ଆଦିବାସୀଙ୍କୁ ମାଓବାଦୀ ସଜଉଛନ୍ତି ସରକାର!

ଆଦିବାସୀଙ୍କୁ ମାଓବାଦୀ ସଜଉଛନ୍ତି ସରକାର!

Share :

ସ୍ବତନ୍ତ୍ର ପ୍ରତିନିଧି ସର୍ବ ଭାରତୀୟସ୍ତରର ‘ସିଡ଼ିଆରଓ’ ଓ ଓଡିଶାର ‘ଗାସ’ର ଏକ ୧୬ ଜଣିଆ ତଥ୍ୟ ଅନୁସନ୍ଧାନୀ ଦଳ ଗଲା ଏପ୍ରିଲ ୨୬ରୁ ୨୮ ତାରିଖ (୨୦୧୯) ମଧ୍ୟରର ନିୟମଗିରିର ବିଭିନ୍ନ ଗ୍ରାମ ଓ ଲାଞ୍ଜିଗଡ ପ୍ଳାଣ୍ଟ ଅଞ୍ଚଳକୁ ଯାଇଥିରଲ। ସେମାନେ ପ୍ଳାଣ୍ଟ ଅଞ୍ଚଳର ଛତ୍ରପୁର, ରରଙ୍ଗାପାଲି, ବନ୍ଧଗୁଡା ଗ୍ରାମ ଓ ନିୟମଗିରି ପାହାଡ ମଧ୍ୟରେ ଥିବା ଲାକପଦର, ଡଙ୍ଗାମାଟି ଓ ବେଲାଙ୍ଗ ମଣ୍ଡଳ ଗ୍ରାମମାନକୁ ଯିବା ସହିତ ନିୟମଗିରି ସୁରକ୍ଷା ସମିତିର ନେତୃବର୍ଗଙ୍କୁ ଭେଟିଥିଲେ। ଅନୁସନ୍ଧାନକାରୀ ଦଳ ଲାଞ୍ଜିଗଡ଼ ଥାନା ଅଧିକାରୀଙ୍କୁ ଭେଟିବା ସହିତ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଫୋନରେ କଥା ହୋଇଥିଲେ। ତଥ୍ୟ ଅନୁସନ୍ଧାନର ସିଦ୍ଧାନ୍ତ ନିୟମଗିରି ସୁରକ୍ଷା ପାଇଁ ଲଢ଼େଇ କରୁଥିବା ସାଥୀମାନଙ୍କୁ କ୍ରମାଗତ ଭାବେ ‘ମାଓବାଦୀ’ ନାମରେ ପୁଲିସ ଓ ଅର୍ଦ୍ଧସାମରିକ ବଳ ଅତ୍ୟାଚାର କରିଚାଲିଛନ୍ତି। ଏହିକ୍ରମ ୨୦୧୩ ଗ୍ରାମସଭା ପରଠାରୁ ବରାବର ଲାଗିରହିଛି। ଇତିମଧ୍ୟରେ ରାଜ୍ୟ ଓ କେନ୍ଦ୍ରର ମିଳିତ ଉଦ୍ୟମରେ ଡଙ୍ଗାମାଟି ଗ୍ରାମର ମନ୍ଦ କାଡ୍ରାକାଙ୍କୁ ଫେବୃୟାରୀ ୨୭,୨୦୧୭ ତାରିଖରେ ଏନକାଉଣ୍ଟର ହତ୍ୟା କରିବା, ଲଦ ସିକକାଙ୍କୁ ବାରମ୍ବାର ଉଠାଇ ନେଇ ଧମକ ଦେବା, ଗରଟା ଗ୍ରାମର କୁନି ସିକକାଙ୍କୁ ରାତି ଅଧରେ (ମେ ୧, ୨୦୧୭) ଉଠାଇ ନେଇ ଗିରଫ କରିବା, ଦାସୁରୁ କାଡ୍ରାକାଙ୍କୁ ମେ ୨୦୧୬ରେ ‘ମାଓବାଦୀ’ ନାମରେ ଗିରଫ କରି ଜେଲ୍‌ ପଠାଇବା, ନିୟମଗିରି ସୁରକ୍ଷା ସମିତିର ନେତା ଲିଙ୍ଗରାଜ ଆଜାଦଙ୍କୁ ‘ମାଓବାଦୀ ସମର୍ଥକ’ ଆଖ୍ୟା ଦେଇ ଗିରଫ କରିବା, ନିୟମଗିରି ସୁରକ୍ଷା ସମିତିକୁ ମାଓବାଦୀ ସଂଗଠନ ‘ପରିଚାଳନା’ କରୁଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ଥାନିତ କରିବା (ଏପ୍ରିଲ ୨୦୧୭) ପରି ୧୮ଟି ଘଟଣା ଘଟିସାରିଲାଣି। ଏସବୁ ଘଟଣା ଜରିଆରେ କ୍ରମାଗତ ଭାବେ ଡଙ୍ଗରିଆ କନ୍ଧ ଆଦିବାସୀଙ୍କୁ ଭୟଭୀତ କରାଯାଉଛି। ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରର ଏକ ସିଆରପିଏଫ ଶିବିର ନିର୍ମାଣ ପ୍ରସ୍ତାବକୁ ସ୍ଥାନୀୟ ଲୋକମାନେ ବିରୋଧ କରି ଗ୍ରାମସଭା କରିଥିଲେ। ଏହା ସତ୍ତ୍ବେ ରାଜ୍ୟ ସରକାର ସେଠାରେ ବେଲଗୁଡ଼ା ଗାଁର ଲାୟି ମାଝୀର ପିଢ଼ି ପିଢ଼ିର ଚାଷ ଜମି ଉପର ଶିବିର ନିର୍ମାଣ କରୁଛନ୍ତି। ଜଙ୍ଗଲ ଅଧିକାର ଆଇନ ଅନୁସାରେ ସେ ଏହି ଜମିର ପଟ୍ଟା ପାଇଁ ଆବେଦନ କରିଥିରଲ। ନିୟମଗିରିର ଲୋକମାନେ ଗ୍ରାମରେ ବିଦ୍ୟାଳୟ, ଅଙ୍ଗନବାଡ଼ିକେନ୍ଦ୍ର ଓ ଚିକିତ୍ସା ସୁବିଧା ଲାଗି ଦାବି କରୁଥିଲା ବେଳେ ସରକାର ସେମାନଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ସିଆରପିଏଫ ଶିବିର ସ୍ଥାପନ କରୁଛନ୍ତି ଯାହା କି କେବଳ ଭୟ ସୃଷ୍ଟି କରିବା ଓ ବେଦାନ୍ତ କମ୍ପାନୀକୁ ସହଯୋଗ କରିବା ଲାଗି ଉଦ୍ଦିଷ୍ଟ। ଗଲା ମାର୍ଚ୍ଚ ୧୮, ୨୦୧୯ ତାରିଖ ଦିନ ବେଦାନ୍ତ କମ୍ପାନୀ ଗେଟ୍‌ ସାମ୍ନାରେ ଯେଉଁ ଗଣ୍ଡଗୋଳ ରେଙ୍ଗାପାଳି, ଛତ୍ରପୁର ଗ୍ରାମବାସୀ ଓ ଶିଳ୍ପ ସୁରକ୍ଷା ବାହିନୀ ମଧ୍ୟରର ଘଟିଲା ସେଥିରେ ଛତ୍ରପୁରର ଦାନି ବାତ୍ରା ନାମକ ଜଣେ ଦଳିତ ଯୁବକର ମୃତ୍ୟୁ ହେବା ସହିତ ଲୋକଙ୍କ ଆକ୍ରୋଶରେ ସୁରକ୍ଷା କର୍ମୀ ସୁଜିତ ମିଞ୍ଜଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୁଏ। ଦାନି ବାତ୍ରା ଜଣେ ଦେଖଣାହାରୀ ଭାବେ ଦୂରରେ ଠିଆ ହୋଇଥିଲେ ଯିଏ କି ସୁରକ୍ଷା