତେ ଯେପରି କ୍ଷଣ ମଧ୍ୟରେ ଲୀନ କରିଦେବ ଆମକୁ ତା ଗର୍ଭଗୃହରେ। ଉଦିତ ସୂର୍ଯ୍ୟର କିରଣରେ ପୃଥିବୀ ହେଉଥିଲା ମନ୍ତ୍ରମୁଗ୍ଧ। କୋଇଲିର କୁୁହୁ କୁହା ତାନରେ ସିନ୍ଦୁରା ଫାଟୁଥିବାର ଅନୁଭୂତି ଆଜି ମଧ୍ୟ ମୋ ମନକୁ ବିଚଳିତ କରି ପକାଉଛି। ମାତ୍ର ଏବେ ଚକ୍ଷୁର ପରସ୍ତ ଖୋଲିବା ପରେ ଦୃଶ୍ୟମାନ ହେଉଛି, କେଉଁ ଦାରୁଦ୍ରୁମ ଭୂମି ଉପରେ ଲେଉଟି ଯାଇଛି ତ, କେଉଁଠି ଏକ ଭୋକିଲା ପେଟର ଆକୁଳ ଗର୍ଜନ ଶୁଣିବାକୁ ମିଳୁଛି। ବୁକୁଫଟା ଆକୁଳ ଚିତ୍କାର ଶୁଣି ଶୁଣି କ୍ଷଣିକ ପାଇଁ ମୃତ୍ୟୁକୁ ଆପଣାଇ ନେବାକୁ ଇଚ୍ଛା ହେଉଛି। କ’ଣ ବିତିଗଲା ଆଜି ମୋ ଓଡ଼ିଶାବାସୀଙ୍କ ଉପରେ! ଶ୍ରୀମନ୍ଦିରର ଶ୍ରୀ ଚାଲିଗଲା, ଶ୍ରୀହୀନ ହୋଇଗଲା ‘ଶଙ୍ଖକ୍ଷେତ୍ର’। ଯୁଗ ଯୁଗ ଧରି ପ୍ରାୟତଃ ସତ୍ୟଯୁଗରୁ ଅଣ୍ଟା ଭିଡ଼ି ରହିଥିବା କଳ୍ପ ବୃକ୍ଷ କ୍ଷଣ ମଧ୍ୟରେ ଲୀନ ହୋଇଗଲା। ହେ! ମହାବାହୁ କି ଲୀଳା ଥିଲା ଏ ତୁମର ଛାଇ ମଣିଷ ହୋଇ ମୁଁ ତ ଜାଣିନାହିଁ। ସତରେ କ’ଣ ଆଉ ଫେରି ଆସିବନି ମୋ ମାଟିର ମାଆର ସୌନ୍ଦର୍ଯ୍ୟ? ପୁଣିଥରେ ଏହି ଗାରିମା ଭଣ୍ଡାରକୁ ଦେଖିବାକୁ କ’ଣ ମୋର ଭାଗ୍ୟରେ ନାହିଁ? ଅଶ୍ରୁର ଝରଣା ଝରିପଡେ଼ ବାରଣ, ମୋ ମାଆ ଆଜି ଲୋତକରେ ପରିପୂର୍ଣ୍ଣ ହୋଇରହିଛି। କ’ଣ ସତରେ ତାକୁ ଫେରିବାକୁ ସେହି ପୂର୍ବ ପରି କୁବେର ଭଣ୍ଡାର ବର୍ଷ ବର୍ଷ ଲାଗିଯିବ? ଭାଗ୍ୟହୀନ ମୁଁ, କାରଣ-ଏହି କଦର୍ଯ୍ୟ, ହୃଦୟ ବିତାରିତ ଦୃଶ୍ୟ ଦେଖି ଚୁପ୍ ରହିବାକୁ ପଡ଼ୁଛି। କାରଣ ସେତିକି କ୍ଷମତା ମୋର ଆସିନାହିଁ। ଆଗକୁ ତୋ ଦୟାରୁ ଯଦି ମୁଁ ସେହି ସାମର୍ଥ୍ୟଯୁକ୍ତ ହେଲି ତା’ ହେଲେ ତୋ ଶ୍ରୀ ନିଶିନ୍ତ ପ୍ରତ୍ୟାବର୍ତ୍ତନ କରିବ, ଏଇଟା ଗୋଟିଏ ଝରି ପଡ଼ୁଥିବା ଲେଖିକା ଆଖି ଲୁହର ପ୍ରତିଟି ବିନ୍ଦୁର ଅନ୍ତରର କଥା। ଫେରାଇ ଦେବି ମା’ ତୋର ସେଇ ଗାରିମାକୁ ଯାହାକୁ ନେଇ ତୁ କରିଥିଲୁ ଗର୍ବ, ଯେତେଦିନ ଏ ନିଃଶ୍ୱାସ ଥିବ, ସେତେଦିନ ପର୍ଯ୍ୟନ୍ତ ତୋ ଲୁହର ପାଉଣାକୁ ଭରପୂର କରିବାକୁ କାର୍ଯ୍ୟରତ ହେବି। ମୋ : ୮୨୭୦୦୭୮୭୮୩

Share :