କେନ୍ଦୁଝରରେ ଇସ୍ପାତ କାରଖାନା କରିବ ବିଜେପି ସରକାର

କେନ୍ଦୁଝରରେ ଇସ୍ପାତ କାରଖାନା କରିବ ବିଜେପି ସରକାର

Share :

ସତ୍ୟଜିତ ସାମନ୍ତରାୟ ୨୦୧୯ ସାଧାରଣ ନିବାର୍ଚନର ଉଷ୍ମତା ସୃଷ୍ଟି ତଥା ବିଜେପିର ବିଜୟ ବାନା ଉଡ଼ାଇବା ଲକ୍ଷରେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଆୟୋଜିତ ହୋଇଥିବା ଏକ ବିଶାଳ ନିବାର୍ଚନି ସଭାରେ ଭାଷଣ ଦେଇ କେନ୍ଦୁଝରର ଲୋକ ସଭା ସହ ସମସ୍ତ ବିଧାନ ସଭାର ପ୍ରର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଆହ୍ୱାନ କରିବା ସହ ଉଦବୋଧନ ଦେଇଥିଲେ। କେନ୍ଦୁଝରର ଆରାଧ୍ୟା ଦେବୀ ମାା ତାରିଣୀ, ରାଷ୍ଟ୍ରଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କୁ ପ୍ରଣାମ ଜଣାଇ ଅମିତ ଶାହା ତାଙ୍କ ଅଭି ଭାଷଣ ଆରମ୍ଭ କରିଥିଲେ। କେନ୍ଦୁଝରର ବିପ୍ଳବୀ ବୀର ଧାରଣୀଧର ଭୂୟାଁ ଓ ନିଜ ହାତାରେ ୩ କିମି ପାହାଡ କାଟି ଆଦିବାସୀ ଇଲାକାରେ ତାଙ୍କ ଗ୍ରାମକୁ ପାଣି ପହଁଚାଇଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ସେ ତାଙ୍କ ଅଭିଭାଷଣରେ ମନେ ପକାଇଥିଲେ। ନରେନ୍ଦ୍ର ମୋଦୀଙ୍କ ସରକାର ତିଆରି କରିଥିବା ଡିଏମଏଫ୍ ଅର୍ଥରେ ତିଆରି ହେଉଥିବା କେନ୍ଦୁଝର ସରକାରୀ ମେଡିକାଲ କଲେଜପାଇଁ ଓଡିଶା ସରକାର ଚାରଣୀଟିଏ ନଦେଇ ମିଛରେ ବାଃବାଃ ନେଉଥିବା ସେ କହିଥିଲେ। ଏହି ମେଡିକାଲ କଲେଜ ସଂପୂର୍ଣ୍ଣ ହେଲେ ଏଠାରେ ଆଦିବାସୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବା ସହ କମ ଖର୍ଚ୍ଚରେ ଲୋକେ ଉପକାର ପାଇପାରିବେ। ଓଡିଶାରେ ବିଜେପିର ସରକାର ଆସିଲେ କେନ୍ଦୁଝରର ଆଦିବାସୀ ଇଲାକାରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ସେ କହିଥିଲେ। ଓଡିଶାରେ ବିଜେଡି ଖଣି ପାଣି ଓ ଜଙ୍ଗଲ ଲୁଟ କରିବା କଥା ସେ ଦୋହରାଇ ଥିବା ବେଳେ ଶାହା କମିଶନ ଦେଇଥିବା ରିପୋର୍ଟକୁ ଓଡିଶା ସରକାର କାର୍ଯ୍ୟକାରି ନକରି ଅଭିଯୁକ୍ତମାନାଙ୍କୁ ସୁରକ୍ଷା ଯୋଗାଉଛି। କେନ୍ଦୁଝରର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଲୋକେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଏଥର ଓଡିଶାରେ ବିଜେପି ସରକାର ଗଢିଲେ କେନ୍ଦୁଝରରେ ଏକ ବୃହତ ଇସ୍ପାତ କାରଖାନା ତିଆରି କରାଯିବାର ପ୍ରତିଶୃତି ଦେଇଥିଲେ ଶାହା। ଓଡିଶାରେ ବିଜେପିକୁ ବିପୁଳ ଭୋଟରେ ଜିତାଇବା ସହ ନବୀନ ସରକାରକୁ ଓପାଡି ଫୋପାଡିବାକୁ ସେ ପରାମର୍ଶ ଦେଇଥିଲେ। ୨୦ ବର୍ଷ ଭିତରେ ନବୀନ ବାବୁ ଓଡିଆ ଶିଖିପାରିଲେନି