ବଳର ଅତର୍କିତ ଆକ୍ରମଣରେ ଡରିଯାଇ ନିକଟସ୍ଥ ପୋଖରୀରର ପଡିଗଲେ। ଦାନିଙ୍କ ବଡ଼ ଶଳା ମହେନ୍ଦ୍ର ବିଭର ଯିଏ ତାଙ୍କର ମୃତଦେହ ଡାକ୍ତରଖାନାରୁ ଗ୍ରହଣ କଲେ ସେ କୁହନ୍ତି ଦାନୀଙ୍କ ଦୁଇ ହାତ ମାଡ଼ ହେତୁ ଭାଙ୍ଗିଯାଇଥିଲା। ଶିଳ୍ପ ସୁରକ୍ଷା କର୍ମୀ ସୁଜିତ ମିଞ୍ଜଙ୍କ ମୃତ୍ୟୁ ସନ୍ଦେହଜନକ ଅଟେ। କୁହାଯାଉଛି ସୁଜିତ ସିସିଟିଭି କଣ୍ଟ୍ରୋଲ ପ୍ୟାନେଲ ମଧ୍ୟରେ ଥିଲା ବେଳେ ଲୋକେ ତାଙ୍କ ଦୁଇ ଗୋଡ଼କୁ ବାନ୍ଧି ପ୍ୟାନେଲ ଦ୍ଵାର ବନ୍ଦ କରି ତାଙ୍କୁ ପୋଡ଼ି ମାରିଦେଲରଲ। ସେହି ପ୍ୟାନେଲ ମୂଳ ଗେଟଠାରୁ ୧୦୦ ମିଟର ଦୂରରର ଅବସ୍ଥିତ। ଏ କଥା ନିଜେ ଲାଞ୍ଜିଗଡ଼ ଥାନା ଅଧିକାରୀ ସ୍ଵୀକାର କରୁଛନ୍ତି। ଲୋକେ ଗେଟକୁ ଅତକ୍ରିମ କରିଯାଇନଥିବା କହୁଥିଲା ବେଳେ ସେହି 100 ମିଟର ମଧ୍ୟରେ ଅନ୍ୟ କୌଣସି ଭଙ୍ଗାରୁଜା ହୋଇନଥିବା କଥା ପୁଲିସ ଅଧିକାରୀ ସ୍ଵୀକାର କରୁଛନ୍ତି। ଇତି ମଧ୍ୟରର ଦାନି ବାତ୍ରାର ହତ୍ୟା ମକଦ୍ଦମାର କୌଣସି କାର୍ଯ୍ୟାନୁଷ୍ଠାନ ରହାଇନଥିଲା ବେଳେ ସୁଜିତ ମିଞ୍ଜଙ୍କ ହତ୍ୟା ଅଭିରଯାଗରେ ୬ ଜଣଙ୍କୁ ଗିରଫ କରାସରିଲାଣି। ଲାଞ୍ଜିଗଡ଼ ବ୍ଲକର ଲାକବାହାଲ ପଞ୍ଚାୟତର ଘାଟିକୁଣ୍ଡୁ ଗ୍ରାମର ବ୍ରିଟିଶ କୁମାର ଯିଏ କି ‘ଖଣ୍ଡୁଆଳମାଳୀ ସୁରକ୍ଷା ସମିତି’ର ନେତୃତ୍ଵ ନେଉଛନ୍ତି ତାଙ୍କୁ ଗଲା ୨୨ ଡିସେମ୍ବର ୨୦୧୮ ତାରିଖରେ କଳାହାଣ୍ଡି ପୁଲିସ ଜୋରଜବରଦସ୍ତି ଟେକିନେବା ଓ ଜିଲ୍ଲା ଏସପି ‘ମାଓବାଦୀଙ୍କୁ ସମର୍ଥନ କରୁଛୁ ତତେ ଗୁଳି କରିଦେବି ବୋଲି ଧମକ ଦେବା’ ସହିତ ପିଟିବା ଓ ତାଙ୍କ ନାମରେ କୌଣସି କେସ ନଥିବା ସତ୍ତ୍ବେ ବିଜେପୁର ଥନାରେ ନିୟମିତ ହାଜର ହେବା ଲାଗି ନିର୍ଦ୍ଦେଶ ଦେବା ଭଳି ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଜିଲ୍ଲା ପୁଲିସ କରିଥିବା