ସେ କେମିତି ଲୋକଙ୍କ ଦୁଖଃ ବୁଝି ପାରିବେ ବୋଲି ପ୍ରଶ୍ନ କରିଥିଲେ। ବିଜେପି ସରକାର ସମୟରେ କେନ୍ଦୁଝରରେ ୨୧୫ ନମ୍ୱର ଜାତୀୟ ରାଜପଥର ୪ ଲେନ, ୬ ନମ୍ୱର ଜାତୀୟ ରାଜପଥର ୪ ଲେନ, ଦୈତାରୀ ବାଂଶପାଣି ରେଳପଥ ସହ ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ମନେ ପକାଇଥିବା ବେଳେ, ଓଡିଶାରେ କରାଯାଇଥିବା ଆଇଆଇଟି, ଆଇଆଇଏମ, ଏମ୍ସ, ଝାରସୁଗୁଡାରେ ବିମାନ ବନ୍ଦର, ବାଲେଶ୍ୱର ଦୁଗାର୍ପୁର ହଳଦିଆ ଏଲପିଟି ଲାଇନ, ଇଏଚଆଇଏସ ହସ୍ପିଟାଲ, ମହାନଦୀ ବ୍ରହ୍ମଣୀ ନଦୀ ସଂଯୋଗୀକରଣ କାର୍ଯ୍ୟ, ଓଡିଶାର ପାଇକ ବିଦ୍ରୋହର ଡାକ ଟିକତ ଜାରୀ କରି ଓଡିଶାକୁ ବିଶ୍ୱରେ ଗୌରବାନ୍ୱିତ କରିଛନ୍ତି। ଓଡିଶାରେ ନବୀନ ସରକାର କୌଣସି ବିକାଶ ମୂଳକ କାର୍ଯ୍ୟ କରିଛନ୍ତିକି ବୋଲି ସେ ପ୍ରଶ୍ନ କରିଥିଲେ। ଓଡିଶା ସରକାର ରୋଜଗାର ଦେବାରେ ବିଫଳ ହୋଇଥିବା ବେଳେ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଓଡିଶାରେ ଦୁର୍ନୀତି ଯୋଗୁ ବିକାଶ ହୋଇ ପାରୁ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଚିଟଫଣ୍ଡ ଚୋରଙ୍କୁ ଜେଲରେ ପୁରାଇବା ସହ ଏକ ସ୍ୱଛ ଶାସନ ଦେଇପାରିବାର ଆଶ୍ୱାସନା ଦେଇଥିଲେ। ପୁଲୱାମା ଅତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡିଆ ଜବାନଙ୍କୁ ସେ ମନେ ପକାଇଥିଲେ। ଏହା ସହ ଆତଙ୍କବାଦ କ୍ଷେତ୍ରରେ ପାକିସ୍ଥାନକୁ କଂଗ୍ରେସ ସରକାର ସହେଯାଗ କରୁଥିବା କହିଥିଲେ। ମୋଦି ସରକାର ଆତଙ୍କବାଦକୁ କେବେହେଲେ ପ୍ରଶ୍ରୟ ଦେବେ ନାହିଁ। ସେଥିପାଇଁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଥିବା କଥା ସେ ଦୋହରାଇଥିଲେ। ଓଡିଶାରେ ବିଜେପି ସରକାର ଆସିଲେ ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର, ଘରେ ଘରେ ନଳ ଯୋଗେ ପିଇବା ପାଣିର ସୁବିଧା, ଚାଷୀଙ୍କୁ ଚାଷପାଇଁ ଜଳର ସୁବିଧା ଯୋଗାଇ ଦିଆଯିବ। ଏଥର ମୋଦି ସରକାର ସମସ୍ତ ବରିଷ୍ଠ ନାଗରୀକଙ୍କୁ ପେନସନ, ବିନା ସୁଧରେ ଚାଷୀଙ୍କୁ କୃଷିଋଣ, ଛୋଟ ବ୍ୟବସାୟୀଙ୍କୁ ଜିଏସଟିରେ ଛାଡ଼, ୪୦ ଲକ୍ଷ ତଳକୁ ଥିବା ବ୍ୟବସାୟୀଙ୍କୁ ଜିଏସଟି ଛାଡ, ବ୍ୟବସାୟୀଙ୍କୁ ପେନସନ ଆଦିର ବ୍ୟବସ୍ଥା କରାଯିବ। ଏଥର କେନ୍ଦ୍ରରେ ମୋଦି ସରକାର ଓ ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର କରିବା ପାଇଁ ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ଫିର ଏକ ବାର ମୋଦି ସରକାରର ନାରାରେ ସଭା କମ୍ପି ଉଠିବା ଦେଖା ଯାଉଥିଲା।

Share :