କଥା ତଥ୍ୟାନୁସନ୍ଧାନ ଦଳ ବ୍ରିଟିଶଙ୍କୁ ତାଙ୍କ ଗ୍ରାମରେ ଭେଟିଥିଲାବେବଳେ ଜାଣିବାକୁ ପାଇଥିଲେ। ସେ ଦୁଇ ମାସ କାଳ ବିଜେପୁର ଥାନକୁ ଯାଇ ପ୍ରତିଦିନ ହାଜିରା ଦେଉଥିଲେ। ତଥ୍ୟାନୁସନ୍ଧାନ ଦଳର ଦାବି ବେଦାନ୍ତ କମ୍ପାନୀ ନିଜର ଆଲୁମିନା ପ୍ଳାଣ୍ଟ ଲାଞ୍ଜିଗଡ଼ଠାରେ ସ୍ଥାପନ କରିବା ସହିତ ନିୟମଗିରି ବକ୍ସାଇଟ ଖଣି ପାଇଁ ଆବେଦନ କରିଥିଲା। ଯେତେବେଳେ ଗ୍ରାମସଭାରେ ବକ୍ସାଇଟ୍ ଖଣି ନଦେବା ପ୍ରସ୍ତାବ ଗୃହୀତ ହେଲା ଓ ସୁପ୍ରିମ କୋର୍ଟରେ ତାହା କାଏମ ରହିଲା ସେ ହେତୁ ଲାଞ୍ଜିଗଡ଼ ଆଲୁମିନା ପ୍ଳାଣ୍ଟକୁ ସବୁଦିନ ପାଇଁ ବନ୍ଦ କରିବା ଲାଗି ତଥ୍ୟାନୁସନ୍ଧାନକାରୀ ଦଳ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଚି। ତ୍ରିଲୋଚନପୁରଠାରେ ଥିବା ସିଆରପିଏଫ କ୍ୟାମ୍ପ ଅନୁସୂଚତି ଅଞ୍ଚଳ ଆଇନର ଖିଲାପ କରୁଛି। ଏହାକୁ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଉଛି। ‘ନିୟମଗିରି ସୁରକ୍ଷା ସମିତି’ର କର୍ମକର୍ତ୍ତା ଓ ସ୍ଥାନୀୟ ଆଦିବାସୀଙ୍କ ଉପରର ରୁଜ୍ଜୁ ହୋଇଥିବା ସମସ୍ତ ମିଥ୍ୟା କେସକୁ ପ୍ରତ୍ୟାହାର କରିବାକୁ ଏହି ଦଳ ଦାବି କରିଛି। ମାର୍ଚ୍ଚ ୧୮ ତାରିଖରେ ସଞ୍ଜୟ ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁର ଜଦନ୍ତ ସ୍ଵାଧୀନ ଭାବେ ଜଣେ ବିଚାରପତିଙ୍କ ଦ୍ଵାରା କରାଇବାକୁ ଦାବି ହୋଇଛି। ନିୟମଗିରି ଅଞ୍ଚଳର ଆଦିବାସୀ ଗ୍ରାମରେ ଅଧିକ ବିଦ୍ୟାଳୟ ଓ ଚିକିତ୍ସା କେନ୍ଦ୍ର ଖୋଲିବାକୁ ମଧ୍ୟ ଏହି ଦଳ ଦାବି କରିଛି। ତଥ୍ୟାନୁସନ୍ଧାନକାରୀ ଦଳରେ ଏପିଡ଼ିଆର (ପଶ୍ଚିମ ବଙ୍ଗ; ସିପିଡିଆର (ତାମିଲନାଡୁ); ସିଏଲସି (ତେଲେଙ୍ଗାନା), ପିୟୁଡିଆର (ଦିଲ୍ଲୀ), ଓ ଗାସ (ଓଡିଶା)ର ପ୍ରତିନିଧିମାନେ ସାମିଲ ଥିଲେ।

Share :